ବିଚ୍‌ ରାସ୍ତାରେ ମାଆକୁ ବାଡ଼େଇଲେ, ଦୁଇ ଛୁଆଙ୍କୁ ଜୋର ଜବରଦସ୍ତି ଛଡ଼ାଇ ନେଇଗଲେ

ଏ କେମିତିକା ଶାଶୂଘର ? ମାଆକୁ ରାସ୍ତାରେ ବାଡ଼େଇ ଦୁଇ ପିଲାଙ୍କୁ ମାଆ କୋଳରୁ ନେଇ ଆସିଲେ। ପୁଅ ଚାଲିଯିବା ପରେ ସବୁ ସମ୍ପର୍କ ତୁଟାଇ ଅନ୍ୟତ୍ର ବାହା ହୋଇଥିଲେ ରୀନା। ହେଲେ ଏବେ ମାଆ କୋଳରୁ ଦୁଇ ଛୁଆଙ୍କୁ ନେଇ ଆସିଲେ ଶାଶୂଘର ଲୋକ…

ବିଚ୍‌ ରାସ୍ତାରେ ମାଆକୁ ବାଡ଼େଇଲେ, ଦୁଇ ଛୁଆଙ୍କୁ ଜୋର ଜବରଦସ୍ତି ଛଡ଼ାଇ ନେଇଗଲେ

ମାଆ ପାଖକୁ ପିଲାଙ୍କୁ ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି ଶାଶୂଘର ଲୋକ । କେବଳ ଇଚ୍ଛା କରୁନାହାନ୍ତି ତାହା ନୁହେଁ ବରଂ ମାଆ ପାଖରୁ ଛୁଆକୁ ଅଲଗା କରିଦେଇଛନ୍ତି। ଆଉ ଏନେଇ ଥାନାରେ ମାମଲା ବି ଦାୟର ହୋଇଛି। କାମାକ୍ଷାନଗରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ରୀନା ସ୍ୱାଇଁଙ୍କ ପ୍ରଥମ ବିବାହ ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ଶାଶୂଘର ଲୋକଙ୍କ ସବୁ ସମ୍ପର୍କ ତୁଟାଇ ରୀନା ବାପଘରକୁ ପଳାଇ ଆସିଥିଲେ । ହେଲେ ଏଇ ବାହାଘର ପରେ ହଠାତ୍‌ ଶାଶୂଘର ଲୋକ ରୀନାଙ୍କ ଘରେ ପହଞ୍ଚି ବିଚ୍‌ ରାସ୍ତାରେ ତାଙ୍କୁ ବାଡ଼େଇ ଥିବାର ସଙ୍ଗୀନ ଅଭିଯୋଗ ହୋଇଛି।

କେବଳ ଏତିକି ନୁହେଁ ବରଂ ରୀନାଙ୍କ ପୂର୍ବ ସ୍ୱାମୀଙ୍କ ଔରସରୁ ଜନ୍ମ ହୋଇଥିବା ଦୁଇ ପିଲାଙ୍କୁ ନିଜ ସାଥୀରେ ଶାଶୂଘର ଲୋକ ନେଇ ଯାଇଛନ୍ତି । ଯାହାକୁ ନେଇ ରୀନା ଥାନାର ଦ୍ୱାରସ୍ଥ ହେବା ସହ ନିଜ ପିଲାଙ୍କୁ ଫେରାଇ ଆଣିବାକୁ ଥାନାରେ ନିବେଦନ କରିଛନ୍ତି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୀନା ଶାଶୂଘର ଛାଡ଼ିବାର ୩ ବର୍ଷ ବିତିବା ପରେ ବି ଶାଶୂଘରର କୌଣସି ଲୋକ ଆସିନଥିଲେ। ଆଉ ଏବେ ପିଲାଙ୍କୁ ମାଆଠାରୁ ଅଲଗା କରିବାକୁ ଉଦ୍ୟମ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ରୀନା ।

କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ