Advertisment

ସଫଳତାକୁ ରୋକିପାରିନି ଗରିବୀ କି ଦୁସ୍ଥିତି; ପ୍ରଥମ ଚେଷ୍ଟାରେ ମାଲକାନଗିରିର ବଣ୍ଡା ଝିଅ ପାଇଲେ OAS

ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।

undefined

Success Stories

Advertisment

ସଂଘର୍ଷ ହିଁ ସଫଳତାର ମାପକାଠି। ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ। ଯାହା ଓଡ଼ିଶା ପ୍ରଶାସନିକ ସେବା- OCS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିଛି କୃତିଙ୍କ କାହାଣୀ ହିଁ ସୂଚାଇ ଦେଇଛି।

Advertisment

ସୁଦୂର ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି। ଆଜି ବି ଏ ଅଞ୍ଚଳ ଅନେକଙ୍କ ପାଇଁ ଅପହଞ୍ଚ । କିନ୍ତୁ ସେଇ ମାଟିରୁ ପଙ୍କରୁ ପଦ୍ମ ଭଳି ଫୁଟିଛନ୍ତି ବଣ୍ଡା ଝିଅ ବିନି ମୁଦୁଲି।ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୯୬ ରାଙ୍କରେ କୃତକାର୍ଯ୍ୟ ହୋଇ ପ୍ରଥମ ବଣ୍ଡା ଝିଅ ଭାବେ ସମଗ୍ର ବଣ୍ଡା ଜାତି ପାଇଁ ଆଣିଛନ୍ତି ଗୌରବ। ବିନିଙ୍କ ବାପା ଏକ ଆଶ୍ରମ ବିଦ୍ୟାଳୟର ରୋଷେୟା ଆଉ ମା ଜଣେ ଅଙ୍ଗନବାଡ଼ି କର୍ମୀ। ଗରିବ ପରିବାରରେ ସବୁ ଅଭାବ ଆଉ ଅସୁବିଧାକୁ ଆଡ଼େଇ ଦେଇ ୟୁଟ୍ୟୁବରୁ ଜ୍ଞାନ ଆହରଣ କରୁଥିବା ବିନି ନିଜ ପ୍ରଥମ ପ୍ରଚେଷ୍ଟାରେ ସଫଳ ହୋଇଛନ୍ତି।

ସେମିତି ସୁନ୍ଦରଗଡ଼ ବଣାଇ ବ୍ଲକ ତଳିତା ଗାଁର ମୁକେଶ କୁମାର ପୃଥାଳ। ୨୦୧୩ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଟି ଯାକ ଗୋଡ଼ ହରାଇଥିଲେ। କିନ୍ତୁ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲର ଝୁଙ୍କ ମନରୁ ଥମି ନଥିଲା। ଆଉ ସେ ତାଙ୍କ ପ୍ରଥମ ପ୍ରୟାସରେ ହିଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସମର୍ଥ ହୋଇଛନ୍ତି। ବାପା ଜଣେ ସାଧାରଣ ସାଇକେଲ ଦୋକାନୀ ଆଉ ପୁଅ ଭିନ୍ନକ୍ଷମ। ଏହା ସତ୍ତ୍ବେ ତାଙ୍କ ଅଧ୍ୟବସାୟ ଆଗରେ ଏ ସବୁ ଦୁସ୍ଥିତି ଯେମିତି ହାର ମାନିଛି।

Advertisment

ସେହିଭଳି ଭଦ୍ରକ ଧାମନଗର ବନ୍ଧଟିଆ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନିଉଟନ ଦାସ। ବାପା ପାନ ଦୋକାନ କରି କୁଟୁମ୍ବ ପୋଷୁଥିବା ବେଳେ ପୁଅ କଠିନ ପରିଶ୍ରମ କରି ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ଗାଁର ନାଁ ରଖିଛନ୍ତି। ସେମିତି ପୁରୀ ଜିଲ୍ଲା ଗୋପ ବ୍ଲକ ସାରଡ଼ା ଗାଁର ପ୍ରିୟଙ୍କା ନାୟକ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାପା ରୋଷେୟା କାମ କରୁଥିବା  ବେଳେ ଏପଟେ ଝିଅ, ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବାରୁ ଦୂର ହୋଇଛି ପରିବାରର ଦୁଃଖ। ସେହିଭଳି କୋଚିଂ ବିନା ୟୁଟ୍ୟୁବରୁ ପାଠ ପଢ଼ି କିଭଳି ସଫଳତା ହାସଲ କରି ହୁଏ, ତାର ଉଦାହରଣ ସାଜିଛନ୍ତି କୋରାପୁଟ ଲକ୍ଷ୍ମୀପୁର ବ୍ଲକ୍ ତୁନୁପାର ଗାଁର ଚିନ୍ମୟ କୁମାର ସାହୁ।

OPSC OAS OCS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ