Advertisment

ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ନିଜ ହାତରେ ଗଢ଼ୁଛନ୍ତି ନିଜର ଭାଗ୍ୟ

ଜଣଙ୍କ ହାତରେ ପାୱାର ଟିଲର..ଅନ୍ୟ ଜଣଙ୍କ ହାତରେ ପେଟ୍ରୋଲ ପଂପର ନୋଜଲ। ଦୁଇଜଣ ପଢୁଛନ୍ତି, ଘରର ଜାବତୀୟ କାମ କରୁଛନ୍ତି। ତା ସାଙ୍ଗକୁ ନିଜ ହାତରେ ଲେଖୁଛନ୍ତି ନିଜ ନିଜର ଭାଗ୍ୟ।

undefined

self-reliance of two Odisha women

Advertisment

ଦୁଇ କନ୍ୟାରତ୍ନ..ଯିଏ ନିଜ ଜୀବନ ଶବ୍ଦକୋଷରୁ ସବୁ ପ୍ରତିକୂଳ ପରିସ୍ଥିତିକୁ ଫେଡ଼ି ଅନୁକୂଳ ପରିସ୍ଥିତି ପାଇଁ ବାଟ ତିଆରିବାକୁ ପଣ କରିଛନ୍ତି। ଅଭାବ ବୋଧରୁ ବାହାରି ନିଜ ଘର ଓ ପରିବାରର ଭାଗ୍ୟ ବଦଳାଇବାର ସ୍ୱପ୍ନ ନେଇ ଆଗକୁ ବଢୁଛନ୍ତି। ଗଜପତି ଜିଲ୍ଲାର ମୋହନା ଓ କନ୍ଧମାଳ ରାଇକିଆରୁ ଦୁଇ ଉଦ୍ୟମୀ ଯୁବତୀଙ୍କ କାହାଣୀକୁ ନେଇ ବିଶେଷ ରିପୋର୍ଟ।

Advertisment

ଜଣଙ୍କ ହାତରେ ପାୱାର ଟିଲର..ଅନ୍ୟ ଜଣଙ୍କ ହାତରେ ପେଟ୍ରୋଲ ପଂପର ନୋଜଲ। ଦୁଇଜଣ ପଢୁଛନ୍ତି, ଘରର ଜାବତୀୟ କାମ କରୁଛନ୍ତି। ତା ସାଙ୍ଗକୁ ନିଜ ହାତରେ ଲେଖୁଛନ୍ତି ନିଜ ନିଜର ଭାଗ୍ୟ। ଯେଉଁଠି ନା ନା ର କଥା ଥିଲା, ଯେଉଁଠି ନାହିଁ ନାହିଁର ଦୁନିଆ ଥିଲା। ସେଠି ହଁ ପାଇଁ ଅ଼ଡ଼ିବସି, ପରିବାରର ଭବିଷ୍ୟତ ଗଢ଼ାରେ ଲାଗିଛନ୍ତି ଏ ଦୁଇ କନ୍ୟା ରତ୍ନ ତରା ଓ ସମପ୍ରଭା।

ଗଜପତି ମୋହନା ବ୍ଲକ୍ ବଡ଼ଖଣି ନୂଆସାହି ଗାଁର ଆଦିବାସୀ ଝିଅ ତରା। ତିନି ଭଉଣୀଙ୍କ ଭିତରୁ ମଝିଆଁ। ଆର୍ଥିକ ସ୍ଥିତି ବଖାଣିବାକୁ ଏ ଘରର ହୁଲିଆ ହିଁ ଯଥେଷ୍ଟ। ବାହାଘର ପରେ ଦୁଇ ବଡ଼ ଭାଇ ଅଲଗା ରୁହନ୍ତି। ତେଣୁ ଯୁକ୍ତ ୨ରୁ ଅନ୍ୟ ଦୁଇ ଭଉଣୀଙ୍କ ପଢ଼ାରେ ଡୋରି ଲାଗିଗଲା। କିନ୍ତୁ ଅଟକି ଗଲେନି ତରା। କାମକୁ ପାରୁ ନଥିବା ବୁଢ଼ା-ବାପା ମାଆଙ୍କ ସେବା, ଗାଈ ଗୋରୁ କାମଠୁ ନେଇ ଏମିତିକି ଝିଅ ହୋଇ ବି ପାୱାର ଟିଲର ଧରି ଚାଷବାସ। ତା ସାଙ୍ଗକୁ  ଭବିଷ୍ୟତରେ ଅଧ୍ୟାପିକା ହେବାର ସ୍ୱପ୍ନ ନେଇ ମୋହନା ହିଲଟପ କଲେଜରେ ପ୍ଲସ ଥ୍ରୀ ପାଠପଢ଼ା ସହ କମ୍ପ୍ୟୁଟର ଶିକ୍ଷା। ସବୁଥିରେ ନିପୁଣା, ଧୂରନ୍ଦର ତରା।

Advertisment

ଆଉ ନିଜ ଘର ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇବା ସହ ନିଜର ସ୍ୱପ୍ନ ପୂରା କରିବାକୁ ପେଟ୍ରୋଲ ପଂପରେ କାମ କରୁଛନ୍ତି ଆଉ ଜଣେ ସ୍ୱୟଂସିଦ୍ଧା-କନ୍ଧମାଳ ରାଇକିଆର ଶମପ୍ରଭା ରାଓ। ବାପା ପେଶାରେ ଡ୍ରାଇଭର। ଚାରି ଝିଅରେ ସେ ସବା ବଡ଼। ଟିଣ ଛପର ଘରେ ବଢ଼ି ବି ନିଜ ଲକ୍ଷ୍ୟକୁ ବେଶ୍ ଉଚ୍ଚରେ ରଖିଥିବା ଶମପ୍ରଭା ରାଜନୀତି ବିଜ୍ଞାନରେ ପ୍ଲସଥ୍ରୀ ପାସ୍ କରିବା ପରେ ପେଟ୍ରୋଲ ପଂପରେ ଚାକିରି କରିଛନ୍ତି। ଯାହା ରୋଜଗାର କରୁଛନ୍ତି ସେଥିରେ ଘର ଚଳାଇବାରେ ସହଯୋଗ କରିବା ସହ ନିଜେ ପାଠ ପଢ଼ୁଛନ୍ତି, ସାନ ଭଉଣୀମାନଙ୍କୁ ପଢ଼ାଉଛନ୍ତି। ବଳକା ସମୟରେ କିଛି ପିଲାଙ୍କୁ ଟ୍ୟୁସନ ବି କରୁଛନ୍ତି। ଇଚ୍ଛା ଅଛି, ଆଗକୁ ବିଇଡି କରି ଶିକ୍ଷୟିତ୍ରୀ ହେବେ। ବାପା-ମାଆଙ୍କ କାନ୍ଧରୁ ପରିବାରର ଭାର ନେଇ ବର୍ଷାରେ ପାଣି ଗଳୁଥିବା ଏ ଟିଣଛପର ଘରର ହୁଲିଆ ବଦଳେଇବେ। ଭଉଣୀମାନଙ୍କୁ ମଣିଷ ଭଳି ମଣିଷ କରିବେ।

କାମରେ ଛୋଟ ବଡ଼ ଭାବ ନାହିଁ କି ସ୍ଥିତିକୁ ବଦଳାଇବାର ଚେଷ୍ଟାରେ ବି ଢିଲାପଣ ନାହିଁ। ବରଂ ପ୍ରତିଟି ପ୍ରତିକୂଳ ପରିସ୍ଥିତି ଭିତରେ ବି ଅନୁକୂଳ ପରିସ୍ଥିତି ପାଇଁ ରାସ୍ତା ଫିଟାଇବାର ଉଦ୍ୟମରେ ଥିବା ରାଇକିଆର ଶମପ୍ରଭା ଓ ମୋହନାର ତରା ତାଙ୍କ ଭଳି ଅନ୍ୟ ଅନେକ ଝିଅଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ସ୍ରୋତ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ