ହେଲ୍‌ମେଟ୍ ପିନ୍ଧି ବାଇକ୍‌ରେ ବୁଲୁଛି ବିଲେଇ

ସଡକ ସଚେତନତାର ବାର୍ତ୍ତା ଦେଉଛି ବିଲେଇ। ଖାଲି ମୁଣ୍ଡରେ ନୁହେଁ ହେଲ୍‌ମେଟ୍ ପିନ୍ଧି ବାଇକ୍‌ରେ ବୁଲୁଛି। ବିଲେଇର ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ହେଲ୍‌ମେଟ୍ ପିନ୍ଧି ବାଇକ୍‌ରେ ବୁଲୁଛି ବିଲେଇ

ସଡକ ସଚେତନତାର ବାର୍ତ୍ତା ଦେଉଛି ବିଲେଇ। ଭାଇରାଲ ହେଉଥିବା ବିଲେଇର ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗୃହପାଳିତ ପଶୁମାନଙ୍କୁ ତ ସମସ୍ତେ ଭଲ ପାଆନ୍ତି। କିନ୍ତୁ ଏହି ବିଲେଇ ବିଷୟରେ ଆଉ କିଛି ନୂଆ କଥା ଅଛି। ଏହା କୌଣସି ସାଧାରଣ ବିଲେଇ ନୁହେଁ। ଏବେ ଏହି ବିଲେଇ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତାଙ୍କୁ ଦେଖି ଆପଣ କହିବେ ଯେ ଏହା ଏକ ସୁପର୍‌ କ୍ୟାଟ୍। ଏହି ବିଲେଇଟି କୁଲ୍ କ୍ୟାଟ୍ ନାମରେ ଅଧିକ ଭାଇରାଲ ହେବାରେ ଲାଗିଛି।

ଯଦି ବିଲେଇକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବାକୁ ପଡେ, ତେବେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ବାସ୍କେଟ୍ ବ୍ୟବହାର କରାଯାଏ। ଏଥିରେ ସେମାନେ ଗୋଟିଏ ଜାଗାରେ ପଡି ରୁହନ୍ତି। ଏହି ଟୋକେଇର ଦୁଇ ପାର୍ଶ୍ୱରେ ଜାଲ ପରି ଥାଏ ଯାହା ଦ୍ୱାରା ବିଲେଇ ବାହାର ଦୁନିଆଁ ଦେଖି ପାରିବ ଏବଂ ନିଶ୍ୱାସ ନେବାରେ ଅସୁବିଧା ହେବ ନାହିଁ। ପ୍ରକୃତିରେ ଚଞ୍ଚଳ ବିଲେଇ ସାଧାରଣତଃ ପୋଷା କୁକୁର ପରି ଶୃଙ୍ଖଳିତ ନୁହଁନ୍ତି। କିନ୍ତୁ ଭାଇରାଲ୍ ହେଉଥିବା ଏହି ବିଲେଇଟି ସ୍ୱତନ୍ତ୍ର ଅଟେ। ଏହି ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଏହି କଥା ହିଁ କହିବେ।

ଏହି ବିଲେଇଟି ବ୍ୟାଗ୍‌ରେ ବୁହାହୋଇ ବୁଲେ ନାହିଁ, ଏହା ବରଂ ବାଇକ୍‌ରେ ବସି ବୁଲିବାକୁ ଯାଏ। Buitengebieden ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲ୍‌ ଏହି ଭିଡିଓ ସେୟାର କରିଛି। ଏଥିରେ ବିଲେଇଟି ଏକ ଦାମି ବାଇକ୍‌ରେ ଆରାମରେ ବସିଥିବାର ଦେଖାଯାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ହାଲୁକା ବାଦାମୀ ରଙ୍ଗର ଏହି ବିଲେଇଟି ବାଇକ୍‌ରେ ଖାଲି ମୁଣ୍ଡରେ ବସି ନାହିଁ, ସେ ଏକ ଛୋଟ ହେଲ୍‌ମେଟ୍‌ ମଧ୍ୟ ପିନ୍ଧିଛି।

ଏହି ହେଲ୍‌ମେଟ୍‌ ମଧ୍ୟ ସାଧାରଣ ହେ୍‌ଲମେଟ୍‌ ନୁହେଁ, ବାଇକ୍‌ ଚାଳକଙ୍କ ହେଲ୍‌ମେଟ୍‌ ପରି ଏହି ବିଲେଇର ହେଲ୍‌ମେଟ୍ ମଧ୍ୟ। ସାଧାରଣତଃ ଅନେକ ଯୁବପିଢିଙ୍କ କ୍ଷେତ୍ରରେ ଦେଖାଯାଏ ଯେ ସେମାନେ ବାଇକ୍ ଚଳଉଥିଲେ ବି ହେଲ୍‌ମେଟ୍ ପିନ୍ଧନ୍ତି ନାହିଁ। କିନ୍ତୁ ଏହି ବିଲେଇ ଏ ଦିଗରେ ବହୁତ ସଚେତନ ଥିବା ଦେଖାଯାଏ।

ବିଲେଇ ଓ ବାଇକ୍ ଆରୋହୀ ଅତ୍ୟନ୍ତ ମଜାରେ ବାଇକ୍ ଚଢି ବୁଲୁଛନ୍ତି। କୌତୁହଳର ବିଷୟ ହେଉଛି ଠିକ୍ ମଣିଷ ପିଲା ପରି ବିଲେଇଟି ମଧ୍ୟ ତା’ର ଉଭୟ ଆଗ ଗୋଡରେ ବାଇକକୁ ଜୋରେ ଧରିଛି। ବାଇକ୍‌ରେ ଯିବା ବେଳେ ମୁଣ୍ଡକୁ ଏପଟ ସେପଟ କରି ପ୍ରକୃତିକୁ ମଧ୍ୟ ଉପଭୋଗ କରୁଥିବା ଦେଖାଯାଏ।