Advertisment

ଗୋସେବକ ଅଶୋକ ସାହୁ, ଗୋରୁଗାଈଙ୍କ ପାଇଁ ଗଢିଛନ୍ତି ଆଶ୍ରମ

ଗାଈଟିଏ ବେଶୀ ଦିନର ହୋଇଗଲେ ଆମେ ତାକୁ ଅନ୍ୟ ହାତରେ ଟେକି ଦେଇଥାଉ। ଯେଉଁ ଗାଈର କ୍ଷୀର ଖାଇ ଆମେ ଶକ୍ତିଶାଳୀ ହୋଇଛୁ, ତାକୁ ମରଣ ମୁହଁକୁ ଠେଲି ଦେଲେ ଶାନ୍ତି ମିଳିନଥାଏ । ଏ କଥାକୁ ହୃଦୟଙ୍ଗମ କରି ଘଞ୍ଚ ଜଙ୍ଗଲ ମଧ୍ୟରେ ଗୋ-ଆଶ୍ରମଟିଏ ତିଆରି କରିଛନ୍ତି ବରଗଡ ଜିଲ୍ଲା ପହ୍ମପୁର ଅଂଚଳର ଅଶୋକ ସାହୁ।

ଅଦ୍ୟତନ ହୋଇଛି
Gosebak Ashok Sahu

Gosebak Ashok Sahu

Advertisment

ପଦ୍ମପୁର: ଗାଈଟିଏ ବେଶୀ ଦିନର ହୋଇଗଲେ ଆମେ ତାକୁ ଅନ୍ୟ ହାତରେ ଟେକି ଦେଇଥାଉ। ଯେଉଁ ଗାଈର କ୍ଷୀର ଖାଇ ଆମେ ଶକ୍ତିଶାଳୀ ହୋଇଛୁ, ତାକୁ ମରଣ ମୁହଁକୁ ଠେଲି ଦେଲେ ଶାନ୍ତି ମିଳିନଥାଏ । ଏ କଥାକୁ ହୃଦୟଙ୍ଗମ କରି ଘଞ୍ଚ ଜଙ୍ଗଲ ମଧ୍ୟରେ ଗୋ-ଆଶ୍ରମଟିଏ ତିଆରି କରିଛନ୍ତି ପହ୍ମପୁର ଅଂଚଳର ଅଶୋକ ସାହୁ। ଆଜିର ଦୁନିଆ ସତରେ ସ୍ୱାର୍ଥପର। ସ୍ୱାର୍ଥ ଥିଲେ କୋଳେଇ ନେବେ। ଆଉ ସ୍ୱାର୍ଥ ହାସଲ ହୋଇଗଲା ପରେ ପର କରି ଦେବେ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମଣିଷ ବିଷୟରେ କହୁଛୁ, ଯାହାଙ୍କ କାମ ଦେଖିଲେ ଆପଣ ସାବାସୀ ଦେବାକୁ ବାଧ୍ୟ ହେବେ। ସେହି ନିସ୍ୱାର୍ଥପର ମଣିଷ ହେଉଛନ୍ତି ବରଗଡ ଜିଲ୍ଲା ପହ୍ମପୁର ଅଂଚଳର ଅଶୋକ ସାହୁ। ଯେକି ଗୋରୁମାନଙ୍କ ପାଇଁ ଗଢିଛନ୍ତି ସ୍ୱତନ୍ତ୍ର ଆଶ୍ରମ ।

Advertisment

ପଦ୍ମପୁରଠାରୁ ପ୍ରାୟ ୫୦ କିଲୋ ମିଟର ଦୂର ରାଜେନ୍ଦ୍ରପୁର ଗାଁରେ ରହିଛି ଅଶୋକଙ୍କ ଏହି ଆଶ୍ରମ। ଓଡିଶା-ଛତିଶଗଡ ସୀମାନ୍ତ ଜଙ୍ଗଲ ନିକଟରେ ତିଆରି ହୋଇଥିବା ଏହି ଗୋ ଆଶ୍ରମ ନାଁ ରଖାଯାଇଛି କାମଧେନୁ ଗୋ-ଆଶ୍ରମ। ଯେଉଁଠାରେ ରୋଗଗ୍ରସ୍ତ, ଅସହାୟ ଗାଇ ଗୋରୁଙ୍କୁ ରଖି ସେବା କରାଯାଏ। ଏସବୁ କାମରେ ଅଶୋକ ସାହୁଙ୍କୁ ସହାୟତା କରିଥାନ୍ତି ତାଙ୍କ ପତ୍ନୀ ମିନାକ୍ଷୀ ସାହୁ।

ପ୍ରଥମେ ୨୦ଟି ଗାଈ ରଖି ସେବା କାମ ଆରମ୍ଭ କରିଥିଲେ ଅଶୋକ। ଏବେ ଏହି ସଂଖ୍ୟା ଆସି ୧୦୦ ଟପି ଗଲାଣି। ଏତେ ଗାଈଗୋରୁଙ୍କୁ ଦାନା ଦେବା ସମ୍ଭବ ହେଉ ନଥିବାରୁ ଆଖ ପାଖ ଜଙ୍ଗଲରେ ଚରାଇବାକୁ ବାଧ୍ୟ ହେଉଛନ୍ତି ଅଶୋକ। ସବୁଠାରୁ ବଡ କଥା ଗୋ-ଆଶ୍ରମରେ ରହୁଥିବା କୌଣସି ଗାଈର କ୍ଷୀର ଦୁଆଁ ଯାଏ ନାହିଁ। କେବଳ ଗୋବର ବିକ୍ରିରୁ ଯାହା କିଛି ମିଳେ ସେଥିରେ ଗାଈଗୋରୁମାନଙ୍କୁ ଖାଦ୍ୟ ଓ ଚିକିତ୍ସା କରାଯାଇଥାଏ। ତେବେ ଅଶୋକଙ୍କ ଏପରି ନିଆରା ସେବାକୁ ଅନେକ ପ୍ରଶଂସା କରିଛନ୍ତି।

Advertisment

ଆଜିର ସମାଜ କିଛି ଟଙ୍କା ପାଇଁ ଗାଈଗୋରୁଙ୍କୁ ମରଣ ମୁହଁକୁ ଠେଲି ଦେଉଥିବା ବେଳେ ବୁଲା ଗାଈଗୋରୁଙ୍କ ପାଇଁ ଅଶୋକ ସାହୁ ତିଆରି କରିଥିବା ଗୋ-ଆଶ୍ରମ ସତରେ ବିରଳ।

Bargarh Gosebak Ashok Sahu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ