Advertisment

ୟୁଟ୍ୟୁବ ଦେଖି କମାଲ୍ କରିଦେଲେ ମହେଶ୍ୱର : ଦୁଇ ଚାରିଖଣ୍ଡ ପାଇପରେ ତିଆରି କରିଦେଲେ ପାଣି ଉଠା ମେଶିନ୍

କଠିନ ପରିଶ୍ରମ କରି ୟୁଟୁବ ଭିଡିଓ ଦେଖି ସେ ଦେଶୀ ଯୋଗାଡ଼ କରିଛନ୍ତି । ପାଖ ପଡ଼ୋଶୀଙ୍କ ମୋବାଇଲ ଦେଖି ସେ ଏହି କୌଶଳକୁ ନିଜେ ନିଜ ବିଲରେ ପ୍ରୟୋଗ କରିଛନ୍ତି । ଏହି ଦେଶୀ ଯୋଗାଡଟିକୁ କରିବା ପାଇଁ ମହେଶ୍ୱର ବେଶି କିଛି ଯନ୍ତ୍ରପାତି ଲଗାଇ ନାହାନ୍ତି । ଖାଲି ଗୋଟେ ଟିଣ ଡ୍ରମ ଆଉ କିଛି କିଛି ପ୍ଲାଷ୍ଟିକ ପାଇପ ଲାଗିଛି

ଅଦ୍ୟତନ ହୋଇଛି
Innovative Irrigation Facility

Innovative Irrigation Facility

Advertisment

ପାଠ ବେଶି ପଢ଼ି ନାହାନ୍ତି, ପାଖରେ ପଇସା ପତ୍ର ନାହିଁ। ସେ ଗରିବ ନିମ୍ନ ମଧ୍ୟବିତ୍ତ ଚାଷୀ ଜଣେ। ହେଲେ ନିଜ ଜମିରେ ପାଣି ମଡ଼ାଇବା ପାଇଁ ୟୁଟ୍ୟୁବ ଦେଖି କମାଲ୍ କରିଦେଲେ ମହେଶ୍ୱର। ଖଣ୍ଡେ ଟିଣ ଡ୍ରମ ଆଉ ଦୁଇ ଚାରିଖଣ୍ଡ ପାଇପରେ ତିଆରି କରିଦେଲେ ପାଣି ଉଠା ମେସିନ୍। ଏବେ ତାଙ୍କ କ୍ଷେତକୁ ବୁଲି ଆସୁଛନ୍ତି ଲୋକେ। ଏଥିରେ ଇଲେକ୍ଟ୍ରିସିଟି ସଂଯୋଗ ହୋଇ ନାହିଁ କି ବ୍ୟାଟେରୀ ଖଞ୍ଜା ଯାଇ ନାହିଁ, ତଥାପି ଅତି ସହଜରେ ଅଟୋମେଟିକ୍ ବିଲକୁ ପାଣି ମଡ଼ାଯାଇ ପାରୁଛି।

Advertisment

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ଗାଁର ଗରିବ ନିମ୍ନ ମଧ୍ୟବିତ୍ତ ଚାଷୀ ମହେଶ୍ୱର ବିଂଝାଲ। ବୟସ ୫୦ ବର୍ଷ ହେଲାଣି । ପରିବାର କହିଲେ ପତ୍ନୀ ଏବଂ ଦୁଇ ଝିଅ । ଚାଷ ବାସ, ରାଜମସ୍ତ୍ରୀ କାମ, କାଠ କାମ ଏବଂ ମୂଲ ମଜୁରୀ କରି ସେ ପରିବାର ଚଳାନ୍ତି । ପାଠଶାଠ ମଧ୍ୟ ବେଶୀ ପଢ଼ି ନାହାନ୍ତି ।

ହେଲେ କଠିନ ପରିଶ୍ରମ କରି ୟୁଟୁବ ଭିଡିଓ ଦେଖି ସେ ଦେଶୀ ଯୋଗାଡ଼ କରିଛନ୍ତି । ପାଖ ପଡ଼ୋଶୀଙ୍କ ମୋବାଇଲ ଦେଖି ସେ ଏହି କୌଶଳକୁ ନିଜେ ନିଜ ବିଲରେ ପ୍ରୟୋଗ କରିଛନ୍ତି । ଏହି ଦେଶୀ ଯୋଗାଡଟିକୁ କରିବା ପାଇଁ ମହେଶ୍ୱର ବେଶି କିଛି ଯନ୍ତ୍ରପାତି ଲଗାଇ ନାହାନ୍ତି । ଖାଲି ଗୋଟେ ଟିଣ ଡ୍ରମ ଆଉ କିଛି କିଛି ପ୍ଲାଷ୍ଟିକ ପାଇପ ଲାଗିଛି । ଅଠା ଏବଂ ରବର ଟ୍ୟୁବରେ ବନ୍ଧା ବନ୍ଧି କରି ସଜାଡି ଦେଇଛନ୍ତି ସ୍ୱତନ୍ତ୍ର ଯନ୍ତ୍ର। ୟୁଟ୍ୟୁବରେ ଯେମିତି ଦେଖିଲେ ସେମିତି କଲେ। ଶେଷ ବେଳକୁ କୂଅରୁ ପାଣି ବାହାରିଲା।

Advertisment

ବିଲକୁ ଲାଗିଛି ମହେଶ୍ୱଙ୍କ କୂଅ। ପାଣି ଡ୍ରମର ଦୁଇ ପଟେ ଦୁଇଟି ପାଇପ୍ ଲାଗିଛି। ଗୋଟେ ପାଇପରେ ପାଣି କୂଅରୁ ଉଠିବ, ଆଉ ଗୋଟେ ପାଇପରେ ପାଣି ବିଲକୁ ମାଡିବ। ଏକ କାହାଳୀରେ ଡ୍ରମରେ ପାଣି ଫୁଲ୍ କରାଯାଉଛି । ଡ୍ରମରେ ପାଣି ଫୁଲ୍ ହେବା ସହ କୂଅ ଭିତରେ ପଡ଼ିଥିବା ପାଇପ୍ ପର୍ଯନ୍ତ ପାଣି ଭର୍ତ୍ତି କରି ଦିଆଯାଉଛି । ବାସ୍ ସେତିକିରେ ଯୋଗାଡ଼ ଶେଷ । ବିଲ ପଟକୁ ଯେଉଁ ପାଇପ୍ ଛାଡ଼ି ଦିଆ ଯାଇଛି, ସେଠାରେ ଟାପ୍ ମୋଡିଲେ ପାଣି ଆସିଲା।

ଏହି ଦେଶୀ ଯୋଗାଡ଼ କରି ତାଙ୍କ ବିଲରେ ଛନଛନିଆ ବାଇଗଣ, ପେନ୍ଥା ପେନ୍ଥା ଟମାଟୋ, ଟୋକରି ଟୋକରି ପିଆଜ ରସୁଣ ଲଗେଇଛନ୍ତି ମହେଶ୍ୱର । ଏଥିରୁ ଯେଉଁ ଦୁଇ ପଇସା ହେବ ସେଥିରେ ତାଙ୍କ ପରିବାର ଚଳିବ। ତାଙ୍କ ଦୁଇ ଝିଅ ପାଠ ପଢ଼ିବେ।

Advertisment

ତେବେ ବିଡ଼ମ୍ବନା, ଏତିକି ନିଜ ସୌକିରେ ମହେଶ୍ୱର ଏହି ପାଣି ଉଠା ଯୋଗଡ଼ଟି କରିଦେଲେ ସିନା, ଟିଣ ଡ୍ରମଟି କଣା । ନୂଆ ଡ୍ରମଟିଏ କିଣିବାକୁ ପଇସା ନାହିଁ। ଅନ୍ୟାନ୍ୟ ଟୁକୁରା ମୁକୁରା ଯନ୍ତ୍ରପାତି କିଣିବା ବି ସମ୍ଭବ ହୋଇ ପାରୁନି । ମହେଶ୍ୱରଙ୍କ ଏ କମକୁଟିଆ କାମ ଦେଖିବା ପାଇଁ ଗାଁ ଲୋକେ ଆସୁଛନ୍ତି। ପ୍ରଶଂସା ବି କରୁଛନ୍ତି। ଯଦି ସ୍ଥାନୀୟ ବିଡିଓ କି କୃଷି ଅଧିକାରୀ କେହି ଆସି ମହେଶ୍ୱରଙ୍କୁ କିଛି ଭରସା ପ୍ରତିଶ୍ରୁତି ଦିଅନ୍ତେ ତାହାଲେ ସେ ବେଶ୍ ଉପକୃତ ହୋଇ ପାରନ୍ତେ।

ରେଢାଖୋଲରୁ ରମାକାନ୍ତ ମହାନନ୍ଦଙ୍କ ରିପୋର୍ଟ ଓଟିଭି

Innovative Irrigation Facility
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ