Advertisment

ବାପା ଥାଇ ବି ବେସାହାରା ୫ ଛୁଆ : ସମ୍ପର୍କୀୟ ବଡ଼ବାପା ଘରେ ଭାଗ୍ୟକୁ ଆଦରି ମୁଣ୍ଡ ଗୁଞ୍ଜିଛନ୍ତି

ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ୫ ଛୁଆ । ବାପା ଆସିବେ, ସାଥୀରେ ଚକୋଲେଟ୍ ନେଇ ଆସିବେ । ହେଲେ ତାଙ୍କ ସ୍ୱପ୍ନ କ’ଣ ସତ ହେବ ?

ଅଦ୍ୟତନ ହୋଇଛି
helpless brother sister

helpless brother sister

Advertisment

କଥାରେ ଅଛି ମା’ ନାହିଁ ଯାହାର ସାହା ନାହିଁ ତାହାର । ମା’ ଆରପାରିକୁ ଚାଲିଗଲା ପରେ ବାପା ପାଇଁ ପର ହୋଇଗଲେ କୋମଳମତି । କାମ କରିବାକୁ ଯାଇଛନ୍ତି ଯେ ଆଉ ଫେରୁନାହାନ୍ତି । ସମ୍ପର୍କୀୟ ବଡ଼ବାପା ଘରେ ଭାଗ୍ୟକୁ ଆଦି ପଡ଼ିରହିଛନ୍ତି ୫ ଛୁଆ । ଖାଇବାକୁ ମିଳିଲେ ଖାଉଛନ୍ତି ନହେଲେ ଖାଡ଼ା ଉପବାସ । ସରକାରଙ୍କ ପକ୍ଷରୁ ମଧ୍ୟ ଏଯାଏଁ ଅସହାୟଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇ ନାହିଁ ।

Advertisment

ରରୁଆଁ ବ୍ଲକ ଭଞ୍ଜକିଆ ଗ୍ରାମ ପଞ୍ଚାୟତ ଭଗାବନ୍ଦ ଗାଁର ଜିତେନ୍ଦ୍ର କାରୁଆ ଏବଂ ସିବାନୀ କାରୁଆ । ବାହାର ରାଜ୍ୟରେ ଦାଦନ ଖଟି ପରିବାର ଚଳାଉଥିଲଲେ ଜିତେନ୍ଦ୍ର । ଦୁଃଖେକଷ୍ଟେ ଚଳୁଥିଲା ପରିବାର । ଏହାରି ଭିତରେ ଶିବାନୀ ଔରସରୁ ୫ଟି ସନ୍ତାନ ଜନ୍ମ ଗ୍ରହଣ କରିଥିଲେ । ରାଣୀ କାରୁଆ (୧ ବର୍ଷ ୨ ମାସ) , ଅମୃତା କାରୁଆ (୩ ବର୍ଷ), ବାଦଲ କାରୁଆ (୮ ) ବର୍ଷ , ମେଘନା କାରୁଆ ଝିଅ (୧୦ ବର୍ଷ), ବର୍ଷା ରାଣୀ କାରୁଆ ( ୧୨ ବର୍ଷ) ।

ହଠାତ ଜାନୁଆରୀ ମାସରେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରିଲେ । ଆଉ ତା’ପରେ ଜିତେନ୍ଦ୍ର ୫ ଟି ସନ୍ତାନକୁ ନିଜ ସମ୍ପର୍କୀୟ ଘରେ ଛାଡ଼ିଦେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେ ଯେ ଆଜି ପର୍ଯ୍ୟନ୍ତ ଆସୁନାହାନ୍ତି । କେବେ ଫୋନ କରି ମଧ୍ୟ ଛୁଆମାନଙ୍କ ଭଲ ମନ୍ଦ ପଚାରୁ ନାହାନ୍ତି କି ଦେଖିବାକୁ ଆସୁ ନାହାନ୍ତି । ବାପ ଥାଇ ଏବେ ଅନାଥ ଜୀବନ ବିତାଉଛନ୍ତି ।

Advertisment

ସଂପକୀୟ ବଡବାପା ଘରେ ଅଛନ୍ତି ୫ ଜଣ, ଆଉ ଏମାନେ ୫ ଜଣ ମିଶି ହେଉଛନ୍ତି ୧୦ ଜଣ । ଆଉ ୧୦ ଜଣକୁ ସଂପକୀୟ ବଡ ବାପା ଚଳାଇବା ବହୁକଷ୍ଟ କରୁଛନ୍ତି । ଦୁଇ ଓଳି ଖାଇବାକୁ ନ ପାଇବାରୁ ଗାଁ ଲକମାନଙ୍କ ଛେଳି ଚରାଉଛି ମେଣ୍ଟା ଚଳାଉଛି ୮ ବର୍ଷର ପୁଅ ବାଦଲ। ମାଙ୍କ ମୃତ୍ୟୁ ବରଣ ପରେ ଏମାନଙ୍କ ଦୁଃଖ ଦୁର୍ଦ୍ଦଶା ବଢି ଯାଇଛି। ଏତେ ସବୁ ଘଟଣା ଘଟି ଏପଟେ ଛୁଆ ମାନକୁ ସେଠାରୁ ଉଦ୍ଧାର କରି ତାଙ୍କର ଭବିଷ୍ୟତ ଗଢିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

୫ ବର୍ଷ ତଳେ ଦେଶରେ ପ୍ରଥମ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ମୟୁରଭଞ୍ଜ ଜିଲ୍ଲା ଘୋଷଣା ହଇଥିଲା । ଏବେ କିନ୍ତୁ ଦୁଇ ଅଳି ଖାଇବାକୁ ଅସହାୟ ପିଲାମାନେ ସଂଘର୍ଷ କରୁଛନ୍ତି ।

Advertisment
Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ