Advertisment

ବିଲଡରଙ୍କ ପାଇଁ କୋହଳ ରେରା; ନିୟମ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ

ରେରା ବିଜ୍ଞପ୍ତିରେ ସଂଶୋଧନ। ଏଣିକି ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କଖାତାରେ ରହିପାରିବ ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧ ପ୍ରତିଶତ ଅର୍ଥ।

undefined

RERA Guidelines

Advertisment

ଏଣିକି ରେରା ସ୍ବୀକୃତିପ୍ରାପ୍ତ ଆକାଉଣ୍ଟରେ 5 ବର୍ଷ ପାଇଁ ମହଜୁଦ ରହିବ ପ୍ରକଳ୍ପ ବ୍ୟୟର ସର୍ବାଧିକ ୧ ପ୍ରତିଶତ ଅର୍ଥ। ପ୍ରକଳ୍ପ ପୂର୍ଣ୍ଣାଙ୍ଗ ନିୟମରେ ସଂଶୋଧନ କରି, ବିଲ୍ଡରଙ୍କ ପାଇଁ ଆଶ୍ବସ୍ତି ଆଣିଛି ଓଡ଼ିଶା ରେରା। ତେବେ ଏହାକୁ ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ରିୟଲ୍ ଇଷ୍ଟେଟ୍ ସଂଘ ପୁଣିଥରେ ଦାବି ଦୋହରାଇଛି। ଏପଟେ ନିୟମର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ରିଅଲ ଇଷ୍ଟେଟ୍ କର୍ମୀ।

Advertisment

ରେରା ବିଜ୍ଞପ୍ତିରେ ସଂଶୋଧନ। ଏଣିକି ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କଖାତାରେ ରହିପାରିବ ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧ ପ୍ରତିଶତ ଅର୍ଥ। ପ୍ରକଳ୍ପରେ ଆବଶ୍ୟକ ଢାଞ୍ଚାଗତ ତ୍ରୁଟି ମରାମତି ଉଦ୍ଦେଶ୍ୟରେ ୫ ବର୍ଷ ପାଇଁ ଏହି ଟଙ୍କା ରହିବ। ଯଦି ଆକାଉଣ୍ଟରେ ଏହାଠାରୁ ଅଧିକ ଅର୍ଥ ଥାଏ, ତାହାଲେ ଉଠାଇପାରିବେ ବିଲ୍ଡର। ଏଥିପାଇଁ ବାସଗୃହ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ନିୟମରେ ସଂଶୋଧନ ଆଣିଛି ଓଡ଼ିଶା ରିଅଲ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ- ଓରେରା।

ଗତ ଜୁଲାଇରେ ଓଡ଼ିଶା ରେରା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ପାଇବା ଲାଗି ବିଲ୍ଡରଙ୍କୁ ପ୍ରକଳ୍ପ ସଂପୂର୍ଣ୍ଣ ପ୍ରମାଣପତ୍ର, ଅକ୍ୟୁପାନ୍ସି ପ୍ରମାଣପତ୍ର, ବାସଗୃହ କ୍ରେତା ସଂଘ ଗଠନ, ସଂଘ ନାମରେ କମନ୍ ଏରିଆ ହସ୍ତାନ୍ତର, କମନ ଏରିଆ ହସ୍ତାନ୍ତର ଡିଡ୍, ଗୃହକ୍ରେତା ସଂଘକୁ ବକେୟା ପାଣ୍ଠି ହସ୍ତାନ୍ତର ଭଳି ଡକ୍ୟୁମେଣ୍ଟ ଦାଖଲ ଭଳି ୬ଟି ସର୍ତ୍ତ ସହ ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ଆକାଉଣ୍ଟରେ ବଳକା ଥିବା ସମସ୍ତ ଅର୍ଥ 5 ବର୍ଷ ଲାଗି ସିକ୍ୟୁରିଟି ମନି ଭାବେ ରଖିବାକୁ କୁହାଯାଇଥିଲା। ଏନେଇ ରିଅଲ ଇଷ୍ଟେଟ୍ ସଂଘର ଦାବି ପରେ ନିୟମକୁ ସାମାନ୍ୟ କୋହଳ କରିଛି ଓଡ଼ିଶା ରେରା। ଓରେରା ଅଧ୍ୟକ୍ଷ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ଥିବା ନିୟମକୁ ଅନୁଶୀଳନ କରି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରକଳ୍ପ ସଂପୂର୍ଣ୍ଣ ହେବାର 5 ବର୍ଷ ମଧ୍ୟରେ ଢାଞ୍ଚାଗତ ତ୍ରୁଟି ଦେଖାଗଲେ, ଏବଂ ଆକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ନ ଥିଲେ ବି ବିଲ୍ଡର ତାହା ମରାମତି କରିବାକୁ ବାଧ୍ୟ ବୋଲି ସେ କହିଛନ୍ତି। 

Advertisment

ଏପଟେ ରିଅଲ ଇଷ୍ଟେଟ୍ ସଂଘ-କ୍ରେଡାଇ କହିଛି, ଓରେରା ନେଇଥିବା ଏହି ନିଷ୍ପତ୍ତି ବିଲ୍ଡରମାନଙ୍କୁ ସାମାନ୍ୟ ମାତ୍ରାରେ ଆଶ୍ବସ୍ତ କରିବ। କିନ୍ତୁ ପ୍ରକଳ୍ପ ସରିବା ପରେ 5 ବର୍ଷ ପାଇଁ ଆକାଉଣ୍ଟରେ ଅର୍ଥ ପଡ଼ି ରହିବା ଫଳରେ ବିଲ୍ଡରଙ୍କ ଉପରେ ଆର୍ଥିକ ଚାପ ରହୁଛି। ତେଣୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପୁଣିଥରେ ଓରେରାକୁ ପ୍ରସ୍ତାବ ଦେବାକୁ ବିଚାର କରୁଛି କ୍ରେଡାଇ ଓଡ଼ିଶା।

ଅନ୍ୟପକ୍ଷରେ ରିଅଲ ଇଷ୍ଟେଟ୍ କର୍ମୀଙ୍କ ପ୍ରଶ୍ନ, ଯଦି ରେରା ସ୍ବୀକୃତିପ୍ରାପ୍ତ ଆକାଉଣ୍ଟରେ ପ୍ରକଳ୍ପ ବ୍ୟୟର 1 ପ୍ରତିଶତରୁ କମ୍ ଅର୍ଥ ଅଛି, ସେ କ୍ଷେତ୍ରରେ ରେରା କି’ ପଦକ୍ଷେପ ଗ୍ରହଣ କରିବ ? ଏଭଳି କ୍ଷେତ୍ରରେ ପ୍ରକଳ୍ପରେ ଢାଞ୍ଚାଗତ ତ୍ରୁଟି ଦେଖାଗଲେ, କିଭଳି ଏହାର ସୁଧାରକୁ ସୁନିଶ୍ଚିତ କରାଯିବ ?

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ