Advertisment

ବାଦଲ ଫଟା ବର୍ଷା ପରେ ଏବେ ନୟାନ୍ତ କଲାଣି ଭୁ-ସ୍ଖଳନ

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ପରେ ବନ୍ୟା । ଆଉ ତାସହ ଭୂସ୍ଖଳନ । ସୋଲାନ୍‌ର ଚମ୍ବାଘାଟରେ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି ।

ବାଦଲ ଫଟା ବର୍ଷା ପରେ ଏବେ ନୟାନ୍ତ କଲାଣି ଭୁ-ସ୍ଖଳନ

Land slide

Advertisment

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ପରେ ବନ୍ୟା । ଆଉ ତାସହ ଭୂସ୍ଖଳନ । ସୋଲାନ୍‌ର ଚମ୍ବାଘାଟରେ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି । ସେହିପରି ଲାହୋଲ ସ୍ପିତି ଅଂଚଳରେ ସ୍ଥିତି ସଂଗୀନ । ବନ୍ୟାଜଳ ମାଡିଯିବାରୁ ସାନସା ନାଲା ଜିଲ୍ଲାରେ ଶହ ଶହ ଲୋକ ଫସିଛନ୍ତି । କୁଲୁ ଅଂଚଳରେ ବି ବାଦଲ ଫଟା ବର୍ଷା ପରେ ପ୍ରବଳ ପାଣିର ସୁଅ ଛୁଟୁଛି ।

Advertisment

ଉତ୍ତରାଖଣ୍ଡରେ ବି ସ୍ଥିତି ସମାନ । ରାଜ୍ୟର ତେହରି ଅଂଚଳରେ ଲଗାତର ଭୂସ୍ଖଳନ ହେଉଛି । ଫଳରେ ଋିଷିକେଶ-ଚମ୍ବା ଜାତୀୟ ରାଜପଥ -୯୪ ଅବରୋଧ ହୋଇଯାଇଛି । ବଡ ବଡ ପଥର ସହ ମାଟି ଅତଡା ରାସ୍ତା ଉପରେ ପଡିରହିଛି । ଫଳରେ ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଛି । ଭୂସ୍କଳନ ଯୋଗୁଁ ଚମ୍ବା-ପଠାନକୋଟ୍ ଜାତୀୟ ରାଜପଥ ବି ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ରାସ୍ତା ଅବରୋଧ ହଟାଯିବା ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଆଇଟିବିପି ଓ ବର୍ଡର ରୋଡ୍ ଅର୍ଗନାଇଜେସନର ଯବାନ ନିୟୋଜିତ ହୋଇଛନ୍ତି ।

Advertisment

ଅନ୍ୟପଟେ ଏବେ ଚିନ୍ତା ବଢାଉଛି ବାଦଲ ଫଟା ବର୍ଷା । ସ୍ଥିତି ଏମିତି ହେଲାଣି ଯେ, ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସମୟରେ ବହୁମୂଲ୍ୟ ଜୀବନ ବି ଯାଉଛି । ତେବେ ଆପଣ ଜାଣିଛନ୍ତି କି ? କେମିତି ଓ କାହିଁକି ହୁଏ ବାଦଲ ଫଟା ବର୍ଷା ? ଯଦି ଆକାଶରେ ହଠାତ୍ ମେଘ ଘୋଟି ଆସେ ଏବଂ ତାହା ମାତ୍ର କେହି ମିନିଟ୍‌ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଷିଥାଏ । ତାହାକୁ ବାଦଲ ଫଟା ବର୍ଷା କୁହାଯ।ଏ । ଆଉ ଏହି ବର୍ଷା ସାଧାରଣ ବର୍ଷାଠାରୁ ବେଶ୍ ଭିନ୍ନ । ସୂଚନା ଅନୁସାରେ ଏହି ବର୍ଷା ମାତ୍ର ୧୦ ସେକେଣ୍ଡ ମଧ୍ୟରେ ପାଖାପାଖି ୧ ସେଣ୍ଟିମିଟର୍‌ ପର୍ଯ୍ୟନ୍ତ ବର୍ଷିଥାଏ । ଏହି ବର୍ଷା ପ୍ରାୟତଃ ୧୦ କିମି ବ୍ୟବଧାନ ପର୍ଯ୍ୟନ୍ତ ହୋଇଥାଏ ।

ଏମିତିକି ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଅନେକ ବାଦଲ ଫାଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଆଉ ଯଦି ଏକା ସାଙ୍ଗରେ ଏମିତି ହୁଏ ତେବେ କ୍ଷୟକ୍ଷତିର ଆକଳନ କରିବା ବୋଧହୁଏ ମୁସ୍କିଲ ହେବ। କାରଣ ଭୟଙ୍କର ଭାବରେ ଧନଜୀବନ ନଷ୍ଟ ହୋଇଥାଏ। ୨୦୧୩ ମସିହାରେ କେଦାରନାଥରେ ଏପରି ସ୍ଥିତି ଉପୁଜିଥିଲା। ତେବେ ଏଠାରେ ସ୍ପଷ୍ଟ କରୁଛୁ, କେଦାରନାଥରେ ଯେଉଁ ବାଦଲ ଫଟା ବର୍ଷା ହୋଇଥିଲା ସାଧରଣ ଭାବରେ ତାହା ହୁଏ ନାହିଁ କିନ୍ତୁ ଯଦି ହେଲା ତାହାଲେ କଥା ସରିଲା।

Advertisment
Land Slide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ