Advertisment

୧୦ ମିନିଟ୍‌ରେ ଚାର୍ଜ ହୋଇଯିବ ଇଭି ବ୍ୟାଟେରୀ

ପେନ୍‌ ଷ୍ଟେଟ୍‌ର ଗବେଷକମାନେ ଏପରି ନୂଆ ଟେକ୍ନୋଲୋଜି ତିଆରି କରିଛନ୍ତି

ଅଦ୍ୟତନ ହୋଇଛି
EV Battery

EV

Advertisment

ଆଜିକାଲି ଇଲେକ୍ଟ୍ରି ଯାନ ପ୍ରତି ଲୋକମାନେ ଆଗ୍ରହୀ ହେଲେଣି। ଇଲେକ୍ଟ୍ରି ଭେଇକିଲ୍‌ ଚଲାଇବା ପାଇଁ ଯୁବପିଢିମାନେ ମନ ବଳାଇଲେଣି। ହେଲେ ବ୍ୟାଟେରୀ ଚାର୍ଜକୁ ନେଇ ଉପୁଜୁଥିବା ସମସ୍ୟା ଭିତରେ ଆସିଛି ଏକ ଭଲ ଖବର। ବ୍ୟାଟେରି ଚାର୍ଜ କରିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନି। ୧୦ ମିନିଟ୍‌ରେ ଫୁଲ୍‌ ହୋଇଯିବ ଚାର୍ଜ। ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ଇଭି ବ୍ୟାଟେରୀ (ଇଲେକ୍ଟ୍ରୋ ଭେଇକିଲ୍‌ ବ୍ୟାଟେରି)ର ବିକାଶ କରାଯାଇଛି, ଯାହା ସମ୍ପୂର୍ଣ୍ଣ ଭାବେ ଚାର୍ଜ ହେବାକୁ ମାତ୍ର ୧୦ ମିନିଟ୍ ସମୟ ଲାଗିବ। 

Advertisment

ଏହି ଟେକ୍ନୋଲୋଜି ପେନ୍‌ ଷ୍ଟେଟ୍‌ ଗବେଷକଙ୍କ ଦ୍ୱାରା ବିକାଶ କରାଯାଇଛି। ଏହା ଇଣ୍ଟରନାଲ୍ ଥର୍ମାଲ ମଡ୍ୟୁଲେସନ୍‌ ଦ୍ୱାରା ବ୍ୟାଟେରୀରେ ଯେକୌଣସି ଉତ୍ତାପକୁ କଣ୍ଟ୍ରୋଲ କରିପାରିବ। ଏହାଦ୍ୱାରା ବ୍ୟାଟେରିର ପର୍‌ଫମାନ୍ସ ଭଲ ରହିବ। ଆଗରୁ ଥିବା ବ୍ୟାଟେରୀର ବର୍ହିଭାଗରେ ହିଟ୍‌ ଓ କୁଲିଂ ସିଷ୍ଟମ୍‌ ତାପମାତ୍ରାକୁ ଠିକ୍‌ ଭାବେ ପରିଚାଳନା କରିପାରୁନଥିଲା, ଯାହା ଦ୍ୱାରା ଅଯଥା ବିଦ୍ୟୁତ୍‌ର ଅପଚୟ ହେଉଥିଲା ବୋଲି ଗବେଷକ କହିଛନ୍ତି। 

ସେଥିପାଇଁ ପେନ୍‌ ଷ୍ଟେଟ୍‌ର ଗବେଷକମାନେ ଏପରି ନୂଆ ଟେକ୍ନୋଲୋଜି ତିଆରି କରିଛନ୍ତି, ଯାହା ବ୍ୟାଟେରୀରେ ତାପମାତ୍ରା ଠିକ୍‌ ଭାବେ ନିୟନ୍ତ୍ରଣ କରିପାରିବ। ସେମାନେ ଏକ ନୂଆ ବ୍ୟାଟେରୀର ଷ୍ଟ୍ରକ୍ଚର କରିଛନ୍ତି ଯେଉଁଥିରେ କମ୍ପୋନେଣ୍ଟ ଭାବେ ପତଳାସ୍ତରର ନିକେଲ ଫଏଲ ରହିଛି। ଏହାର ପାର୍ଶ୍ୱରେ ଏନୋଡ୍‌, କାଥୋଡ ଓ ଇଲେକ୍ଟ୍ରୋଲାଇଟ୍‌ ମଧ୍ୟ ରହିଛି। 

Advertisment

ନିକେଲ ଦ୍ୱାରା ଯେକୌଣସି ଇଭି ବ୍ୟାଟେରି ତାପମାତ୍ରା ଆପେ ଆପେ ନିୟନ୍ତ୍ରଣ ହୋଇରହିବ ଓ ୧୦ ମିନିଟ୍‌ରେ ଚାର୍ଜ କରିହେବ। ପେନ୍‌ ଷ୍ଟେଟ୍‌ର ମେକାନିକାଲ ଇଂଜିନିୟରିଂ ବିଭାଗର ପ୍ରଫେସର ଚାଓ ୟାଙ୍ଗ୍ ୱାଙ୍ଗ କହିଛନ୍ତି ଯେ ଛୋଟ ଓ ଫାଷ୍ଟ ଚାର୍ଜିଂ ବ୍ୟାଟେରୀ ସବୁବେଳେ ଗୁରୁତ୍ୱ ବହନ କରେ। ବ୍ୟାଟେରୀରେ ଅଯଥା କଂଚାମାଲ ବ୍ୟବହାର କରିବା ଆବଶ୍ୟକ ନାହିଁ। କିନ୍ତୁ ଆମର ଫାଷ୍ଟ ଚାର୍ଜିଂ ବ୍ୟାଟେରିରେ କୌଣସି ଶକ୍ତିର ଅପଚୟ ହୁଏନାହିଁ। ୧୫୦ରୁ ୪୦ କିଲୋୱାଟ୍‌ରେ ଥିବା ଗାଡ଼ିରେ ଏହା ବ୍ୟବହାର କଲେ ଡ୍ରାଇଭର ବ୍ୟାଟେରି ଜନିତ ଯେକୌଣସି ସମସ୍ୟାରୁ ମୁକ୍ତ ରହିବ। ଏହି ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ବ୍ୟାଟେରି ତୁରନ୍ତ ଚାର୍ଜ ଯୋଗୁଁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି।

Electric Vehicle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ