Advertisment

କ୍ଷମତାର ଅପବ୍ୟବହାର କରିନାହାନ୍ତି ମଞ୍ଜୁଲତା, ଏବେ ସ୍ୱାମୀ ମୂଲ ଲାଗିଲେ ଚଳେ ପରିବାର

୫ ବର୍ଷ କ୍ଷମତାରେ ଥାଇ ବି ନିଜ ପାଇଁ କିଛି କରିପାରିଲେନି। ଲୋକଙ୍କ ସେବାରେ ବିତିଗଲା ସମୟ। ଆଉ ଆଜି କ୍ଷମତା ଯିବା ପରେ ବି ସମାନ ସ୍ଥିତି। ଯେତେବେଳେ କ୍ଷମତାରେ ଥିଲେ ସମସ୍ତେ ଆସୁଥିଲେ ଓ ଭଲମନ୍ଦ ପଚାରି ବୁଝୁଥିଲେ।

ଅଦ୍ୟତନ ହୋଇଛି
Former Salipur Block Vice-Chairman Suffers In Poverty

Former Salipur Block Vice-Chairman Suffers In Poverty

Advertisment

ଦାୟିତ୍ୱ ଆଗରେ କ୍ଷମତା ତୁଚ୍ଛ। ୫ ବର୍ଷ କ୍ଷମତାରେ ଥାଇ ବି ନିଜ ପାଇଁ କିଛି କରିପାରିଲେନି। ଲୋକଙ୍କ ସେବାରେ ବିତିଗଲା ସମୟ। ଆଉ ଆଜି କ୍ଷମତା ଯିବା ପରେ ବି ସମାନ ସ୍ଥିତି। ନିଜ ପାଇଁ କେବେ କିଛି ଚାହିଁ ନଥିବା ସାଲେପୁରର ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମଞ୍ଜୁଲତା ସାମଲ ଏହା କହିଛନ୍ତି। ହେଲେ ଆଜି ସେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ସେହିପରି କାହାଠାରୁ ଟଙ୍କାଟିଏ ନ ନେଇ ଲୋକ ସେବାରେ ନିଜକୁ ନିୟୋଜିତ କରିଥିବାରୁ ଗର୍ବ ଅନୁଭବ କରନ୍ତି ବୋଲି ଭଦ୍ରକ ଜିଲ୍ଲା ବରଣ୍ଡୁଆର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ପ୍ରସାଦ ପଣ୍ଡା କହିଛନ୍ତି। 

Advertisment

ମଞ୍ଜୁଲତା ଯେତେବେଳେ କ୍ଷମତାରେ ଥିଲେ ସମସ୍ତେ ଆସୁଥିଲେ ଓ ଭଲମନ୍ଦ ପଚାରି ବୁଝୁଥିଲେ। ୨୦୦୭ରେ କଟକ ସାଲେପୁର ବ୍ଲକ ଉପାଧ୍ୟକ୍ଷା ଥିବାବେଳେ ଜନ ପ୍ରତିନିଧି ଭାବେ ଲୋକଙ୍କ ସମସ୍ୟାର ସମାଧାନ କରୁଥିଲେ ଓ ଲୋକମାନେ ମଧ୍ୟ ସେମାନଙ୍କର ଦୁଃଖ ଜଣାଇବାକୁ ତାଙ୍କ ପାଖକୁ ଆସୁଥିଲେ। ହେଲେ ଏବେ ନା ତାଙ୍କ ପାଖରେ କ୍ଷମତା ଅଛି ନା ତାଙ୍କୁ ଆହା ପଦେ କହିବାକୁ କିଏ ଆସୁଛନ୍ତି।

୫ ବର୍ଷ କ୍ଷମତାରେ ଥାଇ ବି ମଞ୍ଜୁଲତା ନିଜ ପାଇଁ କିଛି କରିପାରି ନାହାନ୍ତି। ଏମିତିକି ଘର ଖଣ୍ଡେ ନ ଥିବାରୁ ନିଜ ଶ୍ୱଶୁରଙ୍କ ପୁରୁଣା ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ରୋଗୀଣା ସ୍ୱାମୀ ଓ ପିଲାଛୁଆଙ୍କୁ ନେଇ ପୂର୍ବରୁ ସେ ଭଙ୍ଗା ଦଦରା ଚାଳ ଛପର ଘରେ ହିଁ ରହୁଥିଲେ। ରୋଜଗାରର ସେମିତି କିଛି ସ୍ଥାୟୀ ପନ୍ଥା ତାଙ୍କର ନାହିଁ। ରୋଗୀଣା ସ୍ୱାମୀ ମୂଲ ଲାଗିଲେ ପରିବାର ଚଳେ। ଯିଏ ଦିନେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ଆଜି ତାଙ୍କ ପାଖେ କିଛି ନାହିଁ କହିଲେ ଚଳେ। ଏଭଳି ସ୍ଥିତିରେ କିଛି ସରକାରୀ ସହାୟତା ମିଳିଲେ ସେ ଉପକୃତ ହୋଇପାରନ୍ତେ ବୋଲି ମଞ୍ଜୁଲତା କହିଛନ୍ତି। ଅଭାବ ଅନଟନ ମଧ୍ୟରେ ସେ ଛେଳି ଚରାଉଥିବା ଜଣାପଡ଼ିଛି।

Advertisment

କୋହଭରା କଣ୍ଠରେ ମଞ୍ଜୁଲତା କହିଛନ୍ତି, ‘ବହୁତ ଦୁଃଖକଷ୍ଟରେ ଚଳୁଛି। ସ୍ୱାମୀଙ୍କ ଦେହ ମଧ୍ୟ ଭଲ ନାହିଁ। ପୁଅକୁ ପଢ଼ାଇ ପାରୁନି। ସବୁବେଳେ ମନ ଦୁଃଖରେ ରହୁଛି। ବାପାଙ୍କ ଘରେ ରହୁଛି। କିଛି ସହଯୋଗ ମିଳିଲେ ଉପକୃତ ହୋଇପାରନ୍ତି’।

ମଞ୍ଜୁଲତାଙ୍କ ଭଳି ସ୍ୱଚ୍ଛତାର ପ୍ରତୀକ ଆଉ ଜଣେ ଲୋକ ପ୍ରତିନିଧି ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବରଣ୍ଡୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ପ୍ରସାଦ ପଣ୍ଡା। ୧୯୮୪ ମସିହାରେ ନିର୍ବାଚନ ଲଢ଼ି ସରପଞ୍ଚ ହୋଇଥିଲେ। ମାତ୍ର ନିର୍ବାଚନ ଜିତିବା ଲାଗି ସେ କାହାକୁ ଟଙ୍କାଟିଏ ଦେଇ ନଥିଲେ କି କ୍ଷମତାରେ ଥିବାବେଳେ ଟଙ୍କାଟିଏ ମଧ୍ୟ ଖାଇ ନଥିଲେ। 

Advertisment

ଜନ ପ୍ରତିନିଧି ହୋଇ ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କରି ଉଦାହରଣ ପାଲଟିଛନ୍ତି ମଞ୍ଜୁଲତା ଓ ସୁରେନ୍ଦ୍ର। ଯାହା ଏବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି

(କଟକ ସାଲେପୁରରୁ ମନୋଜ ଆଚାର୍ଯ୍ୟ ଓ ଭଦ୍ରକ ବାସୁଦେବପୁରରୁ କିରୀଟି ଦାସଙ୍କ ରିପୋର୍ଟ)

Poverty Block Vice Chairman Suffers Poverty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ