Tips and Tricks: ବାଉଳାରେ ଚାପିହେଇଗଲା କି ରେଫ୍ରିଜରେଟର ଡିଫ୍ରୋଷ୍ଟ ବଟନ୍; ଠିକ୍ କରିବାର ୩ ଷ୍ଟେପ୍

ରେଫ୍ରିଜରେଟରରେ ଏକ ଡିଫ୍ରୋଷ୍ଟ ବଟନ୍ ଥାଏ। ବେଳେବେଳେ ଏହି ବଟନ୍ ବାଉଳାରେ ଦାବି ହୋଇଯାଏ କିମ୍ବା ପିଲାମାନେ ଏହାକୁ ଦଦେଇ ଦିଅନ୍ତି। ତା’ପରେ ଏହାକୁ ଠିକ୍ କରିବା ଦରକାର।

ବାଉଳାରେ ଚାପିହେଇଗଲା କି ରେଫ୍ରିଜରେଟର ଡିଫ୍ରୋଷ୍ଟ ବଟନ୍; ଠିକ୍ କରିବା ୩ ଷ୍ଟେପ୍

ଅନେକ ଥର ଆପଣ ହୁଏତ ଧ୍ୟାନ ଦେଇଥିବେ ଯେ ରେଫ୍ରିଜରେଟର ଭିତରେ ଥିବା ଫ୍ରିଜ୍‌ରେ ବରଫର ଏକ ପାହାଡ ସୃଷ୍ଟି ହୋଇଯାଏ। ଏଥିପାଇଁ ରେଫ୍ରିଜରେଟରରେ ଏକ ଡିଫ୍ରୋଷ୍ଟ ବଟନ୍ ଅଛି। ଏହି ବଟନ୍ ଦବାଇବା ମାତ୍ରେ ଫ୍ରିଜ୍ ବନ୍ଦ ହୋଇଯାଏ ଏବଂ ବରଫ ଧୀରେ ଧୀରେ ପାଣିରେ ପରିଣତ ହୁଏ ଏବଂ ତରଳିବା ଆରମ୍ଭ କରେ। ଏହି ପ୍ରକ୍ରିୟା ବେଳେବେଳେ ୧୨-୧୪ ଘଣ୍ଟାରୁ ଅଧିକ ସମୟ ନେଇଥାଏ।

କିନ୍ତୁ ବେଳେବେଳେ ଏହି ବଟନ୍ ବାଉଳାରେ ଦାବି ହୋଇଯାଏ କିମ୍ବା ପିଲାମାନେ ଏହାକୁ ଦଦେଇ ଦିଅନ୍ତି। ତା’ପରେ ଏହାକୁ ଠିକ୍ କରିବା ଦରକାର। ଯଦି ଏହା ନ ହୁଏ ତେବେ ବରଫ ପାଣିରେ ପରିଣତ ହୋଇ ପଡିବା ଆରମ୍ଭ କରେ ଏବଂ ଫ୍ରିଜ୍ ଭିତରେ ରଖାଯାଇଥିବା ସମସ୍ତ ଜିନିଷ ନଷ୍ଟ ହୋଇପାରେ। ତେଣୁ, ବଟନ୍‌କୁ ପୂର୍ବ ସ୍ଥିତିକୁ ଆଣିବା ଆବଶ୍ୟକ।

ଅନେକ ରେଫ୍ରିଜରେଟରରେ ଏକ ସିଷ୍ଟମ ଅଛି ଯାହା ଥରେ ଡିଫ୍ରୋଷ୍ଟ ବଟନ୍ ଦବାଇଲେ, ଫ୍ରିଜରେ ଥିବା ବରଫ ସଂପୂର୍ଣ୍ଣ ତରଳି ଯିବା ପରେ ଏହା ପୂର୍ବ ଅବସ୍ଥାକୁ ଆପେ ଆପେ ଫେରିଯାଏ। ଏହାର ଏକ ନିର୍ଦ୍ଦିଷ୍ଟ ସମୟ ଥାଏ। କିନ୍ତୁ କିଛି ଫ୍ରିଜ୍‌ରେ ଏହା ପ୍ରାୟତଃ ଏମିତି ହୁଏ ଯେ ଡିଫ୍ରୋଷ୍ଟ ବଟନ୍ ପୁଣି ଥରେ ଦବାଇ ରଖି ଏହାକୁ ପୁନଃ ସେଟ୍ କରାଯାଏ।

ଯଦି ଆପଣ ମଧ୍ୟ ଏପରି ପରିସ୍ଥିତିର ସାମ୍ନା କରନ୍ତି ତେବେ ଭୟଭୀତ ହୁଅନ୍ତୁ ନାହିଁ। ଏନେଇ ଏମିତି କିଛି ଟିପ୍ସ ଅଛି ଯାହା ଦ୍ୱାରା ଅଟକି ରହିଥିବା ଡିଫ୍ରୋଷ୍ଟ ବଟନ୍ ପୁଣି ସ୍ଥିର ହୋଇପାରିବ ଏବଂ ଆପଣଙ୍କ ଫ୍ରିଜ୍ ପୁଣି ଟର୍ନ୍ ଅନ୍ ହୋଇପାରିବ। ଏହା ଏତେ ସହଜ ଯେ ଆପଣଙ୍କୁ କେବଳ ୩ ଟି ଷ୍ଟେପ୍ ଅନୁସରଣ କରିବାକୁ ପଡିବ ଏବଂ ଆପଣଙ୍କ ଫ୍ରିଜ୍ ପୂର୍ବ ପରି କାମ କରିବା ଆରମ୍ଭ କରିବ।

୩ ଟି ଷ୍ଟେପ୍:

ଆପଣ ଦେଖିବେ ଯେ ଡିଫ୍ରୋଷ୍ଟ ବଟନ୍ ବାହାରକୁ ପଳେଇଆସିବ ଏବଂ କିଛି ସେକେଣ୍ଡ ମଧ୍ୟରେ ରେଫ୍ରିଜରେଟର କମ୍ପ୍ରେସର ମଧ୍ୟ ଚାଲିବା ଆରମ୍ଭ କରିବ। ଯଦି ଆପଣ ୫ ମିନିଟ୍ ପାଇଁ ଫ୍ରିଜ୍ ବନ୍ଦ କରନ୍ତି ଏବଂ ତା’ପରେ ପୁଣି ଖୋଲନ୍ତି, ଆପଣ ଦେଖିବେ ଯେ ଫ୍ରିଜ୍ ପୁଣି ଥଣ୍ଡା ହେବା ଆରମ୍ଭ କରିବ।