Advertisment

ଋଷିଆ ଉପରେ ଚାପ ପ୍ରୟୋଗ ଲାଗି ଏକାଠି ହେଲେ ଅନେକ ଦେଶ

ଋଷିଆ ଉପରେ ଚାପ ପ୍ରୟୋଗ କରିବା ପାଇଁ ଏଥିରେ ବିଭିନ୍ନ ଦେଶ ମତ ଦେଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣକୁ ବନ୍ଦ କରିବା ପାଇଁ ଜାତିସଂଘ ମହାସଚିବ ପୁଣି ଥରେ ଅପିଲ କରିଛନ୍ତି।

ଅଦ୍ୟତନ ହୋଇଛି
UN Meeting

UN Meeting

Advertisment

ୟୁକ୍ରେନ ଉପରେ ରଷିଆର ଆକ୍ରମଣକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଋଷିଆ ଉପରେ ଚାପ ପ୍ରୟୋଗ କରିବା ପାଇଁ ଏଥିରେ ବିଭିନ୍ନ ଦେଶ ମତ ଦେଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣକୁ ବନ୍ଦ କରିବା ପାଇଁ ଜାତିସଂଘ ମହାସଚିବ ପୁଣି ଥରେ ଅପିଲ କରିଛନ୍ତି। 

Advertisment

ଋଷିଆର ୟୁକ୍ରେନ ଆକ୍ରମଣକୁ ନିନ୍ଦା କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପ୍ରସ୍ତାବ ଆଗତ ହୋଇଛି। ଆମେରିକା ଓ ଆଲବେନିଆ ଦ୍ୱାରା ଆଗତ ପ୍ରସ୍ତାବକୁ ୧୧ ରାଷ୍ଟ୍ର ସମର୍ଥନ ଜଣାଇଥିବା ବେଳେ ଭାରତ ସମେତ ୩ ରାଷ୍ଟ୍ର ଭୋଟ୍‌ ଦାନରୁ ବିରତ ରହିଥିବା ନେଇ ସୂଚନା ମିଳିଛି। 

ଋଷିଆର ଆକ୍ରମଣ ଆନ୍ତର୍ଜାତିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି। ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ନେଇ ଭାରତ ବ୍ୟଥିତ ଥିବା ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ମତ ଦେଇଛନ୍ତି। ତୁରନ୍ତ ହିଂସା ଓ ବିଦ୍ୱେଷ ଛାଡ଼ି ଆଲୋଚନା କରାଯାଉ ବୋଲି ଭାରତର ସ୍ଥାୟୀ ପ୍ରତିନିଧି କହିଛନ୍ତି।  

Advertisment

ମନୁଷ୍ୟ ଜୀବନ ବିନିମୟରେ କେବେ କୌଣସି ସମାଧାନର ରାସ୍ତା ବାହାରି ପାରିବ ନାହିଁ। ଏବେ ଆଲୋଚନାର ମାର୍ଗକୁ ଛାଡ଼ି ଦିଆଯାଇଛି। ଖୁବଶୀଘ୍ର ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହାର କରିବାକୁ ଭାରତର ସ୍ଥାୟୀ ପ୍ରତିନିଧି କହିଛନ୍ତି। ସେପଟେ ପ୍ରତିରକ୍ଷା ପାଇଁ ନୁହେଁ ନିଜର ପତିଆରା ଦେଖାଇବାକୁ ରଷିଆ ଆକ୍ରମଣ କରୁଥିବା ୟୁକେର ରାଷ୍ଟ୍ରଦୂତ କହିଛନ୍ତି।

ନାଟୋ ପକ୍ଷରୁ ମଧ୍ୟ ରଷିଆର ପଦକ୍ଷେପକୁ ନିନ୍ଦା କରାଯାଇଛି। ସେପଟେ ଋଷିଆରେ ବର୍ତ୍ତମାନ ପାଇଁ କୌଣସି ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘର ପରମର୍ଶ ଜାରି କରିଛି। ଏବେ ଋଷିଆରେ କିଛି ଖେଳ ନ କରିବା ଲାଗି ସମସ୍ତ କ୍ରୀଡ଼ା ସଂଘକୁ ଆଇଓସି ପରାମର୍ଶ ଦେଇଛି। 

Advertisment
Russia Ukraine Crisis Ukraine Crisis Ukraine Russia War UN Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ