Taliban
କାବୁଲ୍: ଆଫଗାନିସ୍ତାନ ଦଖଲ କରିବା ସହିତ ସେଠାକାର ଯୁବ ପୀଢ଼ିଙ୍କ ସ୍ୱପ୍ନକୁ ବି ଚୁରମାର କରି ଦେଇଛି ତାଲିବାନ। କାହାକୁ ଜଣା ନାହିଁ ଆଗକୁ କଣ ହେବ? ଅନିଶ୍ଚିତ ଭବିଷ୍ୟତକୁ ନେଇ ସେମାନେ ସନ୍ଦିହାନ ହୋଇଛନ୍ତି। ଆଶଙ୍କା,ପୂର୍ବ ତାଲିବାନ ସରକାରର ପତନ ପରେ ଗତ ଦୁଇ ଦଶନ୍ଧି ଧରି ଦେଶ ଯେତିକି ଆଗେଇଥିଲା, ଏବେ ପଛକୁ ଯିବା ସହ ଆତଙ୍କବାଦ କି ଗୃହଯୁଦ୍ଧ ଆଡ଼କୁ ଠେଲି ହୋଇଯିବନି ତ ? ସେପଟେ ଆସୁ ଆସୁ ମହିଳାଙ୍କ ଉପରେ କଟକଣା ଲଗାଇ ଦେଲାଣି ତାଲିବାନ। ଜଣେ ମହିଳା ସାମ୍ବାଦିକଙ୍କୁ ଅଫିସରେ ପ୍ରବେଶ କରିବାକୁ ଏହି ସଂଗଠନ ବାରଣ କରିବା ପରେ ଏହାର ଅସଲ ରୂପ ପଦାକୁ ଆସିଛି। ଗଣମାଧ୍ୟମକୁ ନିଜ ଅକ୍ତିଆରରେ ମଧ୍ୟ ରଖିବାକୁ ଚେଷ୍ଟା କଲାଣି ତାଲିବାନ। ଲାଗୁଛି ଯେମିତି ମୁକ୍ତ ଓ ନିରପେକ୍ଷ ଗଣମାଧ୍ୟମ ବୋଧହୁଏ ଏବେ ଅତୀତ ହୋଇଯିବ।
ଆମ ଦେଶରେ ବି ଶୁଭୁଛି ଆଫଗାନିସ୍ତାନରୁ ଏଠାକୁ ପଳାଇ ଆସିଥିବା ଯୁବକଙ୍କ ସ୍ୱର। ଆଉ ଏଥିରେ ରହିଛି ହତାଶା, ଚିନ୍ତା ଓ ଭବିଷ୍ୟତକୁ ନେଇ ଅନିଶ୍ଚିତତା। ଏମିତି ଯୁଦ୍ଧ, ଧ୍ୱଂସଲୀଳା ଓ ଦମନ ଭିତରେ କଣ ବିତିଯିବ ପୁରା ଜୀବନ? ନିଜ ନିଜ ଭବିଷ୍ୟତକୁ ନେଇ ସନ୍ଦୀହାନ ଆଫଗାନିସ୍ତାନର ଯୁବ ପିଢି। ସେଠାକାର ଅଶାନ୍ତ ଓ ଆଶଙ୍କାମୟ ପରିବେଶରୁ ବାହାରି ନିଜ ସ୍ୱପ୍ନକୁ ସାକାର କରିବାକୁ ସେମାନେ ଜନ୍ମମାଟି ଓ ପରିବାର ଛାଡ଼ି ଭାରତ ପଳାଇ ଆସିଥିଲେ। ଦିଲ୍ଲୀରେ ପାଠ ପଢିବା ସହିତ ରେସ୍ତୋରାଁ ଓ ଅନ୍ୟ ଜାଗାରେ ଛୋଟ ମୋଟ କାମ କରି ନିଜ ହାତରେ ନିଜ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିଲେ। ତେବେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେହି ସୁନେଲି ସ୍ୱପ୍ନ ଚୁରମାର୍ ହୋଇ ଯାଇଛି।
Also Read
ଏପରିକି ଆଫଗାନିସ୍ତାନର ଜଣେ ଯୁବ ଫୁଟବଲ ଖେଳାଳି ଜାକି ଅନ୍ଓ୍ୱାରି ଆମେରିକା ବାୟୁ ସେନା ବିମାନରେ ଓହଳି କରି ଦେଶରୁ ପଳାୟନ କରିବାକୁ ଉଦ୍ୟମ ବେଳେ ଉଡ଼ାଜାହାଜରୁ ଖସି ପଡ଼ି ପ୍ରାଣ ହରାଇଥିଲେ। ଏଥିରୁ ଜଣାପଡ଼େ ସେଠାକାର ଯୁବପିଢ଼ି ନିଜ ଭବିଷ୍ୟତକୁ ନେଇ କେତେ ଚିନ୍ତିତ?
ସେପଟେ ଆଫଗାନିସ୍ତାନ ଦଖଲ କରୁ କରୁ ଗଣମାଧ୍ୟମକୁ ନିଜ ଅକ୍ତିୟାରକୁ ନେବାକୁ ଚେଷ୍ଟା କଲାଣି ତାଲିବାନ। ଜଣେ ଜର୍ମାନ ସାମ୍ବାଦିକଙ୍କୁ ଖୋଜି ନ ପାଇବା ପରେ ତାଙ୍କ ସଂପର୍କୀୟଙ୍କୁ ହତ୍ୟା କରିବା ସାରା ବିଶ୍ୱକୁ ସ୍ତବ୍ଧ କରିଛି। ମହିଳା ଆଙ୍କରଙ୍କୁ ଜଣେ ତାଲିବାନ କମାଣ୍ଡର ସାକ୍ଷାତକାର ଦେଇ ନିଜ ଛବିକୁ ଅଲଗା ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲା ସଂଗଠନ। କିନ୍ତୁ ଏହା ଧୂଆଁବାଣ ବୋଲି ପ୍ରମାଣିତ ହୋଇଛି। ସରକାରୀ ନ୍ୟୁଜ୍ ଚ୍ୟାନେଲ RTA ପାସ୍ତୋର ଜଣେ ମହିଳା ଆଙ୍କରଙ୍କୁ ଅଫିସରେ ପ୍ରବେଶ କରିବାକୁ ନ ଦେଇ ଫେରାଇ ଦିଆଯାଇଛି।
Also Read
ସେହିପରି CNNର କ୍ଳାରିସା ଓ୍ୱାର୍ଡଙ୍କ ପରି କେତେକ ମହିଳା ସାମ୍ବାଦିକା ଏବେ ହିଜାବ୍ ପିନ୍ଧି ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଛି। ପରେ କ୍ଲାରିସା ଆଫ୍ଗାନିସ୍ତାନ ଛାଡ଼ି ନ୍ୟୁୟର୍କକୁ ପଳାଇଯାଇଥିବା ଜଣାପଡ଼ିଛି। ଏପରିକି ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲଗାଇବାକୁ ପ୍ରୟାସ କରୁଛି ଏହି ସଂଗଠନ।
ମଧ୍ୟଯୁଗୀୟ ଚିନ୍ତାଧାରାରେ ଗୋଟିଏ ସଂଗଠନ ଗୋଟିଏ ଦେଶକୁ ଦଖଲ କରିବା ହୁଏତ ତା ପାଇଁ ଖେଳ ଘର କି ମଉଜ ମସ୍ତି ହୋଇପାରେ । ହେଲେ ଯୁବପୀଢ଼ି, ମହିଳା ଓ ଗଣମାଧ୍ୟମକୁ ଏହା ବେଶ୍ ମହଙ୍ଗା ପଡ଼ିବ ବୋଲି ଜଳ ଜଳ ଦିଶିଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Taliban_1629562901.jpg)


