କୁକୁର ସାହସିକତା; ଜଳନ୍ତା କୋଠାରୁ ଡେଇଁ ପଡିଲା

କ୍ୟାମେରାରେ କଏଦ ହୋଇଛି ଏକ କୁକୁରର ସାହସୀକ କାମ। ଜଳୁଥିବା ଏକ ଘରୁ ରକ୍ଷା ପାଇବା ପାଇଁ କୁକୁରଟି ଝରକା ବାଟେ ଡେଇଁପଡିଥିବା ଦେଖାଯାଇଛି। ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି।

କୁକୁର ସାହସୀକତା; ଜଳନ୍ତା କୋଠାରୁ ଡେଇଁ ପଡିଲା

କ୍ୟାମେରାରେ କଏଦ ହୋଇଛି ଏକ କୁକୁରର ସାହସୀକ କାମ। ଜଳୁଥିବା ଏକ ଘରୁ ରକ୍ଷା ପାଇବା ପାଇଁ କୁକୁରଟି ଝରକା ବାଟେ ଡେଇଁପଡିଥିବା ଦେଖାଯାଇଛି। ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଥିବା ବେଳେ ଖବର ଲେଖା ହେବା ବେଳକୁ ୩୩,୦୦୦ରୁ ଅଧିକ ଭ୍ୟୁ ପାଇଛି। ଏହି ଭିଡିଓଟି ଆପଣଙ୍କୁ ଦୁଃଖ ଦେଇପାରେ କିନ୍ତୁ ଖୁସିର କଥା ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ କୁକୁରଟି ବର୍ତ୍ତମାନ ସୁସ୍ଥ ଅଛି।

ଭିଡିଓରେ, କୁକୁରଟି ଜଳୁଥିବା ଏକ ଘର ଭିତରେ ଫସି ରହିଥିବା ବେଳେ ଖୋଲା ଝରକା ଉପରେ ଛଟପଟ ହେଉଥିବା ଦେଖିବାକୁ ମିଳେ। କୁକୁରଟି ବୋବଉଥିବା ବେଳେ ତଳେ ଠିଆ ହୋଇଥିବା ଲୋକମାନେ ତାକୁ ତଳକୁ ଡେଇଁବାକୁ ଅନୁରୋଧ କରୁଥିବା ଦେଖାଯାଏ। ତେବେ କୁକୁରଟି ସାହସର ସହିତ ଝରକା ବାଟେ ଡେଇଁପଡେ ଏବଂ ତଳେ ନିରାପଦରେ ପଡିଯିବା ଦେଖାଯାଏ। ତେବେ ଚାର୍ଲି ନାମକ ଏହି କୁକୁରଟିର ପିଠି ଓ ଲାଞ୍ଜରେ ନିଆଁ ଲାଗି ଜଳିଯାଇଛି କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେବାର ଆଶା କରାଯାଉଛି।

କୁକୁରଟି ଯେତେବେଳେ ଜଳନ୍ତା ଘରେ ଫସିଯାଇଥିଲା ଓ ଝରକା ପାଖରେ ଠିଆ ହୋଇ କଲବଲ ହେଉଥିବା ତଳେ ଠିଆ ହୋଇଥିବା କିଛି ଲୋକ ଓ ଅଗ୍ନିଶମ କର୍ମଚାରୀମାନେ ତାକୁ ଡେଇଁ ପଡିବାକୁ ଡାକିଥିଲେ। ସେ ଡେଇଁପଡିବା ପରେ ତାଙ୍କୁ ଯଥା ଶୀଘ୍ର ଚିକିତ୍ସା କରିବାରେ ସଫଳ ହୋଇଥିଲେ ଏବଂ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ସେ ସୁସ୍ଥ ଥିବା ଜଣାଯାଇଛି। କୁକୁର ଚାର୍ଲିର ପିଠି ଓ ଲାଞ୍ଜର କିଛି ଅଂଶ ଜଳି ଯାଇଥିଲେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାର ଆଶା କରାଯାଉଛି।

ଏହି ଭିଡିଓ ଇଣ୍ଟାଗ୍ରାମରେ ଭାଇରାଲ ହେଉଥିବା ବେଳେ ଅନେକ ଏହାକୁ ଦେଖି ମର୍ମାହତ ହେଉଥିବା ଦେଖାଯାଏ। ସେମାନେ ଦୁଃଖ ପ୍ରକାଶକରି ଅନେକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ କହିଛନ୍ତି ଯେ “ଏହା ମୋତେ କନ୍ଦେଇଦେଲ। ତାକୁ ବଞ୍ଚାଇଦେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।” ସେହିପରି ଆଉଜଣେ ବ୍ୟକ୍ତି ଦୁଃଖ ପ୍ରକାଶ କରି କହିଛନ୍ତି ଯେ “ବିଚରା କୁକୁର! ସେ ସୁସ୍ଥ ଥିବାରୁ ମୁଁ ଭାରି ଖୁସି।” ଅନ୍ୟଜଣେ ଏହି ଭିଡିଓ ଦେଖି ପିଲାଙ୍କ ଭଳି କାନ୍ଦିବାକୁ ଲାଗିଥିଲେ ବୋଲି କହିଛନ୍ତି। ତେବେ ସେ ସୁସ୍ଥ ହୋଇ ଫେରିଥିବାରୁ ସେ ଭାରି ଖୁସି ବୋଲି କହିଛନ୍ତି।