Advertisment

ସିଏଜି ରିପୋର୍ଟ: ରାଜ୍ୟରେ ୩୮% ପର୍ଯ୍ୟନ୍ତ ଅଧ୍ୟାପକ ପଦବୀ ଖାଲି, ୮ଟି କଲେଜକୁ ‘ଏ’ ଗ୍ରେଡ୍ ନାକ୍ ମାନ୍ୟତା

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପ୍ରଦର୍ଶନ ନେଇ ସିଏଜି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
CAG

CAG

Advertisment

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପ୍ରଦର୍ଶନ ନେଇ ସିଏଜି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହ କେତେକ କ୍ଷେତ୍ରରେ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି କେତେକ ଅନୁଦାନ ରାଶିର ବିନିଯୋଗ ପ୍ରମାଣପତ୍ର ମିଳି ନଥିବାରୁ ତାହା ଠିକ୍‌ ଭାବେ ଖର୍ଚ୍ଚ ହୋଇଛି କି ନାହିଁ ସେନେଇ ସିଏଜି ସନ୍ଦେହ କରିଛନ୍ତି।

Advertisment

୨୦୧୮-୧୯ରେ ୯୯ ହଜାର ୫୪୬ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ଯାହାକି ପୂର୍ବ ଆର୍ଥିକ ବର୍ଷ ୨୦୧୭-୧୮ ତୁଳନାରେ ୧୬.୮ ପ୍ରତିଶତ ଅଧିକ ଥିଲା। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୧୩ଟି ଅନୁଦାନ ଅଧିନରେ ଥିବା ୨୭ଟି ଯୋଜନାରେ ମୋଟ ୧୩୦୪ କୋଟି ଟଙ୍କା ବିନିଯୋଗ କରାଯାଇ ନ ପାରିବାରୁ ଫେରସ୍ତ ହୋଇଥିଲା। ତେବେ ସେହି ବର୍ଷ ରାଜ୍ୟ ସରକାର ମୋଟ ୨୫,୯୫୭ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ଏଥିରୁ ୧୯,୩୭୧ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦିଆଯାଇ ନଥିଲା। ଫଳରେ ଏହି ଟଙ୍କା ଖର୍ଚ୍ଚ ହୋଇଛି କି ନାହିଁ ସେନେଇ ସିଏଜି ସନ୍ଦେହ ପ୍ରକାଶ କରିଛନ୍ତି।

Advertisment

ବିଧାନସଭାରେ ଆଗତ ହୋଇଥିବା ‘ଉଚ୍ଚଶିକ୍ଷାର ଫଳାଫଳ’କୁ ନେଇ ସିଏଜିଙ୍କ ରିପୋର୍ଟ ଅନୁସାରେ, ୨୦୧୪-୧୫ ରୁ ୨୦୧୮-୧୯ ମସିହା ପର୍ଯ୍ୟନ୍ତ ଅବଧିର ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତିକୁ ନେଇ ଏହି ଅଡିଟ୍ ୨୦୧୯ ଅକ୍ଟୋବରୁ ୨୦୨୦ ଜାନୁଆରୀ ମାସ ମଧ୍ୟରେ ହୋଇଥିଲା। ସିଏଜିଙ୍କ ଅଡିଟ୍ ରିପୋର୍ଟ ଅନୁସାରେ, ରାଜ୍ୟରେ ପ୍ରଫେସନାଲ ଅଧ୍ୟାପକଙ୍କ ଅଭାବ ସହ ଉତ୍କଳ ଓ ଉତ୍ତର ଓଡ଼ିଶା ଭଳି ବିଶ୍ୱବିଦ୍ୟାଳୟରେ ୩୮% ପର୍ଯ୍ୟନ୍ତ ଅଧ୍ୟାପକ ପଦବୀ ଖାଲି ଥିବାବେଳେ ମାତ୍ର ୮ଟି କଲେଜକୁ ‘ଏ’ ଗ୍ରେଡ୍ ନାକ୍ ମାନ୍ୟତା ମିଳିପାରିଥିବା ଦର୍ଶାଇଛନ୍ତି। 

CAG Report Top Universities In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ