Advertisment

୭.୫ ତୀବ୍ରତାର ଭୂମିକମ୍ପରେ ଥରିଲା ତାଇୱାନ

୨୫ ବର୍ଷରେ ଦେଶର ସବୁଠୁ ବଡ଼ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ।

Taiwan Earthquake

Taiwan Earthquake

Advertisment

ଭୂକମ୍ପ ଝଟକାରେ ଥରହର ବଡ ବଡ ବିଲଡିଂ । କେଉଁଠି ଗୋଟିଏ ପାର୍ଶ୍ୱକୁ ଢଳି ପଡିଛି ତ ଆଉ କେଉଁଠି ସମ୍ପୂର୍ଣ୍ଣ ଭୁଶୁଡିପଡିଛି। ମାଟିରେ ମିଶିଯାଇଛି ଏକାଧିକ ଅତ୍ୟାଧୁନିକ ନିର୍ମାଣ। ଗଛର ଡାଳ ଭଳି ଦୋହଲୁଥିଲା ଲମ୍ବା ଲମ୍ବା ବ୍ରିଜ୍। ଯିଏ ଯେଉଁଠି ଥିଲେ ସେଇଠି ଅଟକିଯାଇଥିଲେ। କାର୍ ଭିତରେ ଥାଇ କିଛି ବ୍ୟକ୍ତି କ୍ୟାମେରାରେ କଏଦ କରିଥିଲେ ଦୃଶ୍ର । ଆଉ ସେହି ଚିତ୍ର ସବୁ ଛାତି ଥରାଇ ଦେଉଛି ।

Advertisment

ଆଖି ସାମ୍ନାରେ ଦୋଳି ଭଳି ଝୁଲୁଥିଲା ଗାଡି ମୋଟର। ମେଟ୍ରୋ ଟ୍ରେନରେ ବି ଥରିଛନ୍ତି ଯାତ୍ରୀ। ହୋଟେଲ ଟେରିସରେ ସୁଇମିଂ ପୁଲରେ ତ ସମୁଦ୍ର ଭଳି ଲହଡି ମାରିଛି ପାଣି। ଭୂକମ୍ପର ଝଟକା ପରେ ଗୁଡଶାନ ଦ୍ୱୀପରେ ପାହାଡରୁ ମାଟି ଅତଡା ମଧ୍ୟ ଖସୁଥିବା ଦେଖିବାକୁ ମିଳିଛି।

ଭାରତୀୟ ସମୟ ସକାଳ ପ୍ରାୟ ୫ଟା ୩୦। ତାଇୱାନ ଦେଖିଥିଲା ୨୫ ବର୍ଷରେ ସବୁଠୁ ଶକ୍ତିଶାଳୀ ଭୂକମ୍ପ। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୫ ରେକର୍ଡ ହୋଇଛି। ପୂର୍ବ ତାଇୱାନର ହୁଲିଏନ ସହର ଥିଲା ଭୂକମ୍ପର କେନ୍ଦ୍ର ସ୍ଥଳ। ତେବେ ଫିଲିପାଇନ୍ସ ଏବଂ ଜାପାନ ଯାଏଁ ଲାଗିଥିଲା ଭୂକମ୍ପର ଝଟକା। ସଙ୍ଗେ ସଙ୍ଗେ ଜାରି ହୋଇଥିଲା ସୁନାମି ସତର୍କତା। ଉପକୂଳ ଅଞ୍ଚଳରୁ ଆରମ୍ଭ ହୋଇଥିଲା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପ୍ରକ୍ରିୟା।

Advertisment

ଭୂମିକମ୍ପର କ୍ଷୟକ୍ଷତି ଏତେ ହୋଇଛି ଯେ, ଏବେ ଆକଳନ କରିବା ମୁସ୍କିଲ। ଏହାରି ଭିତରେ ଯୁଦ୍ଧ କାଳୀନ ଭିତ୍ତିରେ ଜାରି ରହିଛି ରେସ୍କ୍ୟୁ ଅପରେସନ।

ବିପର୍ଯ୍ୟୟ ବେଳେ ତାଇୱାନକୁ ସହଯୋଗର ହାତ ବଢାଇଛନ୍ତି ଚୀନ ଓ ଜାପାନ। ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ଦେଇଛନ୍ତି ପ୍ରତିଶ୍ରୁତି। ଭାରତ ସରକାର ମଧ୍ୟ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି। ତାଇୱାନ ସରକାରଙ୍କ ସହ ସମ୍ପର୍କ କରି ସେଠାରେ ରହୁଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି।

Advertisment

ଶେଷଥର ପାଇଁ ତାଇୱାନରେ ୧୯୯୯ ମସିହାରେ ୭.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ସେତେବେଳେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ