Advertisment

ଜୀବିକା ପାଇଁ ବାଜି ଲାଗୁଛି ଜୀବନ, ଜୀବନକୁ ପାଣି ଛଡାଇ ନଦୀ ପାର୍ ହେଉଛନ୍ତି ଲୋକେ

ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ।  ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ପାଇଁ ଯେଉଁଆଡ଼େ ଗଲେ ମଧ୍ୟ ଅଥଳ ପାଣି ଭିତରେ ଡଙ୍ଗା ହିଁ ଭରସା। ଲୋକଙ୍କ ଦୁଃଖକୁ ବୁଝି ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ସମସ୍ୟାର ସାମଧାନ ଖୁବ୍ ଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଯାଏ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହି ଯାଇଥିବା ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।

Villagers Forced To Use Boat To Commute

Villagers Forced To Use Boat To Commute

Advertisment

କୋରାପୁଟ: ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ।  ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ପାଇଁ ଯେଉଁଆଡ଼େ ଗଲେ ମଧ୍ୟ ଅଥଳ ପାଣି ଭିତରେ ଡଙ୍ଗା ହିଁ ଭରସା। ଲୋକଙ୍କ ଦୁଃଖକୁ ବୁଝି ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ସମସ୍ୟାର ସାମଧାନ ଖୁବ୍ ଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଯାଏ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହି ଯାଇଥିବା ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। 

Advertisment

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ଦୁଆରଶୁଣୀ ପଞ୍ଚାୟତର ଜଟିଆଗୁଡା ଘାଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଜୀବିକା ପାଇଁ ଜୀବନକୁ ପାଣି ଛଡାଇ ଲୋକମାନେ ନଦୀ ପାର୍ ହେଉଥିବା ନଜର ଆସିଛି। କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାର ଶହ ଶହ ଲୋକ ଡଙ୍ଗାରେ ଜିନିଷ ପତ୍ର ଓ ଗାଡି ଲଦି ବିପଦପୂର୍ଣ୍ଣ ଜଳଯାତ୍ରା କରଥାନ୍ତି। ଗର୍ଭବତୀ ହେଉ କିମ୍ବା ଚାଉଳ ଅବା ବାର୍ଦ୍ଧକ୍ୟ ଭତ୍ତା ଭଳି କାର୍ଯ୍ୟ ପାଇଁ ଡଙ୍ଗା ହିଁ ଏଠି ଏକମାତ୍ର ସାହା ଭରସା। ଜଟିଆଗୁଡା କେନାଲରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଚାଲିଛନ୍ତି। ଏପରିକି ଗତବର୍ଷ ସରକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ନକ୍ସା ପ୍ରସ୍ତୁତ କରିଥିଲେ। କିନ୍ତୁ ଏବେଯାଏ ତାହା ଫାଇଲ ଭିତରେ ବନ୍ଧା ପଡିଥିବା ଅଭିଯୋଗ ହୋଇଛି। 

୧୯୮୦ ମସିହାରେ ମୁରାନ ନଦୀରେ ଡ୍ୟାମ ନିର୍ମାଣ କରି ଜଳସେଚନ ବ୍ୟବସ୍ଥା କରାଯାଇଥିଲା। ସେବେଠୁ ଠାରୁ ଆଜି ପର୍ଯ୍ୟନ୍ତ ମୁରାନ ଡ୍ୟାମ ପାଣିରେ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ।  ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଗତ କିଛିଦିନ ପୂର୍ବେ ବିଜୁ ସେତୁ ଯୋଜନାରେ ପୋଲ ଅନୁମୋଦନ ନେଇ ଚିଠି କରିଛନ୍ତି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି କୋରାପୁଟ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।  

Advertisment

କେବେ ତିଆରି ହେବ ଜଟିଆଗୁଡା କେନାଲ ଉପରେ ପୋଲ ? ଆଉ କେବେ ଦୂର ହେବ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁଃଖ, ତାହା କେବଳ ଦେଖିବା ବାକି ରହିଲା। 

Koraput Poor Communication
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ