Advertisment

ତୃଷା ମେଣ୍ଟାଇ ପାରୁନି ବସୁଧା ଯୋଜନା : ଟାଙ୍କି ବସିଛି ହେଲେ ପାଣି ବାହାରୁନି

ବାସୁଦେବପୁର ବ୍ଲକ ବିନୋବାଭାବେନଗର ପଞ୍ଚାୟତର ବିନୋବାଭାବେ ଗାଁ ଲୋକଙ୍କ ତୃଷା ମେଣ୍ଟାଇ ପାରୁନି ସରକାରଙ୍କ ବସୁଧା ଯୋଜନା

Mega Drinking Water Project Fails

Mega Drinking Water Project Fails

Advertisment

ଖରାଦିନରେ ପିଇବା ପାଣିର ସମସ୍ୟା ରହିବନି। ଅଚଳ ନଳକୂପକୁ ତୁରନ୍ତ ସଚଳ କରାଇବା ସହ ଆବଶ୍ୟକ ସ୍ଥାନରେ ନଳକୂପ ବସାଇବାର ବ୍ୟବସ୍ଥା କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଲୋକମାନେ ଯେପରି ଗ୍ରୀଷ୍ମ ସମୟରେ ଜଳ କଷ୍ଟ ନପାଇବେ । ଏଥିପାଇଁ କେଉଁଠି ନଳକୂପ ବସା ଯାଉଛି ଆଉ କେଉଁଠି ଓଭର ହେଡ଼ ଟାଙ୍କି କରାଯାଇ ଜଳ ଯୋଗାଯାଉଛି । ହେଲେ ବସୁଧା ଯୋଜନାରେ ବସିଥିବା ଟାଙ୍କି ମାସ ମାସ ଧରି ଅଚଳ ହୋଇ ପଡିଛି । ଏଥିପ୍ରତି ବିଭାଗ ନା ପ୍ରଶାସନ, କାହାରି ନଜର ପଡୁନାହିଁ । ଲୋକେ ଜଳ ଯନ୍ତ୍ରଣା ଭୋଗୁଛନ୍ତି ।

Advertisment

ବାସୁଦେବପୁର ବ୍ଲକ ବିନୋବାଭାବେନଗର ପଞ୍ଚାୟତର ବିନୋବାଭାବେ ଗାଁ । ଗାଁଟି ସମୁଦ୍ର ଉପକୂଳ ଲୁଣାବନ୍ଧର ପାଖରେ ଅବସ୍ଥିତ । ବର୍ଷା ଦିନରେ ପିଇବା ପାଣି ସମସ୍ୟା ଯାହାହେଉ ଖରାଦିନରେ ପାଣି ସମସ୍ୟା ଜଟିଳ ହେଉଛି ଜଳ ସ୍ତର କମୁଥିବାରୁ ନଳକୂଅରୁ ଆବଶ୍ୟକ ପାଣି ମିଳିପାରୁନାହିଁ । ଲୋକ ସଂଖ୍ୟା ଦୃଷ୍ଟିରୁ ନଳକୂଅ ବି ଶୋଷ ମେଣ୍ଟାଇ ପାରୁନି। ଖରା ଦିନରେ ପାଣି ସମସ୍ୟାକୁ ନଜରରେ ରଖି ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗ ଜରିଆରେ 'ବସୁଧା' ଯୋଜନାରେ ପାଣି ପ୍ରକଳ୍ପ ବସାଯାଇଥିଲା ।

ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖ ପଡ଼ିଆରେ ୮୮ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ବସିଥିଲା। ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ସୁଜଚ୍ଚ ପାଣିଟାଙ୍କି ସହ ଗାଁର ମୁଖ୍ୟ ରାସ୍ତା ପାଖରେ ଏକାଧିକ ସ୍ଥାନରେ ଛୋଟଛୋଟ ପାଣିଟାଙ୍କି କରାଯାଇ ଟ୍ୟାପ ବ୍ୟବସ୍ଥା କରାଯାଇଥିଲା। ପ୍ରକଳ୍ପ ନିର୍ମାଣ ହେବାର କିଛି ମାସ ଚାଲିବା ପରେ ଏବେ ଅଚଳ ହୋଇ ପଡିରହିଛି ।

Advertisment

ବ୍ୟୟ ବହୁଳ ପ୍ରକଳ୍ପଟି କାର୍ଯ୍ୟକ୍ଷମ ପରେ ସ୍ଥାନୀୟ ଅଞ୍ଚଳବାସୀ ବେଶ ଖୁସି ହୋଇଥିଲେ। ବିଶେଷ କରି ଖରାଦିନରେ ଜଳକଷ୍ଟରୁ ମୁକ୍ତି ପାଇ ପାରିବେ ବୋଲି ଲୋକ ଆଶାବାଦୀ ହୋଇଥିଲେ । ହେଲେ ପ୍ରକଳ୍ପଟି ପ୍ରାୟ ପାଞ୍ଚ ମାସରୁ ଉର୍ଦ୍ଧ ହେବ କାମ କରୁନି କି ପାଣି ମିଳୁନି । ଆକାଶ ଚୁମ୍ବି ସୁଉଚ୍ଚ ପାଣି ଟାଙ୍କି ଖରା ଦିନରେ ଶୁଖିଲା ପଡ଼ିଛି। ଖରା ସମୟରେ ଯିଏ ବି ଶୋଷିଲା ରାସ୍ତା ପାଖ ପାଣିଟାଙ୍କି ପାଖକୁ ଆଶ୍ରା କରି ଯାଉଛି ନିରାଶରେ ଫେରୁଛି ପ୍ରକଳ୍ପରୁ ପାଣି ମିଳୁ ନ ଥିବାରୁ ଗାଁରେ ଥିବା ନଳକୂଳ ପାଖରେ ପାଣି ପାଇଁ ଭିଡ଼ ଲାଗୁଛି ।

ପାଣି ନେବାକୁ ଲୋକଙ୍କ ଭିତରେ ପ୍ରତିଯୋଗିତା ସହ ଉଚ୍ଚବାଚ ହେଉଛି । ପାଣି ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଧା ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିବା କହିଛନ୍ତି । ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି । ତେବେ ଘଟଣା ସମ୍ପର୍କରେ ଆମେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲୁ, ହେଲେ ତାଙ୍କର ଦେହ ଅସୁସ୍ଥତା କାରଣରୁ ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।

Advertisment

ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଯଦି ଖରାଦିନରେ ତୃଷା ମେଣ୍ଟାଇ ପାରୁନି, ତେବେ ପ୍ରକଳ୍ପ କାହିଁକି ବସା ଯାଇଛି ତାହା ଏବେ ପ୍ରଶବାଚୀ ସୃଷ୍ଟି କରିଛି ।

ବାସୁଦେବପୁରରୁ କିରୀଟି ଦାସ, ଓଟିଭି

Drinking Water Project Fails
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ