Advertisment

ଚାକିରି ପଛରେ ଗୋଡ଼ାଇଲେ ନାହିଁ, ବାଡ଼ିରେ ଫସଲ କଲେ। ଏବେ ଦିନକୁ ରୋଜଗାର....

ଆଜିର ଦୁନିଆରେ ସରକାରୀ ହେଉ କିମ୍ବା ଘରୋଇ ହେଉ ସମସ୍ତେ ଚାକିରି ପଛରେ ବାୟା। ସ୍ଥିତି ଏମିତି ହେଲାଣି ଯେ, ଚାକିରିଟିଏ ମିଳିବା ଏବେ କଷ୍ଟକର ହେଲାଣି। ତେଣୁ ଏବେ ଚାକିରି ପଛରେ ନଗୋଡ଼େଇ ନିଜ ବାଡ଼ିରେ କିମ୍ବା ପାଳରେ କିଛି କରିବା ଲାଗି ଚେଷ୍ଟା କରୁଛନ୍ତି ଅନେକ ଲୋକେ

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ଭଦ୍ରକ(ପାର୍ଥସାରଥୀ ନାୟକ): ଆଜିର ଦୁନିଆରେ ସରକାରୀ ହେଉ କିମ୍ବା ଘରୋଇ ହେଉ ସମସ୍ତେ ଚାକିରି ପଛରେ ବାୟା। ସ୍ଥିତି ଏମିତି ହେଲାଣି ଯେ, ଚାକିରିଟିଏ ମିଳିବା ଏବେ କଷ୍ଟକର ହେଲାଣି। ତେଣୁ ଏବେ ଚାକିରି ପଛରେ ନଗୋଡ଼େଇ ନିଜ ବାଡ଼ିରେ କିମ୍ବା ପାଳରେ କିଛି କରିବା ଲାଗି ଚେଷ୍ଟା କରୁଛନ୍ତି ଅନେକ ଲୋକେ। ଠିକ୍ ସେହିପରି ଏକ ଦୃଶ୍ୟ ଭଦ୍ରକରୁ ସାମ୍ନାକୁ ଆସିଛି।

Advertisment

ତେବେ ଯୁବକ ଜଣଙ୍କ ବାହାରକୁ ଯାଇ ଦାଦନ ଖଟିବା ଅପେକ୍ଷା, ନିଜ ଜମିରେ ନିଜସ୍ୱ ଚେଷ୍ଟା ଓ ପରିଶ୍ରମରେ ଫଳାଇ ପାରିଛନ୍ତି ସୁନାର ଫସଲ। ବାଡ଼ିରେ ବିଭିନ୍ନ ପ୍ରକାରର ଆମ୍ବ, ପିଜୁଳି, ସପେଟା, ଲେମ୍ବୁ ସହ ମିଶ୍ରିତ ପ୍ରଣାଳୀରେ ଚାଷ କରିଛନ୍ତି । ତିନି ଏକରରୁ ଉର୍ଦ୍ଧ୍ୱ ଜମିରେ ଉଦ୍ୟାନ ଭିତ୍ତିକ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ କିଛି ଲୋକଙ୍କୁ ମଧ୍ୟ ରୋଜଗାରର ରାହା ଯୋଗାଇଛନ୍ତି। ଯୁବକ ଯୁବକଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

ଏଠି ଏକା ସାଙ୍ଗରେ ଫଳ ସାଙ୍ଗକୁ ପନିପରିବା ଚାଷ ମଧ୍ୟ ହେଉଛି । ଏପରି ବଗିଚା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ବୀରୁଆଁ ଗ୍ରାମରେ । ଏହି ଗ୍ରାମର ଅନ୍ତର୍ଯ୍ୟାମି ମିଶ୍ର ନିଜର ୩ ଏକର ଜମିରେ କିଛି ଫଳ ଚାଷ କରିବା ପାଇଁ ମନ ବଳାଇଥିଲେ। ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗରୁ ପ୍ରଥମେ ୪୦ ଟି ଆମ୍ବ ଓ ନଡ଼ିଆ ଚାରା ଆଣି ଲଗାଇଥିଲେ। ପରେ କୋଲକତାରୁ ଏକଶହ ବିଭିନ୍ନ କିସମର ପିଜୁଳି ଚାରା ଆଣି ନିଜ ବଗିଚାରେ ଲଗାଇଥିଲେ । ପରେ କଲମି କରି ଏବେ ପର୍ଯ୍ୟନ୍ତ ପ୍ରାୟ ଦୁଇ ଶହ ପିଜୁଳି ଗଛ, ଏକ ଶହ ଆମ୍ବ ଗଛ ବଗିଚାରେ ଲଗାଇଛନ୍ତି ।

Advertisment

ଏକା ସାଙ୍ଗରେ ଆମ୍ବ ,ପଣସ , ପିଜୁଳି , ଲିଚୁ ଓ ସପେତା, ଲେମ୍ବୁ ଚାଷ କରିଛନ୍ତି । ଗଛ ଛାଇରେ ପନିପରିବା ଚାଷ କରୁଛନ୍ତି । କଲମି କରି ଉନ୍ନତମାନର ଗଛ ଚାରା ପ୍ରସ୍ତୁତ ବି କରୁଛନ୍ତି । ବର୍ଷକୁ ୧୨ ମାସ କିଛି ନା କିଛି ଫଳ ସାଙ୍ଗକୁ ପନିପରିବା ଉତ୍ପାଦନ ହେଉଛି । ଗାଁ ବଜାର ଓ ବେପାରୀଙ୍କୁ ଦେଇ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଅନ୍ତର୍ଯ୍ୟାମୀ। ବାହାରକୁ ଦାଦନ ଖଟିବା ଅପେକ୍ଷା, ନିଜସ୍ୱ ଜମିରେ ସୁନାର ଫସଲ ଫଳାଇ ପାରି ବେଶ ଖୁସି ଅନୁଭବ କରୁଛନ୍ତି । ଏଥିସହ କିଛି ଅଭାବୀ ପରିବାରଙ୍କୁ ମଧ୍ୟ ରୋଜଗାରର ରାହା ଯୋଗାଇ ପାରିଛନ୍ତି ଅନ୍ତର୍ଯ୍ୟାମୀ । ନିଜର ଯଦି କିଛି ଜମି ରହିଛି, ତାହାଲେ ନିଜସ୍ୱ ଚେଷ୍ଟାରେ ଏହି ଫଳ ଚାଷ କରିପାରିଲେ ନିଶ୍ଚୟ ଲାଭବାନ ହୋଇପାରିବେ ବୋଲି ଯୁବ ବର୍ଗ ମାନଙ୍କୁ ଆହ୍ୱାନ ଦେଇଛନ୍ତି ଅନ୍ତର୍ଯ୍ୟାମୀ। ଏହି ଫଳ ଉଦ୍ୟାନରୁ ଦୁଇ ପଇସା ଲାଭବାନ ହୋଇ ନିଜ ପରିବାରକୁ ସୁରୁଖରରେ ଚଳାଇପାରୁଛନ୍ତି

Advertisment

ବଗିଚାର ସମସ୍ତ ଗଛ ମାତ୍ର ତିନି କି ଚାରି ବର୍ଷର ଆଉ ସେଗୁଡ଼ିକର ଉଚ୍ଚତା ମାତ୍ର ୫ ଫୁଟ ହେବ। କିନ୍ତୁ ଫଳ ଏତେ ପରିମାଣରେ ହୋଇଛି ଯେ ପିଜୁଳି ସବୁ ମାଟିରେ ଲୋଟୁଛି । ପିଜୁଳି ଗୋଟାକୁ ପ୍ରାୟ ୮୦୦ ଗ୍ରାମକୁ ୧ କେଜି ଓଜନର ହେବ । ଗତ କିଛିଦିନରେ ପ୍ରାୟ କୁଇଣ୍ଟାଲ ପିଜୁଳି ବିକ୍ରି କରିଛନ୍ତି।

ତେବେ ପରିଶ୍ରମର ଫଳ ମିଠା। ଆଉ ଦୃଢ ପରିଶ୍ରମ ଆଗରେ ହାର ମାନିଛି ସମସ୍ତ ପ୍ରତିବନ୍ଧକ। ଗ୍ରାମବାସୀଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି ଅନ୍ତର୍ଯ୍ୟାମି। ଯଦି ବିଭାଗ ପକ୍ଷରୁ ଅଧିକ ପ୍ରୋତ୍ସାହନ ମିଳିପାରନ୍ତା ତାହାଲେ, ଅନ୍ତର୍ଯ୍ୟାମୀ ଅଧିକ ପରିମାଣରେ ଫଳ ଉତ୍ପାଦନ କରି ପାରନ୍ତେ।

Farmer Bhadrak Farmers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ