ଆଶ୍ଚର୍ଯ୍ୟ ! ଯାହାଙ୍କ ମୃତ୍ୟୁ ଘଟିଲା, ସେ ଜୀବନ୍ତ ପହଞ୍ଚିଲେ ଶ୍ମଶାନରେ...

ବ୍ୟକ୍ତି ଜଣକ ନିଜ ମୃତ୍ୟୁର ମିଛ ନାଟକ ନିଜେ ହିଁ ରଚିଥିଲେ। ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।

ମୃତ୍ୟୁ ପରେ ଜୀବନ୍ତ ପହଞ୍ଚିଲେ ଶ୍ମଶାନରେ !

କୁହାଯାଏ, ଜୀବନ ଓ ମୃତ୍ୟୁ ଭଗବାନଙ୍କ ହାତରେ ଥାଏ। ମୃତ୍ୟୁ ନାଁ ଶୁଣିଲେ ମନରେ ଭୟ ଆସିଯାଏ। ତେଣୁ ମୃତ୍ୟୁକୁ ନେଇ କେହି କେବେ ମଜାକ କରିନଥାନ୍ତି। ହେଲେ ଆମେ ଏଠି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବୁ ଯିଏକି ନିଜ ମୃତ୍ୟୁର ମିଛ ନାଟକ ନିଜେ ହିଁ ରଚିଥିଲେ। ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ବେଲ୍‌ଜିୟମରେ ଏହି ଅଜବ ଘଟଣା(Bizarre Incident) ଘଟିଛି। ଜଣେ ଟିକ୍‌ଟକର୍‌ ପ୍ରଥମେ ନିଜ ମୃତ୍ୟୁର ମିଛ ନାଟକ ରଚିଥିଲେ ଓ ପରେ ପରିବାର ଲୋକଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ହେଲିକପ୍ଟରରେ ଶ୍ମଶାନରେ ଯାଇ ପହଞ୍ଚିଥିଲେ।

The Independent ରିପୋର୍ଟ ଅନୁସାରେ, ଟିକ୍‌ଟକ୍‌ରେ ରଗ୍ରାର ଲେ ଫୁ ଭାବେ ଜଣାଶୁଣା ଡାଭିଡ୍‌ ବାର୍ଟନଙ୍କ କହିବା କଥା, ସମ୍ପର୍କୀୟମାନେ ତାଙ୍କୁ ପଚାରୁନଥିବା ଓ ଭଲ ପାଉନଥିବା ସେ ଅନୁଭବ କରିଥିଲେ। ଏଥିପାଇଁ ସେ ନିଜ ମୃତ୍ୟୁର ମିଛ ନାଟକ ନିଜେ ହିଁ ରଚିବାକୁ ନିଷ୍ପତ୍ତି ନେଇଥିଲେ। ପରିବାର ଭିତରେ ପରସ୍ପର ମଧ୍ୟରେ ଭଲ ପାଇବା ଓ ଏକାଠି ରହିବାର ଗୁରୁତ୍ୱ ସମ୍ପର୍କରେ ସେମାନଙ୍କୁ ଜଣାଇବା ପାଇଁ ସେ ଏହି ମିଛ ନାଟକ ରଚିଥିଲେ।

ସମାଚାର ଆଉଟଲେଟ୍‌ର ରିପୋର୍ଟରେ କୁହାଯାଇଛି, ଭିଡିଓରେ ଦେଖିବାକୁ ମିଳିଛି ୪୫ ବର୍ଷୀୟ ଡାଭିଡ୍‌ ନିଜର ଅନ୍ତିମ ସଂସ୍କାରରେ ପହଞ୍ଚିଥିଲେ। ଶ୍ମଶାନରେ ଉପସ୍ଥିତ ଲୋକ ହଠାତ୍‌ ତାଙ୍କୁ ହେଲିକପ୍ଟରରୁ ଓହ୍ଲାଇବା ଦେଖି ଚକିତ ହୋଇଯାଇଥିଲେ। ଏଠାପରେ ଦୌଡ଼ି ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ।

ଦ ଟାଇମ୍ସ ୟୁକେ ରିପୋର୍ଟରେ କୁହାଯାଇଛି, ଏପରିକି ଡାଭିଡ୍‌ଙ୍କ ଝିଅ ଅନ୍ତିମ ସଂସ୍କାର ପୂର୍ବରୁ ନିଜ ବାପାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ଶୋକଭରା ମେସେଜ୍‌ ମଧ୍ୟ ପଠାଇଥିଲେ। ସମସ୍ତେ ଭାବି ନେଇଥିଲେ ଡାଭିଡ୍‌ ସେମାନଙ୍କୁ ଛାଡ଼ି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି। ହେଲେ କେହି କେବେ ଭାବିନଥିଲେ ଏହା ଏକ ମିଛ ନାଟକ ଥିଲା। ତେଣୁ ହଠାତ୍‌ ତାଙ୍କୁ ଶ୍ମଶାନରେ ଜୀବିତ ଅବସ୍ଥାରେ ଦେଖି ସେଠାରେ ଉପସ୍ଥିତ କିଛି ଲୋକ ଦୌଡ଼ି ପଳାଇଥିଲେ।