ଶରଧାପୁର ଗାଁରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 ଶରଧାପୁର ଗାଁ ଠାରୁ ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ପ୍ରେମୀଯୁଗଳ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ବର୍ଷେ ପୂର୍ବେ ସିନାପାଲି ଅଞ୍ଚଳରେ ବିବାହ କରିଥିଲେ । ତେବେ କିଛି ଦିନ ତଳେ ଉକ୍ତ ଯୁବତୀ ଜଣକ ନିଜ ବାପ ଘର ଶରଧାପୁରକୁ ଆସିଥିଲେ ।

ପ୍ରେମୀଯୁଗଳ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ

News Summary

ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ଛାନଭିନ୍

କିଛି ଦିନ ତଳେ ଗାଁରୁ ଫେରାର ଥିଲେ ପ୍ରେମୀଯୁଗଳ

ଉପରକୋଟ୍(କାର୍ତ୍ତିକ ମଲ୍ଲିକ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ଗାଁ ନିକଟ ଏକ ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତ ମୃତଦେହ ଉଦ୍ଧାର । ଗ୍ରାମ ନିକଟ ଏକ ଗଛରେ ଦୁଇ ଜଣକ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଚନ୍ଦାହାଣ୍ଡି ପୋଲିସ୍ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ ପୋଲିସ ଶବ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରିଛି । ଦୁଇ ମୃତକ ଶରଧାପୁର ଗାଁର ବୋଲି ସୂଚନା ମିଳିଛି ।

ଶରଧାପୁର ଗାଁ ଠାରୁ ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ପ୍ରେମୀଯୁଗଳ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକ । ମହିଳା ଜଣଙ୍କ ବର୍ଷେ ପୂର୍ବେ ସିନାପାଲି ଅଞ୍ଚଳରେ ବିବାହ କରିଥିଲେ । ତେବେ କିଛି ଦିନ ତଳେ ଉକ୍ତ ଯୁବତୀ ଜଣକ ନିଜ ବାପ ଘର ଶରଧାପୁରକୁ ଆସିଥିଲେ । କିନ୍ତୁ ଗତ ୧୫ ଦିନ ତଳେ ଶରଧାପୁର ଗ୍ରାମର ଜଣେ ଯୁବକଙ୍କ ସହ ଉକ୍ତ ଯୁବତୀ ଜଣକ କୁଆଡେ ଚାଲିଯାଇଥିଲେ । ଉଭୟଙ୍କ ପରିବାର ବହୁ ଖୋଜା ଖୋଜି କରିଥିଲେ କିନ୍ତୁ ଉଭୟଙ୍କର କୌଣସି ଖୋଜଖବର ପାଇନଥିଲେ ।

ଗତ କାଲି ବିଳମ୍ବିତ ରାତିରେ ଉଭୟ ନିଜ ଗ୍ରାମ ଶରଧାପୁରକୁ ଫେରି ଆସିଥିଲେ ଏବଂ ଆଜି ସକାଳେ ଗ୍ରାମ ନିକଟ ଏକ ବବୁଲ ଗଛରେ ଉଭୟ ଗୋଟିଏ ରଶିରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି । ତେବେ କାହିଁକି ଓ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି କିଛି ସ୍ପଷ୍ଟ ହୋଇନି । ପରେ ଘଟଣା ସ୍ଥଳରେ ଚନ୍ଦାହାଣ୍ଡି ପୋଲିସ ପହଂଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଥାନା ଅଧିକାରୀ ପରମାନନ୍ଦ ସୂନାନୀ ।