Advertisment

ବାର୍ଷିକ ପାଖାପାଖି ୧୨ ହଜାର କୋଟିର ଟର୍ଣ୍ଣଓଭର : ବିଶ୍ୱର ସବୁଠାରୁ ଧନୀ ଆତଙ୍କୀ ସଂଗଠନରେ ସାମିଲ ତାଲିବାନ

ଧନୀ ଆତଙ୍କୀ ସଂଗଠନରେ ତାଲିବାନୀ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବାର୍ଷିକ ପାଖାପାଖି ୧୨ ହଜାର କୋଟିର ଟର୍ଣ୍ଣଓଭର । ତେବେ ଏଇଠି ପ୍ରଶ୍ନ ଉଠୁଛି, ଅସ୍ତ୍ରଶସ୍ତ୍ର କିଣିବା ପାଇଁ ତାଲିବାନ ପାଖକୁ ଟଙ୍କା କେଉଁଠୁ ଆସେ ? କିଏ ଏତେ ଟଙ୍କା ଦେଉଛି ? ବେଆଇନ୍ କାରବାର ପାଇଁ ପାଣ୍ଠି କେଉଁଠୁ ଆସୁଛି ? ୨୦୧୬ରେ ଫୋର୍ବସ୍ ପତ୍ରିକା ତାଲିବାନକୁ ବିଶ୍ୱର ପଞ୍ଚମ ଧନୀ ଆତଙ୍କବାଦୀ ସଂଗଠନ ଭାବରେ ନାମିତ କରିଥିଲା । ସେତେବେଳେ ତାଲିବାନର ବାର୍ଷିକ କାରବାର ପ୍ରାୟ ୪୦୦ ମିଲିୟନ୍ ଡଲାର ଥିଲା ।

ବାର୍ଷିକ ପାଖାପାଖି ୧୨ ହଜାର କୋଟିର ଟର୍ଣ୍ଣଓଭର : ବିଶ୍ୱର ସବୁଠାରୁ ଧନୀ ଆତଙ୍କୀ ସଂଗଠନରେ ସାମିଲ ତାଲିବାନ

Taliban

Advertisment

ନୂଆଦିଲ୍ଲୀ : ଧନୀ ଆତଙ୍କୀ ସଂଗଠନରେ ତାଲିବାନୀ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବାର୍ଷିକ ପାଖାପାଖି ୧୨ ହଜାର କୋଟିର ଟର୍ଣ୍ଣଓଭର । ତେବେ ଏଇଠି ପ୍ରଶ୍ନ ଉଠୁଛି, ଅସ୍ତ୍ରଶସ୍ତ୍ର କିଣିବା ପାଇଁ ତାଲିବାନ ପାଖକୁ ଟଙ୍କା କେଉଁଠୁ ଆସେ ? କିଏ ଏତେ ଟଙ୍କା ଦେଉଛି ? ବେଆଇନ୍ କାରବାର ପାଇଁ ପାଣ୍ଠି କେଉଁଠୁ ଆସୁଛି ? ୨୦୧୬ରେ ଫୋର୍ବସ୍ ପତ୍ରିକା ତାଲିବାନକୁ ବିଶ୍ୱର ପଞ୍ଚମ ଧନୀ ଆତଙ୍କବାଦୀ ସଂଗଠନ ଭାବରେ ନାମିତ କରିଥିଲା । ସେତେବେଳେ ତାଲିବାନର ବାର୍ଷିକ କାରବାର ପ୍ରାୟ ୪୦୦ ମିଲିୟନ୍ ଡଲାର ଥିଲା ।

Advertisment

କିନ୍ତୁ ୨୦୧୯-୨୦୨୦ ମସିହାରେ ନାଟୋର ଗୋପନୀୟ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଆଶାତୀତ ଭାବେ ତାଲିବାନର କାରବାର ୧.୬ ବିଲିୟନ ଡଲାରକୁ ଅର୍ଥାତ୍ ଚାରି ବର୍ଷ ମଧ୍ୟରେ ୧,୧୮,୬୭,୯୪ କୋଟି ଟଙ୍କା ବୃଦ୍ଧି ପାଇଛି ।

ବୃହତ ଆୟ କାରଣରୁ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଚାପ ସତ୍ତ୍ୱେ ତାଲିବାନୀ ସଂଗଠନ ବଢ଼ିବା ପାଇଁ ସାହାଯ୍ୟ ମିଳୁଛି ବୋଲି ନାଟୋ ରିପୋର୍ଟରେ କୁହାଯାଇଛି । ତେବେ ଏହି ରିପୋର୍ଟର ଲେଖକ ଲିନ୍ ଓଡୋନେଲ ମଧ୍ୟ ଚେତାବନୀ ଦେଇଛନ୍ତି । ଯଦି ଆତଙ୍କବାଦୀ ସଂଗଠନର ଆୟ ଏହିପରି ଲଗାତାର ବଢ଼ିବ, ତେବେ ସେମାନଙ୍କ ଉପରେ ଲଗାମ୍ ଲଗାଇବା କଷ୍ଟସାଧ୍ୟ ହେବ।

Advertisment

ତାଲିବାନ ବିରୋଧରେ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ଦାବି

ତାଲିବାନ ବିରୋଧରେ ବିଶ୍ୱ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ, ଏହା ଅଧିକ ଧନୀ ସଂଗଠନ ହୋଇ ରହିବ। ଆଫଗାନିସ୍ତାନରୁ ଆମେରିକାର ପ୍ରତ୍ୟାହାର ସହିତ ତାଲିବାନ ବର୍ତ୍ତମାନ କେବଳ ଦକ୍ଷିଣ ଏସିଆରେ ନୁହେଁ ସମଗ୍ର ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିପାରେ ବୋଲି କୁହାଯାଇଛି ।

ଅଫିମର ଅବୈଧ କାରବାର

ତାଲିବାନ ପାଇଁ ଆୟର ସବୁଠାରୁ ବଡ ଉତ୍ସ ହେଉଛି ଅଫିମର ଅବୈଧ କାରବାର । ଦକ୍ଷିଣ ଆଫଗାନିସ୍ତାନର ହେଲମାଣ୍ଡ ନଦୀ ନିକଟରେ ଥିବା ଅଞ୍ଚଳ( ଯାହା ତାଲିବାନ ଦ୍ୱାରା ଅଧିକୃତ)ରେ ବିଶ୍ୱର ୯୦ ପ୍ରତିଶତ ହିରୋଇନ୍ ଉତ୍ପାଦନ ହୋଇଥାଏ । ତାଲିବାନ ଆପିମ୍ ଚାଷୀଙ୍କଠାରୁ ଟିକସ ସଂଗ୍ରହ କରି ସାରା ବିଶ୍ୱରେ ବେଆଇନ ଭାବେ ଡ୍ରଗ୍ସ କାରବାର କରନ୍ତି ।

Advertisment

ତାଲିବାନର ଏହି କାର୍ଯ୍ୟକଳାପକୁ ରୋକିବା ପାଇଁ ନାଟୋର ପଦକ୍ଷେପ ନେବା ଆବଶ୍ୟକ । କ୍ଷମତା ହରାଇବା ପରେ ତାଲିବାନ ଇରାନ, ଋଷ ଏବଂ ବର୍ତ୍ତମାନ ଚୀନ୍ ସହିତ ସମ୍ପର୍କକୁ ସୁଦୃଢ଼ କରିଛି । ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି ଅନୁସାରେ, ତାଲିବାନଙ୍କୁ ଇରାନ ପକ୍ଷରୁ ଆର୍ଥିକ, ରାଜନୈତିକ ଭଳି ତାଲିମ ଯୋଗାଇ ଦିଆଯାଉଛି ।

Afghanistan Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ