Advertisment

ବାଂଲାଦେଶରେ କୋଟା ବିରୋଧୀ ହିଂସା ଅଣାୟତ୍ତ; ଗଲାଣି ୧୦୫ ଜୀବନ, ଦେଶବ୍ୟାପୀ କର୍ଫ୍ୟୁ

ବର୍ତ୍ତମାନ ଏହା ବିରୋଧ ନୁହେଁ, ଏହା ଏକ ଯୁଦ୍ଧ। ୱେବସାଇଟରେ ନ୍ୟାୟ ପାଇଁ ସଂଗ୍ରାମ ଆରମ୍ଭ ହୋଇଛି ବୋଲି ଏକ ବାର୍ତ୍ତା ଲେଖାଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ଅଦ୍ୟତନ ହୋଇଛି
Bangladesh imposes curfew,

Bangladesh imposes curfew

Advertisment

ବାଂଲାଦେଶରେ ଥମୁନି ହିଂସା। ସରକାରୀ ଚାକିରିରେ ସଂରକ୍ଷଣ (କୋଟା) ବିରୋଧରେ ଅଶାନ୍ତି ଦେଖାଦେଇଛି। ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଯୋଗୁ ୧୦୫ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଗତକାଲିଠାରୁ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି ବାଂଲାଦେଶ ସରକାର। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ସେନା ନୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ।

Advertisment

ଦେଶରେ ନ୍ୟୁଜ୍ ଚ୍ୟାନେଲଗୁଡିକ ବନ୍ଦ ରହିଥିବା ବେଳେ ଟେଲି ଯୋଗାଯୋଗ ବ୍ୟାପକ ବ୍ୟାହତ ହୋଇଥିଲା। ତେବେ କିଛି ମନୋରଞ୍ଜନ ଚ୍ୟାନେଲଗୁଡ଼ିକ ପ୍ରସାରଣ ଜାରି ରଖିଥିଲେ। ବାଂଲାଦେଶରେ ହୋଇଥିବା ହିଂସା ଦ୍ୱାରା ଅନେକ ଭାରତୀୟ ଛାତ୍ର ମଧ୍ୟ ପ୍ରଭାବିତ ହୋଇଛନ୍ତି। ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି ଯେ ପଡୋଶୀ ଦେଶରେ ଫସି ରହିଥିବା ୪୦୫ ଜଣ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ବାଂଲାଦେଶରୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ବାଂଲାଦେଶର କେତେକ ସ୍ଥାନରେ ପୁଣି ହିଂସା ଦେଖିବାକୁ ମିଳିଛି। ଗତକାଲି ହିଂସାରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୁରୁବାର ବିଳମ୍ବିତ ରାତିରେ ସେନା ନିୟୋଜିତ କରାଯାଇଛି। ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ ଏହି ସପ୍ତାହରେ ହୋଇଥିବା ସଂଘର୍ଷରେ ପ୍ରାୟ ୧୦୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ହିଂସା ପାଇଁ ବାଂଲାଦେଶରେ ସ୍କୁଲ୍‌, କଲେଜ ଏବଂ ୟୁନିଭର୍ସିଟି ବନ୍ଦ ରହିଛି। କୋଟା ଆନ୍ଦୋଳନ ପାଇଁ ଟ୍ରେନ୍‌ ଏବଂ ମେଟ୍ରୋ ସେବା ମଧ୍ୟ ପ୍ରଭାବିତ ହୋଇଛି। ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ବାଂଲାଦେଶ ଭିତ୍ତିକ ଅନେକ ଖବରକାଗଜର ୱେବସାଇଟ୍ ଅପଡେଟ୍ ହୋଇନଥିଲା ଏବଂ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ମଧ୍ୟ ‌ଆକ୍ଟିଭ୍ ନାହିଁ। ରଏଟର୍ସର ରିପୋର୍ଟ ମୁତାବକ, ବାଂଲାଦେଶ ସେଣ୍ଟ୍ରାଲ ବ୍ୟାଙ୍କ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ପୋଲିସର ଅଫିସିଆଲ ୱେବସାଇଟ ହ୍ୟାକ ହୋଇଛି।

ତେବେ ୧୯୭୧ ମୁକ୍ତି ଯୁଦ୍ଧରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ରଦ୍ଦ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ବିରୋଧୀ ବାଂଲାଦେଶ ଜାତୀୟତାବାଦୀ ଦଳ ବିରୋଧୀ ଛାତ୍ରମାନଙ୍କୁ ସମର୍ଥନ କରିଛନ୍ତି। ଏଥି ସହ ଶେଖ ହସିନାଙ୍କ ପାର୍ଟି ସେମାନେ ହିଂସା ସୃଷ୍ଟି କରୁଥିବା ଅଭିଯୋଗ କରିଛି। ସାଇଟ୍‌ରେ ଅପରେସନ୍ ହଣ୍ଟଡାଉନ୍, ଛାତ୍ରମାନଙ୍କୁ ହତ୍ୟା କରିବା ବନ୍ଦ କର ବୋଲି ଲେଖାଯାଇଛି।

Advertisment

ଏଥିସହ ଏହା ମଧ୍ୟ ଲେଖାଯାଇଛି ଯେ ବର୍ତ୍ତମାନ ଏହା ବିରୋଧ ନୁହେଁ, ଏହା ଏକ ଯୁଦ୍ଧ। ୱେବସାଇଟର ଆଉ ଏକ ବାର୍ତ୍ତା ମଧ୍ୟ ଉଲ୍ଲେଖ ରହିଛି। ନିଜକୁ ପ୍ରସ୍ତୁତ କର, ନ୍ୟାୟ ପାଇଁ ସଂଗ୍ରାମ ଆରମ୍ଭ ହୋଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିର ସମାଧାନ ପାଇଁ ଅନୁରୋଧ କରିଛନ୍ତି। ସେକ୍ରେଟେରୀ ଜେନେରାଲ୍ ମୁଖପାତ୍ର ଷ୍ଟେଫେନ୍ ଡୁଜାରିକ୍ କହିଛନ୍ତି ଯେ ହିଂସା କଦାପି ସମାଧାନର ବାଟ ନୁହେଁ।

Bangladesh Protests
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ