ପୁଟିନଙ୍କ ସରମାର୍ଟ କ୍ଷେପଣାସ୍ତ୍ର : ଯେକୌଣସି କୋଣରେ ଧ୍ୱଂସର ତାଣ୍ଡବ ରଚିବାର କ୍ଷମତା ରଖେ

ବିଶ୍ୱର ସବୁଠୁ ଶକ୍ତିଶାଳୀ କୁହାଯାଉଥିବା ସରମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଋଷ । ପ୍ଲେସେସ୍କ କଷମୋଡ୍ରମରୁ ଏହି ପରୀକ୍ଷଣ କରାଯାଇଛି ।

Vladimir Putin

ଥମିବାରେ ନାଁ ନେଉନି ୟୁକ୍ରେନ ଯୁଦ୍ଧ । ଆମେରିକା ଓ ୟୁରୋପୀୟ ଦେଶ ମାନଙ୍କ ଅସ୍ତ୍ର ସହଯୋଗ ମିଳିବା ପରେ ଋଷକୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ ସୈନ୍ୟ । ଫଳରେ ଯୁଦ୍ଧ ଦୁଇ ମାସରେ ପହଞ୍ଚିବାକୁ ଯାଉଥିବା ବେଳେ ସାକାର ହୋଇନି ରାଷ୍ଟ୍ରପତି ପୁଟିନଙ୍କ ୟୁକ୍ରେନ ଦଖଲ ଲକ୍ଷ୍ୟ । ତେବେ ଦିନ ଯେତିକି ଗଡୁଛି, ସେତିକି ଅଧିକ କ୍ରୋଧାନ୍ୱିତ ହେଉଛନ୍ତି ପୁଟିନ୍ । ୟୁକ୍ରେନକୁ ସହଯୋଗ, ପଶ୍ଚିମୀ ଦେଶକୁ ମହଙ୍ଗା ପଡିବ ବୋଲି ପୁଟିନ୍ ବାରମ୍ବାର ଚେତାବନୀ ବି ଦେଇ ଆସୁଛନ୍ତ ପୁଟିନ୍ ।

ଲକ୍ଷ୍ୟ ହାସଲ ଲାଗି ଆବଶ୍ୟକ ହେଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଋଷିଆ ପଛଘୁଞ୍ଚା ଦେବନାହିଁ ବୋଲି ସେ ଖୋଲାଖୋଲି କହିଛନ୍ତି । କେବଳ କହୁନାହାନ୍ତି ଗତକାଲି ତାର ଝଲକ ବି ଦେଖାଇଛନ୍ତି । ବିଶ୍ୱର ସବୁଠୁ ଶକ୍ତିଶାଳୀ କୁହାଯାଉଥିବା ସରମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଋଷ । ପ୍ଲେସେସ୍କ କଷମୋଡ୍ରମରୁ ଏହି ପରୀକ୍ଷଣ କରାଯାଇଛି । ସମଗ୍ର ବିଶ୍ୱକୁ ଏହା ପୁଟିନଙ୍କର ଆଉ ଏକ ଚେତାବନୀ ବୋଲି ଚର୍ଚ୍ଚା ହେଉଛି. ।

ଯୁଦ୍ଧ କେତେ ଦିନ ଚାଲିବ, ଏହାର ପରିଣାମ କଣ ହେବ, ୟୁକ୍ରେନ ଯୁଦ୍ଧରୁ ଲାଗିଯିବନି ତ ତୃତୀୟ ବିଶ୍ୱଯୁଦ୍ଧ, ଏଭଳି ଅନେକ ଅସାମହିତ ପ୍ରଶ୍ନ ଭିତରେ ପୁଟିନଙ୍କ ପଦକ୍ଷେପ ପରିସ୍ଥିତିର ଗମ୍ଭୀରତାକୁ ଆହୁରି ବଢାଇ ଦେଇଛି । ତେବେ ଏହି ସରମାଟ୍ କ୍ଷେପଣାସ୍ତ୍ର କଣ, ବିଶ୍ୱ ପାଇଁ ଏହା କେତେ ମାରାତ୍ମକ, ଶୁଣିଲେ ଆପଣଙ୍କ ଦେହ ବି ଶୀତେଇ ଉଠିବ ।

ସରମାଟ୍ ହେଉଛି ପରମାଣୁ ଅସ୍ତ୍ର ବହନ କରିପାରୁଥିବା ଇଣ୍ଟର କଣ୍ଟିନେଣ୍ଟାଟାଲ ବାଲିଷ୍ଟିକ୍ ମିସାଇଲ ବା ଅର୍ନ୍ତ ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର । ଅର୍ଥାତ୍ ଏହି କ୍ଷେପଣାସ୍ତ୍ର ଜରିଆରେ ପରମାଣୁ ଅସ୍ତ୍ର ବ୍ୟବହାର କରି ବିଶ୍ୱର ଯେକୌଣସି କୋଣରେ ବି ଧ୍ୱଂସର ତାଣ୍ଡବ ସୃଷ୍ଟି କରିପାରିବେ ପୁଟିନ୍ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତିପକ୍ଷଙ୍କ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ଟ୍ରାକ୍ କରିପାରିବ ନାହିଁ । ଅର୍ଥାତ୍ ଥରେ ଲଞ୍ଚରରୁ ପୃଥକ ହେଲେ ଏହା ଭୟଙ୍କର ବିପଯର୍ୟୟ ଘଟାଇବା ନିଶ୍ଚିତ ।

ସରମାଟ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ସାରା ବିଶ୍ୱକୁ ଚେତାବନୀ ଶୁଣାଇଛନ୍ତି ପୁଟିନ୍ । ଯେଉଁମାନେ ଋଷିଆକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି, ଯେଉଁମାନେ କଡ଼ା ଭାଷା କହି ଋଷିଆକୁ ଭୟଭୀତ କରିବାକୁ ଚାହୁଁଛନ୍ତି, ଏହି ସଫଳତା ସେମାନଙ୍କ ଦ୍ୱିତୀୟ ଥର ଚିନ୍ତା କରିବାକୁ ବାଧ୍ୟ ହେବେ ବୋଲି ପୁଟିନ୍ କହିଛନ୍ତି ।

ସମରାଟ୍ କ୍ଷେପଣାସ୍ତ୍ର ଏତେ ଭୟଙ୍କର ଯେ ପ୍ରତିରକ୍ଷା ବିଶ୍ଳେଷକ ଏହାକୁ ସଇତାନ୍-ଟୁ ନାଁରେ ନାମିତ କରିଛନ୍ତି । ଏହା ଅଭେଦ୍ୟ ଓ ବିଶ୍ୱର କୌଣସି ପ୍ରଣାଳୀ ଏହାର ରାସ୍ତା ରୋକିପାରିବ ନାହିଁ ବୋଲି କୁହାଯାଉଛି । କିଞ୍ଝାଲ ଓ ଆଭାନଗାର୍ଡ ହାଇପରସୋନିକ କ୍ଷେପଣାସ୍ତ୍ର ପରେ ସରମାଟ୍ ଋଷିଆର ଅସ୍ତ୍ରାଗାରକୁ ଅଧିକ ସମୃଦ୍ଧ କରିଛି । ଗତମାସରେ ଋଷିଆ ୟୁକ୍ରେନ ବିରୁଦ୍ଧରେ ପ୍ରଥମ ଥର ଲାଗି ଶକ୍ତିଶାଳୀ କିଞ୍ଝାଲ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିଲା ।

                                                                                                                      ପ୍ରସନ୍ନ ସାହୁ