Advertisment

ହୃଦୟ ବିଦାରକ : ପୁଅ ଲାଗି ଶ୍ମଶାନ ତିଆରି କଲେ ବାପା

ସେନାରେ ଚାକିରି କରିଥିଲେ ବାପ-ପୁଅ । ଘରକୁ ଆସିଲା ବେଳକୁ ପୁଅ ଚାଲିଗଲା...ଶବ ଦାହ କରିବାକୁ ବଡ଼ ଅସୁବିଧା ହେଲା । ମଲା ପୁଅ ପାଖରେ ବାପା ଶପଥ କରିଥିଲେ...ପେନସନ୍‌ ଟଙ୍କାରେ ଶ୍ମଶାନ କରିବି, ସବୁ ସୁବିଧା କରିବି । ଏବେ ସକାଳ, ସଂଜରେ ପୁଅ ଦାହ ଜାଗାରେ ବସି ଗୁମୁରି କାନ୍ଦୁଛି ବାପା

ଅଦ୍ୟତନ ହୋଇଛି
cremation ground

cremation ground

Advertisment

ପୁଅ ପାଇଁ ଶ୍ମଶାନ କରିଛି ବାପା । ନିଇତି ଘଡିଏ ଯାଇ ସେଠି ବସୁଛି...ସଫା ସୁତୁରା ବି କରୁଛି । ଆଉ କାମ ସରିବା ପରେ ପୁଅକୁ ମନେ ପକାଇ କାନ୍ଦୁଛି । ଆଉ ମନେ ମନେ କହୁଛି...ଧନ ଧନ ତୁ କାହିଁକି ଏମିତି ଅସମୟରେ ଚାଲିଗଲୁରେ?

Advertisment

ଯାଜପୁର କୋରାଇ ବ୍ଲକ ସାଦକପୁର ପଞ୍ଚାୟତରେ ଥିବା ଶ୍ମଶାନର ଦୃଶ୍ୟ ଦେଖିଲେ ଆପଣ ବି ଜାଣିପାରିବେ ବାପା ସାମ୍ନାରେ ପୁଅର ଜୀବନ ଗଲେ କେତେ କଷ୍ଟ ହୁଏ ବାପାକୁ । ଗାଁର ରବୀନ୍ଦ୍ର ଓଝା ସେନାରେ କାର୍ଯ୍ୟରତ ଥିବା ବେଳେ ବଡ ପୁଅ ଅନୀଲ ମଧ୍ୟ ସେନାରେ ସାମିଲ ହୋଇଥିଲେ । ବାପା-ପୁଅ ସେନାରେ ଚାକିରି କରିଥିବାରୁ ବେଶ୍‌ ହସଖୁସିରେ ଚାଲୁଥିଲା ସଂସାର ଗାଡି । ବାହାର ରାଜ୍ୟରେ କାମ କରୁଥିବାରୁ ଛୁଟିରେ ଘରକୁ ଆସିଥିଲେ ଅନୀଲ ।

ହେଲେ କିଏ ବା ଜାଣିଥିଲା ଏଇ ଘର ବାହୁଡା ତାଙ୍କ ଜୀବନର ବାହୁଡା ଯାତ୍ରା ହେବ ବୋଲି । ଗାଧୁଆଘରେ ଗାଧୋଉଥିବା ବେଳେ ପଡିଯାଇଥିଲେ । ପ୍ରଥମେ କୋରାଇ ପରେ ଭୁବନେଶ୍ୱରର ଏକ ମେଡିକାଲରେ ଅନୀଲଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ ସୁଧାନ ନଆସିବାରୁ କଲିକତାରେ ଆରମ୍ଭ ହୋଇଥିଲା ଅନୀଲଙ୍କ ଚିକିତ୍ସା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

ଆଖି ସାମ୍ନାରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ପରେ ପାଗଳପ୍ରାୟ ହୋଇଯାଇଥିଲେ ବାପା । କିନ୍ତୁ ଶବ ସଂସ୍କାର ପାଇଁ ଗାଁ ଶ୍ମଶାନରେ ପହଞ୍ଚିଥିଲେ । କିନ୍ତୁ ଶ୍ମଶାନରେ ଥିବା ଅବ୍ୟବସ୍ଥା ପାଇଁ ଠିକ୍‌ ଭାବରେ ଦାହ ହୋଇପାରିନଥିଲା ଶବ । ତେଣୁ ରବୀନ୍ଦ୍ର ନିଷ୍ପତ୍ତି ନେଇଥିଲେ କି ପେନସନ୍‌ ଟଙ୍କାରେ ଗାଁରେ ଭଲ ଶ୍ମଶାନ କରିବେ । ଭଲ ଶ୍ମଶାନ ତିଆରି ହେବା ପରେ ଶବଦାହରେ ଯେମିତି କୌଣସି ଅସୁବିଧା ନହେବ ସେଥିଲାଗି ବି ଧ୍ୟାନ ଦେଲେ ।

ନିଷ୍ପତ୍ତି ଅନୁସାରେ ରବିନ୍ଦ୍ର ଗାଁ ଶ୍ମଶାନକୁ ନୂଆ କରି ଗଢି ତୋଳିବା ସହିତ ପୋଖରୀ ବି ଖୋଳାଇଲେ । ତେବେ ରବିନ୍ଦ୍ରଙ୍କ ଏମିତି କାମକୁ ପ୍ରଶଂସା କରିବା ସହିତ ସହଯୋଗର ହାତ ବଢାଇଥିଲେ ସରପଂଚ । ଆଉ ଏବେ ଗାଁ ଶ୍ମଶାନ ଓ ପୋଖରୀକୁ ନେଇ ସବୁଠି ଚର୍ଚ୍ଚା ।

Advertisment

ବାପା ସାମ୍ନାରେ ଯେବେ ଭେଣ୍ଡିଆ ପୁଅ ପ୍ରାଣ ହରାଏ ସେ ସମୟରେ ବାପାର ମନ କଣ ହେଉଥିବ? ହେଲେ ରବିନ୍ଦ୍ର ନିଜ ଛାତିକୁ ପଥର କରି ଗାଁରେ ଭଲ ଶ୍ମଶାନଟିଏ ନିର୍ମାଣ କରିଛନ୍ତି । ଖାଲି ନିର୍ମାଣ କରି ବସିଛନ୍ତି ତାହା ନୁହେଁ ବରଂ ପ୍ରତିଦିନ ସକାଳେ ଓ ସଂଜରେ ସଫାସୁତୁରା କରିବା ସହ ପୁଅକୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦନ୍ତି । ଆଉ ବାରମ୍ବାର ନିଜକୁ ନିଜେ କୁହନ୍ତି...ପୁଅ ଥିଲେ ଆଜି ଭାରି ଖୁସି ହୋଇ ଥାଆନ୍ତା ।

Cremation Ground
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ