Advertisment

ଲୋକପ୍ରିୟ ହେଉଛି ଜୀବନ ନିଆ ଖେଳ ସ୍କ୍ୱୁଇଡ୍ ଗେମ୍

ସାଉଥ୍ କୋରିଆର ନେଟ୍‌ପ୍ଲିକ୍ସ ଓରିଜିନାଲ୍ ଡ୍ରାମା ସ୍କ୍ୱୁଇଡ୍ ଗେମ୍ (Squid Game) ଗ୍ଲୋବାଲ୍ ହିଟ୍ ହୋଇସାରିଛି। ସେପ୍ଟେମ୍ବର ୧୭ରେ ରିଲିଜ୍ ହୋଇଥିବା ଏହି ୱେବ୍ ସିରିଜ୍ ଦୁଇ ସପ୍ତାହ ଭିତରେ ଦୁନିଆର ସବୁଠାରୁ ଅଧିକ ଦେଖାଯାଇଥିବା ନେଟ୍‌ପ୍ଲିକ୍ସ ଶୋ’ ହୋଇଯାଇଛି। ତେବେ ଏହି ଖେଳରେ ଏମିତି କ’ଣ ରହିଛି ଯାହା ଦୁନିଆ ଏଥିରେ ପାଗଳ ହେଉଛି?

Korean web series squid game

Korean web series squid game

Advertisment

ନୂଆଦିଲ୍ଲୀ : ସାଉଥ୍ କୋରିଆର ନେଟ୍‌ପ୍ଲିକ୍ସ ଓରିଜିନାଲ୍ ଡ୍ରାମା ସ୍କ୍ୱୁଇଡ୍ ଗେମ୍ (Squid Game) ଗ୍ଲୋବାଲ୍ ହିଟ୍ ହୋଇସାରିଛି। ସେପ୍ଟେମ୍ବର ୧୭ରେ ରିଲିଜ୍ ହୋଇଥିବା ଏହି ୱେବ୍ ସିରିଜ୍ ଦୁଇ ସପ୍ତାହ ଭିତରେ ଦୁନିଆର ସବୁଠାରୁ ଅଧିକ ଦେଖାଯାଇଥିବା ନେଟ୍‌ପ୍ଲିକ୍ସ ଶୋ’ ହୋଇଯାଇଛି। ତେବେ ଏହି ଖେଳରେ ଏମିତି କ’ଣ ରହିଛି ଯାହା ଦୁନିଆ ଏଥିରେ ପାଗଳ ହେଉଛି?

Advertisment

ସାଉଥ୍ କୋରିଆନ୍ ନିର୍ଦ୍ଦେଶକ Hwang Dong-hyuk ଙ୍କ ନିର୍ଦ୍ଦେଶନାରେ ନିର୍ମିତ ୱେବ୍ ସିରିଜ୍ ସ୍କ୍ୱୁଇଡ୍ ଗେମ୍ କରଜରେ ବୁଡିଥିବା ୪୫୬ ଲୋକଙ୍କ ମଧ୍ୟରେ ଗେମ୍ ପ୍ରତିଯୋଗିତାର କାହାଣୀ ହୋଇଯାଇଛି। ଏହି ସବୁ ଲୋକମାନେ କରଜରୁ ମୁକୁଳିବା ପାଇଁ ଏଭଳି ପିଲାଙ୍କର ଖେଳକୁ ବାଛି ନେଇଛନ୍ତି। ଏହି ଖେଳକୁ ଜିତିଗଲେ ୪୫.୬ ବିଲିୟନ ସାଉଥ୍ କରିୟାନ୍ ଭାଁନ୍ (ପାଖାପାଖି ୩୦୦କୋଟି ଟଙ୍କା) ମିଳିବ। କିନ୍ତୁ ଯେଉଁ ବ୍ୟକ୍ତି ଏହି ଖେଳରୁ ଆଉଟ୍ ହେଇଯିବ ତାକୁ କେବଳ ଖେଳରୁ ନୁହେଁ ବରଂ ପୂରା ଦୁନିଆରୁ ବିଦାୟ ନେବାକୁ ପଡିବ। ତେଣୁ ଏହି ଖେଳ ଭିତରକୁ ଥରେ ପଶିଲେ ଆଉ ପଛକୁ ଫେରି ଆସିବାର ରାସ୍ତା ହିଁ ନାହିଁ।

Korean web series squid gameଲୋକପ୍ରିୟ ହେଉଛି ଜୀବନ ନିଆ ଖେଳ ସ୍କ୍ୱୁଇଡ୍ ଗେମ୍

ସ୍କ୍ୱୁଇଡ୍ ଗେମ୍ ୱେବ୍ ସିରିଜ୍‌ରେ ୯ଟି ଏପିସୋଡ୍ ଥିବାବେଳେ ୬ଟି ଖେଳ ରହିଛି। ଏହି ଖେଳ ରେଡ୍ ଲାଇଟ୍ ଗ୍ରୀନ୍ ଲାଇଟ୍ ଯାହା ଭାରତରେ ଷ୍ଟାଚ୍ୟୁ ଗେମ୍ କୁହାଯାଏ। ସେହିପରି ଦ ମ୍ୟାନ୍ ୱିଦ୍ ଦ ଅମ୍ବ୍ରେଲା, ଟଗ୍ ଅଫ୍ ଭର୍ସ, ଗ୍ଲାସ୍ ଷ୍ଟେପିଙ୍ଗ୍ ଷ୍ଟୋନ୍ସ ଯେଉଁଥିରେ ଖେଳାଳିଙ୍କୁ କାଚର ପୋଲ ପାର କରି ଆର ପାରକୁ ଯିବାକୁ ଯିବାକୁ ହୋଇଥାଏ। ଏହା ପରେ ୬ରେ ଶେଷ ଖେଳ ରହିଛି ସ୍କ୍ୱୁଇଡ୍ ଗେମ୍।

Advertisment

ପ୍ରଥମ ପାଞ୍ଚଟି ଖେଳରେ ଖେଳାଳି କାହା ସହିତ କୌଣସି ହିଂସାତ୍ମକ ବ୍ୟବହାର କରିପାରିବ ନାହିଁ। କିନ୍ତୁ ସ୍କ୍ୱୁଇଡ୍ ଗେମ୍‌ରେ ଏହି ବ୍ୟବସ୍ଥା ରହିଛି। ଏଥିରେ ଖେଳାଳି ଜିତିବା ନେଇ ଯେକୌଣସି ସ୍ତରକୁ ମଧ୍ୟ ଯାଇପାରେ। ଆରମ୍ଭରୁ ମଧ୍ୟ ଖେଳ ବିଷୟରେ କିଛି ସୂଚନା ମଧ୍ୟ ଦିଆଯାଇଛି।

Korean web series squid gameଲୋକପ୍ରିୟ ହେଉଛି ଜୀବନ ନିଆ ଖେଳ ସ୍କ୍ୱୁଇଡ୍ ଗେମ୍

ଏହି ସିରିଜ୍‌ରେ Lee Jung-jae ମୁଖ୍ୟ ଭୂମିକାରେ ରହିଛି। ସେ ଜଣେ ଡ୍ରାଇଭର ଓ ଗ୍ୟାମ୍ବଲିଙ୍ଗ୍ ଏଡିକ୍ଟ ଭୂମିକାରେ ଅଛି। Lee ଜଣେ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ସେ ତା’ ମା’ଙ୍କ ସହିତ ରୁହେ। ତା’ର ଗୋଟିଏ ପୁଅ ଥିବା ବେଳେ ସେ ନିଜ ମା ଓ ସାବତ ବାପା ପାଖରେ ରୁହେ। Lee ଲକ୍ଷାଧିକ ଟଙ୍କାର କରଜରେ ବୁଡି ରହିଛି। ଏମିତିକି ମା’ଙ୍କର ଚିକିତ୍ସା କରିବା ନେଇ ମଧ୍ୟ ତା’ ପାଖରେ ଅର୍ଥ ନାହିଁ। ଏନେଇ ସେ ଏହି ଗେମ୍ ଖେଳିବା ନେଇ ରାଜି ହୋଇଯାଇଛି। କିନ୍ତୁ ପରେ ସେ ଏହା ଛାଡିବାକୁ ଇଛା କରୁଥିଲେ ବି କରଜର ବୋଝ ତାକୁ ଖେଳିବା ପାଇଁ ବାଧ୍ୟ କରୁଛି।

Advertisment

ଏହି ଶୋ’ର ସବୁ କଳାକାର କୋରିଆର। ଏଥିରେ Park Hae-soo, Wi Ha-joon, Jung Ho-yeon, Gong Yoo, Heo Sung-tae ଥିବା ବେଳେ ଦିଲ୍ଲୀ ଜନ୍ମିତ ଭାରତୀୟ କଳାକାର ଅନୁପମ ତ୍ରିପାଠୀ ମଧ୍ୟ ଅଛନ୍ତି। ଏଥିରେ ପ୍ରତ୍ୟେକ କଳାକାରଙ୍କ ଅଭିନୟ ଫସେଇବା ନେଇ ବାଧ୍ୟ କରେ। ଅନୁପମ ତ୍ରିପାଠୀ ଏଥିରେ ଜଣେ ପାକିସ୍ତାନୀ ୱାର୍କରର ଭୂମିକା ନିଭାଉଛନ୍ତି। ସେ ତାଙ୍କ ପରିବାରର ଖର୍ଚ୍ଚ ପାଇଁ ଏଥିରେ ପ୍ରବେଶ କରୁଛନ୍ତି।

Korean web series squid gameଲୋକପ୍ରିୟ ହେଉଛି ଜୀବନ ନିଆ ଖେଳ ସ୍କ୍ୱୁଇଡ୍ ଗେମ୍

ତେବେ ଏହାର ନିର୍ଦ୍ଦେଶକ ଏହାକୁ ଭାବିଚିନ୍ତି ତିଆରି କରିଛନ୍ତି। ସିରିଜ୍‌ରେ ଜୀବନ ନେଲା ଭଳି ଗେମ୍ ରହିଛି ସତ, ଏହା ସହିତ ଆର୍ଥିକ ଅସମାନତା, ପ୍ରତାରଣା କାହାଣୀ ମଧ୍ୟ ଯୋଡା ଯାଇଛି। ଏହା ସହିତ କରଜ କିପରି ମଣିଷକୁ ନାଚାର କରିଦିଏ, କରଜର ବୋଝ କିପରି ମାନସିକ ଚାପ ପକାଏ, ବ୍ୟକ୍ତିକୁ ଡରାଏ ଏସବୁ ମଧ୍ୟ ଏଥିରେ ଦେଖିବାକୁ ମିଳେ।

ସୂଚନା ମୁତାବକ ଏହି ସିରିଜ୍‌କୁ ଲୋକପ୍ରିୟ କରିବା ନେଇ ନିର୍ଦ୍ଦେଶକଙ୍କୁ ପ୍ରାୟ ୧୦ ବର୍ଷ ଲାଗିଯାଇଥିଲା। ପ୍ରଥମେ ପ୍ରଥମେ ଲୋକେ ଏହାକୁ ଅବାସ୍ତବ ଭାବି ରିଜେକ୍ଟ କରୁଥିଲେ। କିନ୍ତୁ କୁହାଯାଏ ଯେ ଅପେକ୍ଷାର ଫଳ ମିଠା ହୋଇଥାଏ। ଏଭଳି ମଧ୍ୟ ନିର୍ଦ୍ଦେଶକଙ୍କ ସହିତ ହୋଇଥିଲା। ସ୍କୁଇଡ୍ ଗେମ୍‌ ବର୍ତ୍ତମାନ ୯୦ ଦେଶରେ ସବୁଠାରୁ ବେଶି ଦେଖାଯାଇଥିବା ଶୋ ହୋଇଯାଇଛି।

Korean web series squid gameଲୋକପ୍ରିୟ ହେଉଛି ଜୀବନ ନିଆ ଖେଳ ସ୍କ୍ୱୁଇଡ୍ ଗେମ୍

ସିରିଜ୍‌ର ପ୍ରତି ଏପିଶୋଡ୍‌ରେ ଏକ ଗେମ୍‌ ରହିଛି ଯାହା ଜୀବନର ଅନୁଭବର ସ୍ୱରୂପକୁ କୁହେ। ଯେମିତି ଲୋକେ ଗେମ୍ ଜିତିବା ନେଇ ଲଢନ୍ତି ଠିକ୍ ସେମିତି ଜୀବନରେ ନିଜ ଉଦ୍ଦେଶ୍ୟ ପୂରଣ ନେଇ କଠୋର ପରିଶ୍ରମ ମଧ୍ୟ କରନ୍ତି। ଏହି ଗେମ୍‌ରେ କୋରିଆର ସାମାଜିକ-ଆର୍ଥିକ ଅସମାନତା, ଲିଙ୍ଗଗତ ଅସମାନତା ଓ ପୁଞ୍ଜିବାଦ ଭଳି ମାମଲାକୁ ମଧ୍ୟ ଦେଖାଯିବାର ଚେଷ୍ଟା କରାଯାଇଛି। ଏଥିରେ ଜଣେ ବିଜୟ ହେବା ନିଶ୍ଚିତ ଥିବା ବେଳେ ଶେଷ ପର୍ଯ୍ୟନ୍ତ ଅନିଶ୍ଚିତା ଭିତରେ ରହିବାକୁ ହୁଏ। ଫଳରେ ଖେଳ ଛାଡି ଯାଇ ହୁଏନି।

Special Story Squid Game
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ