Advertisment

କରୋନା ସମୟରେ କାୟା ବିସ୍ତାର କଲାଣି ଡ଼େଙ୍ଗୁ

ନାଳନର୍ଦ୍ଦମା ସଫାଠୁ ଆରମ୍ଭ କରି ଲୋକେ କିଭଳି ଶୁଦ୍ଧ ପିଇବା ପାଣି ପାଇବେ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କାରଣ ଏହି ସବୁ ରୋଗରେ ଆକ୍ରାନ୍ତ ରୋଗୀ ଯଦି କରୋନା ପଜିଟିଭ୍ ହୁଅନ୍ତି ତେବେ ସ୍ୱାସ୍ଥାବସ୍ଥା ଗୁରୁତର ହେବାର ରହିଛି।

କରୋନା ସମୟରେ କାୟା ବିସ୍ତାର କଲାଣି ଡ଼େଙ୍ଗୁ

Corona Dengue

Advertisment

ଭୁବନେଶ୍ୱର: କରୋନା ସମୟରେ ଜଳବାହିତ ରୋଗ ଏବଂ ମଶାମାନଙ୍କ ଦ୍ୱାରା ସୃଷ୍ଚି ହେଉଥିବା ରୋଗକୁ ନେଇ ବଢ଼ିଲା ଚିନ୍ତା । କାରଣ କୌଣସି କରୋନା ଆକ୍ରାନ୍ତ ମଶା ଦ୍ୱାରା ହେଉଥିବା ଡେଙ୍ଗୁ କି ଚିକନ୍‌ଗୁନିଆ ଭଳି ରୋଗ କିମ୍ବା ଜଳବାହିତ ରୋଗର ଶିକାର ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି ଏଥିପ୍ରତି ସଜାଗ ରହିବାକୁ ସବୁ ରାଜ୍ୟକୁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଉଚ୍ଚରେ ଥିବା ବେଳେ ଡେଙ୍ଗୁ ଆନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ପ୍ରଶାସନର ମୁଣ୍ଡବଥା ବଢ଼ିଛି।

Advertisment

ବର୍ଷା ଦିନେ ସଂକ୍ରମଣର ଡୁଆଲ ଚ୍ୟାଲେଞ୍ଜ୍। ଗୋଟିଏ ପଟେ କରୋନା କହର ଶେଷ ହୋଇନଥିବା ବେଳେ, ବର୍ଷା ଦିନେ ମଶାମାନଙ୍କ ଦ୍ୱାରା ବ୍ୟାପୁଥିବା ଚିକେନଗୁନିଆ,ଡେଙ୍ଗୁ , ମ୍ୟାଲେରିଆ ହେଉ ବା ଅନ୍ୟ ଜଳବାହିତ ରୋଗ ପ୍ରଶାସନ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ରାଜ୍ୟଗୁଡିକୁ ଏଥିପ୍ରତି ଅଧିକ ସତର୍କତାର ସହ ପଦକ୍ଷେପ ନେବା ପାଇଁ କୁହାଯାଇଛି। ନାଳନର୍ଦ୍ଦମା ସଫାଠୁ ଆରମ୍ଭ କରି ଲୋକେ କିଭଳି ଶୁଦ୍ଧ ପିଇବା ପାଣି ପାଇବେ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କାରଣ ଏହି ସବୁ ରୋଗରେ ଆକ୍ରାନ୍ତ ରୋଗୀ ଯଦି କରୋନା ପଜିଟିଭ୍ ହୁଅନ୍ତି ତେବେ ସ୍ୱାସ୍ଥାବସ୍ଥା ଗୁରୁତର ହେବାର ରହିଛି।

Advertisment

ରାଜଧାନୀ ଭୁବନେଶ୍ୱର ପାଇଁ ବି ସୃଷ୍ଟି ହୋଇଛି ଡବଲ୍ ଚ୍ୟାଲେଞ୍ଜ୍। ଗୋଟିଏ ପଟେ ରାଜଧାନୀରେ ଦୈନିକ କୋଭିଡ୍ ସଂକ୍ରମଣ ଆଦୃଶିଆ ଭାବେ କମୁନଥିବା ବେଳେ ବିଏମ୍ସି ପାଇଁ ଏବେ ସୃଷ୍ଟି ହୋଇଛି ଡେଙ୍ଗୁ ନିୟନ୍ତ୍ରଣ ଚ୍ୟାଲେଞ୍ଜ୍। ରାଜଧାନୀର ନୀଳାଦ୍ରି ବିହାର ଏବଂ ଶୈଳଶ୍ରୀ ବିହାର ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୱାର୍ଡ଼ ନମ୍ବର ୭, ୧୪,୧୭ ଏବଂ ୪୨ରେ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକା ରହିଛି। ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୨୭୬ ଓ ପୁରା ରାଜ୍ୟରେ ୪୨୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ଦିନକୁ ୧୫ରୁ ୨୦ଟି ଡେଙ୍ଗୁ କେସ୍ ସାମ୍ନାକୁ ଆସୁଛି।

ତେବେ ଏଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।  ସେପଟେ ବିଏମସି ତରଫରୁ ଡେଙ୍ଗୁ ବ୍ୟାପୁଥିବା ଅଞ୍ଚଳରେ ମଶା ଧୂଆଁଠୁ ଆରମ୍ଭ କରି ମଶା ତେଲ ସ୍ପ୍ରେ କାମ ଜାରି ରହିଥିବା କହିଛନ୍ତି କମିଶନର।

Advertisment

କେବଳ ସରକାର ନୁହଁନ୍ତି ଏହି ଡୁଆଲ୍‌ ଚ୍ୟାଲେଞ୍ଜକୁ ସାମ୍ନା କରିବାରେ ସାଧାରଣ ଲୋକଙ୍କର ଦାୟିତ୍ୱ ବେଶ୍ ଅଧିକ। ନିଜ ଆଖପାଖର ପରିବେଶ ସଫା ରଖିବା ସହ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିବା ଆଶ୍ୟକ।

Dengue Dengue In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ