ବରଯାତ୍ରୀ ପାଇଁ ଟ୍ରେନ୍‌ ବୁକ୍‌ କରିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେମିତି କରିବେ ବୁକିଂ

ଏଣିକି ବରଯାତ୍ରୀରେ ଟ୍ରେନ୍‌ ବୁକିଂ କରିବା ହେବ ଅତି ସହଜ । କାରଣ ବିବାହ ତଥା କୌଣସି ସ୍ୱତନ୍ତ୍ର ଆୟୋଜନ ପାଇଁ ଟ୍ରେନର ପୂରା କୋଚ୍ ବା ସମ୍ପୂର୍ଣ୍ଣ ସ୍ପେଶାଲ୍ ଟ୍ରେନ୍ ବୁକ୍ କରିବାର ସୁବିଧା ମଧ୍ୟ ରହିଛି । ଯାହାକୁ ସମସ୍ତେ ଅତି ସହଜରେ ବୁକ୍‌ କରିପାରିବେ । ଏଥିପାଇଁ କେବଳ ଆଇଆରସିଟିସି ସହିତ ସିଧା ସମ୍ପର୍କ କରିବାକୁ ପଡିବ ।

ବରଯାତ୍ରୀ ପାଇଁ ବୁକ୍‌ କରିପାରିବେ ଟ୍ରେନ୍‌

ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ତ ସମସ୍ତେ ଚାହିଁଥାନ୍ତି । ବିବାହରେ ଏକ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବରଯାତ୍ରୀ । ଯାହାଙ୍କ ପାଇଁ କିଏ କ୍ୟାବ୍‌ ବୁକ୍‌ କରେ ତ କିଏ ବସ୍‌ । ହେଲେ ଆପଣ ଜାଣନ୍ତି କି ବରଯାତ୍ରୀଙ୍କ ପାଇଁ ଟ୍ରେନ୍‌ ମଧ୍ୟ ବୁକିଂ ହୋଇଥାଏ ବୋଲି ?

ବିବାହ ତଥା କୌଣସି ସ୍ୱତନ୍ତ୍ର ଆୟୋଜନ ପାଇଁ ଟ୍ରେନର ପୂରା କୋଚ୍ ବା ସମ୍ପୂର୍ଣ୍ଣ ସ୍ପେଶାଲ୍ ଟ୍ରେନ୍ ବୁକ୍ କରିବାର ସୁବିଧା ମଧ୍ୟ ରହିଛି । ଯାହାକୁ ସମସ୍ତେ ଅତି ସହଜରେ ବୁକ୍‌ କରିପାରିବେ । ଏଥିପାଇଁ କେବଳ ଆଇଆରସିଟିସି ସହିତ ସିଧା ସମ୍ପର୍କ କରିବାକୁ ପଡିବ ।

ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ପ୍ରତି ବର୍ଷ ଗାଡିରେ ୧୦୦ରୁ ଅଧିକ କୋଚ୍ ବୁକ୍ କରାଯାଇଥାଏ ।

ସୂଚନା ଅନୁସାରେ, ଟ୍ରେନ୍‌ ବୁକିଂ ପାଇଁ ନିର୍ଦ୍ଧାରିତ ଭଡାରୁ ୩୫ରୁ ୪୦ ପ୍ରତିଶତ ଅଧିକ ପୈଠ କରିବାକୁ ପଡିଥାଏ । ଏହାସହ ଏଥିପାଇଁ ରେଲୱେ ଖାତାରେ ଏକ ନିଶ୍ଚିତ ସୁରକ୍ଷା ନିଧି ମଧ୍ୟ ଜମା କରିବାକୁ ପଡିଥାଏ ଯାହା ପରେ ସେହି ରାଶି ଆପଣଙ୍କୁ ଫେରସ୍ତ ମିଳିଯିବ । ଆଇଆରସିଟିସି ତରଫରୁ ନିଆଯାଉଥିବା ଏହି ରାଶିରେ ସର୍ଭିସ୍ ଟ୍ୟାକ୍ସଠୁ ନେଇ ଜିଏସଟି ଓ ଅନ୍ୟ ଟ୍ୟାକ୍ସମାନ ମଧ୍ୟ ସାମିଲ କରାଯାଇଛି ।

ରେଳୱେର ଏହି ବ୍ୟବସ୍ଥା ଦ୍ୱାରା କୋଚ୍ ବା ଟ୍ରେନ୍ ବୁକ୍ କରିବା ଅତ୍ୟନ୍ତ ସହଜ ହୋଇଥାଏ । କେବଳ ଏତିକି ନୁହେଁ ଯଦି କୌଣସି କାରଣରୁ ଆୟୋଜିତ କାର୍ଯ୍ୟକ୍ରମ ରଦ୍ଦ ହୋଇଥାଏ ତେବେ ମଧ୍ୟ ପୈଠ ନିର୍ଦ୍ଧାରିତ ଟ୍ୟାକ୍ସକୁ କାଟି ଫେରସ୍ତ କରିଦିଆଯାଏ ।

ଟ୍ରେନ୍ ବୁକିଂ ପାଇଁ କେଉଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ପଡିବ -

ଟ୍ରେନ୍‌ରେ କେଉଁ କେଉଁ କୋଚ୍ ଲଗାଇପାରିବେ

ଟ୍ରେନରେ ଫଷ୍ଟ୍ ଏସି, ସେକେଣ୍ଟ ଏସି(ଟୁ-ଟାୟାର), ଏସି ଚେୟାରକାର୍, ଥର୍ଡ ଏସି(ଥ୍ରି ଟିୟର), ସେକେଣ୍ଟ ଏସି(ସେକେଣ୍ଡ ସିଟିଂ), ଏକ୍ସକ୍ଲୁସିଭ୍ ଚେୟାର କାର୍, ଏସଏ, ଏଚଭି, ଏସି ସେଲୁନ୍, ସ୍ଲିପର, ସେକେଣ୍ଡ କ୍ଲାସ୍ ଜେନେରାଲ୍, ପ୍ୟାଣ୍ଟ୍ରିକାର, ନନ୍ ଏସି ସେଲୁନ୍, ଏସଏଲଆର୍, ହାଇ କାପାସିଟି ପାର୍ସଲ ଭ୍ୟାନ୍, ଜେନେରାଲ୍ ଓ ଅନ୍ୟ କୋଚ୍ ଲଗାଇପାରିବେ ।

ଟ୍ରେନ୍‌ ବୁକିଂ ପାଇଁ କେତେ ଟଙ୍କା ଜମା କରିବାକୁ ପଡିବ ?

କ’ଣ ରହିଛି ବୁକିଂର ନିୟମ ଏବଂ ସର୍ତ୍ତାବଳୀ

ବୁକିଂ କରିବାକୁ ଥିବା ଟ୍ରେନ୍‌ରେ ୧୮ରୁ ୨୪ କୋଚ୍ ରହିବ । ଟ୍ରେନରେ ୩ ଏସଏଲଆର୍ କୋଚ୍ ଜରୁରୀ । କମ୍ କୋଚ୍ ନେବାକୁ ଥିବା ଗ୍ରହକମାନଙ୍କୁ ସୁରକ୍ଷା ନିଧି ୧୮ କୋଚ୍ ଅନୁସାରେ ଦେବାକୁ ପଡିବ । ଏଥିପାଇଁ ସେମାଙ୍କୁ ୧ରୁ ୬ ମାସ ପୂର୍ବରୁ ବୁକିଂ କରିବାକୁ ପଡିବ । ବୁକିଂ ତାରିଖର ୨ ଦିନ ପୂର୍ବରୁ ହିଁ ଆପଣ ବୁକିଂ ରଦ୍ଦ କରିପାରିବେ । କୌଣସି ବି ଷ୍ଟେସନରେ ଟ୍ରେନ୍ ୧୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ । ଟ୍ରେନରେ ୨ ସ୍ଲିପର କୋଚ୍ ମଧ୍ୟ ବାଧ୍ୟତାମୂଳକ ରହିବ ।

କେମିତି କରିପାରିବେ ଟ୍ରେନ୍ ବୁକିଂ