ହଷ୍ଟେଲ ଖାଦ୍ୟ ପାଲଟିଲା କାଳ । କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ହଷ୍ଟେଲରେ ଖାଦ୍ୟ ଖାଇ ୧୫ରୁ ଅଧିକ ଛାତ୍ରୀ ଆକ୍ରାନ୍ତ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କଲେଜରେ ଖେଳ ଚାଲିଥିବାରୁ ପିଲାମାନେ ହଷ୍ଟେଲ ମେନୁ ହିସାବରେ ଖାଦ୍ୟ ଖାଇ ଥିଲେ ଯାହା ପରେ ୧୦ରୁ ଅଧିକ ଛାତ୍ରୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।
ଆକ୍ରାନ୍ତଙ୍କୁ ତୁରନ୍ତ ହଷ୍ଟେଲରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଂକ୍ରମଣ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି ।
ତେବେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ବିଗିଡିଲା ତାହାର ତଦନ୍ତ ଚାଲିଛି । ଏହାସହ ସେମାନଙ୍କ ପାଖରେ ମେଡିକାଲ ଟିମ୍ ଯାଇ ଅନୁଧ୍ୟାନ କରୁଛନ୍ତି ବୋଲି ପବ୍ଲିକ ଅଫିସର ସୂଚନା ଦେଇଛନ୍ତି ।