Astrospeak
  • Live TV
  • Read In English

ବିଶ୍ୱର ସବୁଠୁ ବଡ଼ ରକେଟର ପରୀକ୍ଷଣ ବେଳେ ଧମାକାଦାର ବିସ୍ଫୋରଣ

ସ୍ପେସ୍ ଏକ୍ସ ପକ୍ଷରୁ ମହାକାଶକୁ ଉତ୍‌କ୍ଷେପଣ ହୋଇଥିବା ବିଶ୍ୱର ସବୁଠୁ ବଡ଼ ରକେଟ ଷ୍ଟାରଶିପ୍ ସୁପର ହେଭିର ପରୀକ୍ଷଣ ବେଳେ ବିସ୍ପୋରଣ ହୋଇଛି। ଯଦିଓ ଏହି ସମ୍ପୂର୍ଣ୍ଣ ପରୀକ୍ଷଣ ବିଫଳ ହୋଇଛି, କିନ୍ତୁ ସ୍ପେସ୍ ଏକ୍ସ ଏହାକୁ ସଫଳ ବୋଲି ଦାବି କରିଛି।

World Biggest Rocket SpaceX Starship Explodes During Test
ପରୀକ୍ଷଣ ବେଳେ ଧମାକାଦାର ବିସ୍ଫୋରଣ

ଟେସ୍‌ଲା-ଟ୍ୱିଟର ମାଲିକ ଏଲନ୍‌ ମସ୍କଙ୍କ ମହତ୍ୱାକାଂକ୍ଷୀ ମହାକାଶ ଅଭିଯାନକୁ ଶକ୍ତ ଝଟ୍‌କା ଲାଗିଛି। ତାଙ୍କ କମ୍ପାନୀ ସ୍ପେସ୍ ଏକ୍ସ ପକ୍ଷରୁ ମହାକାଶକୁ ଉତ୍‌କ୍ଷେପଣ ହୋଇଥିବା ବିଶ୍ୱର ସବୁଠୁ ବଡ଼ ରକେଟ ଷ୍ଟାରଶିପ୍ ସୁପର ହେଭିର ପରୀକ୍ଷଣ ବେଳେ ବିସ୍ପୋରଣ ହୋଇଛି। ଏହା ଉତ୍‌କ୍ଷେପଣ ହେବାର ମାତ୍ର କେଇ ମିନିଟ୍ ପରେ ବିସ୍ଫୋରଣରେ ଧ୍ୱଂସ ହୋଇଯାଇଛି।

ଆମେରିକା ଟେକ୍ସାସ ସ୍ଥିତ ବୋକା ଚିକାର ଘରୋଇ ସ୍ପେସ୍ ଏକ୍ସ ସ୍ପେସ୍‌ପୋର୍ଟ ଷ୍ଟାରବେସ୍‌ରୁ ଏହାର ଉତ୍‌କ୍ଷେପଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ରକେଟ୍ ଉତ୍‌କ୍ଷେପଣର ୩ ମିନିଟ ପରେ ଦ୍ୱିତୀୟ ପର୍ଯ୍ୟାୟରେ ରକେଟ୍ ଓ ମହାକାଶ ଯାନ ପରସ୍ପରଠୁ ଅଲଗା ହୋଇ ମହାକାଶକୁ ଯିବା କଥା। କିନ୍ତୁ ସେଭଳି ହେବା ପୂର୍ବରୁ ଷ୍ଟାରଶିପ୍ ସୁପର ହେଭିର ବିସ୍ଫୋରଣ ହୋଇଥିଲା।

ଯଦିଓ ଏହି ସମ୍ପୂର୍ଣ୍ଣ ପରୀକ୍ଷଣ ବିଫଳ ହୋଇଛି, କିନ୍ତୁ ସ୍ପେସ୍ ଏକ୍ସ ଏହାକୁ ସଫଳ ବୋଲି ଦାବି କରିଛି। ଏହି ଘଟଣାରୁ ସ୍ପେସ୍ ଏକ୍ସ ଅନେକ କଛି ଶିକ୍ଷା ଲାଭ କରିଥିବା ଟ୍ୱିଟ୍‌ କରି ଜଣାଇଛି ସଂସ୍ଥା। ଚନ୍ଦ୍ର, ମଙ୍ଗଳ ତଥା ତଥା ଅନ୍ୟ ଅନ୍ତରୀକ୍ଷ ଗ୍ରହକୁ ମହାକାଶଚାରୀଙ୍କୁ ପଠାଇବା ଲାଗି ଏଲନ୍ ମସ୍କଙ୍କ ମହାକାଶ ଗବେଷଣା କମ୍ପାନୀ ସ୍ପେସ୍ ଏକ୍ସ ପକ୍ଷରୁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ତଥା ବଡ଼ ମହାକାଶ ଯାନ ଷ୍ଟାରଶିପ୍।

୧୬୪ ଫୁଟର ଉଚ୍ଚତାର ଷ୍ଟାରସିପ୍ ମହାକାଶ ଯାନ ଉଭୟ ମହାକାଶଚାରୀ ଓ ସାମଗ୍ରୀ ପରିବହନ କରିବାର ଦକ୍ଷତା ରଖେ। ଯାହାକୁ ୨୩୦ ଫୁଟ ଉଚ୍ଚତାର ସୁପର ହେଭି ବୁଷ୍ଟର ରକେଟ୍ ମହାକାଶକୁ ପ୍ରେରଣ କରିବ। ଏହି ଉଭୟ ଯାନ ସମ୍ମିଳିତ ଭାବେ କିଭଳି ପ୍ରଦର୍ଶନ କରୁଛନ୍ତି, ତାର ପରୀକ୍ଷଣ କରାଯାଉଥିଲା।