Advertisment

ଦିନେ ଗବେଷକଙ୍କୁ ବିସ୍ମିତ କରୁଥିଲା ପର୍ଯ୍ୟଟନ କ୍ଷେତ୍ର ଲାଙ୍ଗୁଡ଼ି; ଏବେ ବିସ୍ମୃତ, ଅବହେଳିତ

ଅବହେଳିତ ଅବସ୍ଥାରେ ବୌଦ୍ଧ ବିହାର ପର୍ଯ୍ୟଟନ କ୍ଷେତ୍ର ଲାଙ୍ଗୁଡ଼ି। ଯାଜପୁର ଧର୍ମଶାଳାରେ ଥିବା ଲାଙ୍ଗୁଡ଼ି ପାହାଡ଼ ଦିନେ ଗବେଷକଙ୍କୁ ବିସ୍ମିତ କରୁଥିଲା, ପର୍ଯ୍ୟଟକଙ୍କୁ ବି ଡାକୁଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ପାନ୍ଥ ନିବାସ ସହିତ ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେସବୁ ଜରାଜୀର୍ଣ୍ଣ।

ଅଦ୍ୟତନ ହୋଇଛି
Langudi Hills faces neglect

Langudi Hills faces neglect

Advertisment

ଅବହେଳିତ ଅବସ୍ଥାରେ ବୌଦ୍ଧ ବିହାର ପର୍ଯ୍ୟଟନ କ୍ଷେତ୍ର ଲାଙ୍ଗୁଡ଼ି। ଯାଜପୁର ଧର୍ମଶାଳାରେ ଥିବା ଲାଙ୍ଗୁଡ଼ି ପାହାଡ଼ ଦିନେ ଗବେଷକଙ୍କୁ ବିସ୍ମିତ କରୁଥିଲା, ପର୍ଯ୍ୟଟକଙ୍କୁ ବି ଡାକୁଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ପାନ୍ଥ ନିବାସ ସହିତ ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେସବୁ ଜରାଜୀର୍ଣ୍ଣ। ପର୍ଯ୍ୟଟକ ଆସିବା ତ ଦୂରର କଥା, ଏବେ ସେଠି ଅସାମାଜିକ ଯୁବକଙ୍କ ଖଟି ଜମୁଛି। 

Advertisment

ପର୍ଯ୍ୟଟନ କ୍ଷେତ୍ର ଲାଙ୍ଗୁଡ଼ି, ଏଠି ନିର୍ବାକ୍ ପଥର ବି କଥା କହେ। ନିର୍ଜୀବ ପାହାଡ଼ ବି କାହାଣୀ ବଖାଣେ। ପ୍ରସ୍ତର ଦେହରେ ଓଡ଼ିଶାର ସମୃଦ୍ଧ ବୌଦ୍ଧ ଇତିହାସ। ଏସବୁ ଖାଲି ପ୍ରାଚୀନ ମୂର୍ତ୍ତି ନୁହେଁ ବରଂ ଏସବୁ ସମୟର ପଦଚିହ୍ନ। ଇତିହାସ, ଭବିଷ୍ୟତ ପିଢ଼ି ପାଇଁ ଛାଡ଼ି ଯାଇଥିବା ଗୋଟିଏ ଗୋଟିଏ ଦୁର୍ଲଭ ସୁରାକ୍। ଯାଜପୁର ଜିଲ୍ଲା ଧର୍ମଶାଳାର ଲାଙ୍ଗୁଡ଼ି ପାହାଡ଼ ୧୯୯୬ରେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଓ ରାଜ୍ୟ ସଂସ୍କୃତି ବିଭାଗର ଖନନ ପରେ ଅନାବୃତ ହୋଇଥିଲା। ହଜାର ହଜାର ବର୍ଷ ପୁରାତନ ବୌଦ୍ଧ ମୂର୍ତ୍ତି ଓ ଶିଳାଲିପିରେ ଭରପୁର ଏହି ସ୍ଥାନର ନାଁ ରଖାଯାଇଥିଲା ପୁଷ୍ପଗିରି ବିହାର। କିନ୍ତୁ ବିଡ଼ମ୍ବନା, ଏବେ ସେ ପୁଷ୍ପଗିରି ନିଜ ମହକ ହରାଇଛି। 

ସେତେବେଳେ ଗବେଷକ ଓ ପର୍ଯ୍ୟଟକଙ୍କୁ ବିସ୍ମିତ, ଚମତ୍କୃତ କରୁଥିବା ଏହି ସ୍ଥାନ ଏବେ ବିସ୍ମୃତ, ଅବହେଳିତ। ୨୦୦୬-୦୭ ମସିହାରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ପାନ୍ଥଶାଳା ବି ଭୂତ କୋଠି ପାଲଟିଛି। ଆବିଷ୍କାରର ଦୀର୍ଘ ୨୩ ବର୍ଷ ପରେ ୨୦୧୯ରେ ପୁଣି ଏଠାରେ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ ASI କର୍ତ୍ତୃପକ୍ଷ। ହେଲେ କୋଭିଡ୍ ଲକ୍‌ଡାଉନ୍‌ ପରେ ତାହା ବି ବନ୍ଦ ହୋଇଗଲା। ଲୋକଙ୍କ ଆପତ୍ତି ଅଭିଯୋଗ ସମ୍ପର୍କରେ ଜଣାଇବା ପରେ ଏହାର ପୁନରୁଦ୍ଧାର ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଧର୍ମଶାଳା ବିଧାୟକ  କହିଛନ୍ତି। 

Advertisment

(ଯାଜପୁରରୁ ଗୁଲାମ ଗସ୍‌ଙ୍କ ରିପୋର୍ଟ)

Langudi Hills
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ