Advertisment

ଏଣିକି ଶିଳ୍ପାୟନର ପ୍ରତ୍ୟକ୍ଷ ଦାୟିତ୍ୱ ନେବେ ଜିଲ୍ଲାପାଳ

ଶିଳ୍ପର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ଶିଳ୍ପ ଭିତ୍ତିକ ସମସ୍ୟାକୁ ତୃଣମୂଳ ସ୍ତରରୁ ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।

ଏଣିକି ଶିଳ୍ପାୟନର ପ୍ରତ୍ୟକ୍ଷ ଦାୟିତ୍ୱ ନେବେ ଜିଲ୍ଲାପାଳ

Berhampur Industrial Meet

Advertisment

ଭୁବନେଶ୍ୱର: ଶିଳ୍ପର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ଶିଳ୍ପ ଭିତ୍ତିକ ସମସ୍ୟାକୁ ତୃଣମୂଳ ସ୍ତରରୁ ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଶିଳ୍ପ ଓ ଶିଳ୍ପାୟନର ଉନ୍ନତି ପାଇଁ କରିଛନ୍ତି ବଡ ଘୋଷଣା। ଏଣିକି ଜିଲ୍ଳାପାଳ ହେବେ ଜିଲ୍ଲା ଶିଳ୍ପାୟନର ମୁଖ୍ୟ।  କ୍ଷୁଦ୍ର ଏବଂ ବୃହତ୍ତ ଶିଳ୍ପ ଗୁଡ଼ିକରେ ଲାଗିରହୁଥିବା ସମସ୍ୟା ଓ ଏହାର ସମାଧାନ ପାଇଁ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Advertisment

ଏହାଦ୍ୱାରା ଜିଲ୍ଲାସ୍ତରରେ ଶିଳ୍ପ ଜନିତ ସମସ୍ୟାର ସରଳୀକରଣ ସହ ସମାଧାନ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୩ ଜଣ ଲେଖାଏଁ ବୈଷୟିକ ସହାୟକ ଯୋଗାଇ ଦିଆଯିବ । ଗଞ୍ଜାମ ଜିଲ୍ଲା ସଦର ମହାକୁମା ଛତ୍ରପୁରରେ ୪ଟି ଜିଲ୍ଲାର ଶିଳ୍ପ ପରିଚାଳନାର ସମସ୍ୟା ଓ ସମାଧାନ ପାଇଁ ଆୟୋଜିତ କର୍ମଶାଳାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ।

ରାଜ୍ୟ ସରକାରଙ୍କ ତରଫରୁ ଶିଳ୍ପର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଏଣିକି ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ବିଭିନ୍ନ ଜିଲ୍ଲାକୁ ଗ୍ରସ୍ତ କରି ରହିଥିବା ଶିଳ୍ପାୟନ ସମସ୍ୟାକୁ  ସମାଧାନ କରିବା ପାଇଁ ଉଦ୍ୟମ କରିବେ। ଅଧିକାରୀମାନେ ବିଭିନ୍ନ ଶିଳ୍ପ କ୍ଷେତ୍ରକୁ ପରିଭ୍ରମଣ କରିବେ ବୋଲି ସୂଚନା ଦେଇଛନ୍ତି।

Advertisment

ଅସିତ ତ୍ରିପାଠି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳମାନଙ୍କୁ ଶିଳ୍ପ, ଶିଳ୍ପାୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଛି। ସେମାନେ ଶିଳ୍ପାୟନର ମୁଖ୍ୟ ପୁରୋଧା । ଶିଳ୍ପ ବିଭାଗ ପକ୍ଷରୁ ସେମାନଙ୍କୁ ମାନବ ସମ୍ବଳ ଯୋଗାଇ ଦିଆଯାଇଛି। ସେପ୍ଟେମ୍ବରର ପ୍ରଥମ ସପ୍ତାହରେ ଜିଲ୍ଲାପାଳଙ୍କ ଅଫିସରେ ତିନୋଟି  ସ୍ପେଶାଲିଷ୍ଟ ରହିବେ । ସେମାନେ ଜିଲ୍ଲାପାଳଙ୍କୁ ଏ କ୍ଷ୍ରତ୍ରରେ ସହଯୋଗ କରିବେ। ଯେମିତି ଜିଲ୍ଲାପାଳମାନେ ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଗୃହ ନିର୍ମାଣ, ବିପର୍ଯ୍ୟୟ ପରିଚାଳନା ପ୍ରତ୍ୟକ୍ଷ ଭାବେ କରୁଛନ୍ତି ସେହିଭଳି ଏ କାମ ମଧ୍ୟ କରିବେ। ଇଣ୍ଡଷ୍ଟ୍ରି ଜିଲ୍ଲାପାଳମାନଙ୍କର ମୁଖ୍ୟ ଦାୟିତ୍ୱ ରହିବ। 

Advertisment

ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ସହ  ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା, ଗଞ୍ଜମ ଜିଲାପାଳ ବିଜୟ ଅମୃତ କୂଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

District Collectors Industrialization In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ