Advertisment

Success Story: ଡାକ୍ତର ଛାଡି କଲେକ୍ଟର ହେଲେ, କମ୍ପାନୀ ପାଇଁ IASକୁ ତୁଚ୍ଛ କଲେ

ରୋମନ୍ ସୈନୀ ଜଣେ ଡାକ୍ତର। ସେ ଜଣେ ପୂର୍ବତନ IAS ମଧ୍ୟ। ଖାଲି ସେତିକି ନୁହେଁ ସେ ବର୍ତ୍ତମାନ ଜଣେ ସଫଳ ଉଦ୍ୟୋଗୀ। ଆସନ୍ତୁ ଜାଣିବା ପୂରା କାହାଣୀ।

ଅଦ୍ୟତନ ହୋଇଛି
Doctor  Roman Saini turn ias and left-jobs created company

Doctor Roman Saini turn ias and left-jobs created company

Advertisment

ସବୁ ପାଠପଢା ପିଲାମାନେ ଜୀବନରେ କିଛି ନା କିଛି ହେବାକୁ ଲ‍କ୍ଷ ରଖିଥାନ୍ତି। କିଏ ଜଣେ ଡାକ୍ତର ହେବାକୁ ଚାହାନ୍ତି ତ ପୁଣି କିଏ ଜଣେ ଇଞ୍ଜିନିୟର ହେବାକୁ ଚାହାନ୍ତି। ଅନେକ ଲୋକ ମଧ୍ୟ ଅଫିସର୍ ପଦବୀ ଅଳଙ୍କୃତ କରିବାକୁ ଚାହାନ୍ତି। କିନ୍ତୁ କିଛି ଲୋକଙ୍କ ପାଇଁ ଏସବୁ କେବଳ ଏକ ପଢା ହିଁ ହୋଇଥାଏ। ଏହିପରି ଜଣେ ଯୁବକ ହେଲେ ରୋମନ୍ ସୈନୀ। ରୋମନ୍ ଜଣେ ଡାକ୍ତର। ସେ ଜଣେ ପୂର୍ବତନ IAS ମଧ୍ୟ। ଖାଲି ସେତିକି ନୁହେଁ ସେ ବର୍ତ୍ତମାନ ଜଣେ ସଫଳ ଉଦ୍ୟୋଗୀ। ରୋମନ ମାତ୍ର ୧୬ ବର୍ଷ ବୟସରେ ସବୁଠାରୁ କଷ୍ଟଦାୟକ AIIMS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ସୋସିଆଲ୍ ମିଡିଆକୁ ବ୍ୟବହାର କରି କିପରି ରୋଜଗାର କରିବେ; ଜାଣନ୍ତୁ ଆଞ୍ଚଲ୍‌ଙ୍କ ଠାରୁ

ଏହା ପରେ, ୨୨ ବର୍ଷ ବୟସରେ ସେ UPSC ସିଭିଲ୍‌ ସର୍ଭିସେସ୍ ପରୀକ୍ଷାକୁ ପାଶ୍ କରି IAS ଅଧିକାରୀ ହୋଇଥିଲେ। କିନ୍ତୁ IAS ହେବା ତାଙ୍କ ପାଇଁ କେବଳ ଏକ ପଦକ୍ଷେପ ଥିଲା। IAS ପାଇବାର କିଛି ଦିନ ପରେ ସେ ଏହି ପଦରୁ ଇସ୍ତଫା ଦେଲେ ଆଉ ଅନଏକାଡେମୀ ନାମକ ଏକ କମ୍ପାନୀ ପ୍ରତିଷ୍ଠା କଲେ। ଯାହାର ମୂଲ୍ୟ ବର୍ତ୍ତମାନ ୧୫୦୦୦ କୋଟିରୁ ଅଧିକ।

Advertisment

ମା’ ଗୃହିଣୀ ଓ ବାପା ଜଣେ ପିତା ଇଞ୍ଜିନିୟର:

ରୋମନ୍ ସୈନୀ ରାଜସ୍ଥାନର ବାସିନ୍ଦା। ତାଙ୍କ ବାପା ଜଣେ ଇଞ୍ଜିନିୟର ଏବଂ ମା ଜଣେ ଗୃହିଣୀ। ରୋମନ୍ MBBS ପରେ AIIMSର NDDTC ରେ ଜୁନିୟର ରେଜିଡେଣ୍ଟ ଭାବରେ କାର୍ଯ୍ୟ କରିଥିଲେ । ଏହା କୌଣସି ଯୁବକମାନଙ୍କ ପାଇଁ ସ୍ୱପ୍ନଠାରୁ ବି କମ୍ ନୁହେଁ। କିନ୍ତୁ ରୋମନ ଚାକିରି କରିବାର ୬ ମାସ ପରେ ଛାଡିଦେଲେ ଆଉ UPSCରେ ଯୋଗ ଦେବାକୁ ବାହାରି ପଡିଲେ।

ସେ ମାତ୍ର ୨୨ ବର୍ଷ ବୟସରେ UPSC ସିଭିଲ ସର୍ଭିସ ପରୀକ୍ଷା ପାଶ୍ କରି IAS ଅଧିକାରୀ ହୋଇଥିଲେ। ସିଭିଲ୍‌ ସର୍ଭିସ ପରୀକ୍ଷାରେ ସେ ସମଗ୍ର ଦେଶରେ ୧୮ତମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ମଧ୍ୟପ୍ରଦେଶରେ କଲେକ୍ଟର ଭାବରେ ପୋଷ୍ଟ୍‌ କରାଯାଇଥିଲା।

Advertisment

ଜଣେ ଡାକ୍ତରରୁ IAS ହେବାର କଳ୍ପନା:

ରୋମନ ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ ଯେତେବେଳେ ସେ ୨୦୧୧ରେ ଡାକ୍ତର ଭାବରେ କିଛି ମେଡିକାଲ୍‌ କ୍ୟାମ୍ପକୁ ଯାଇଥିଲେ, ସେତେବେଳେ ଅନୁଭବ କଲେ ଯେ ଦାରିଦ୍ର ଏକ ବିପଜ୍ଜନକ ବିଷୟ। ଲୋକଙ୍କ ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା ଏବଂ ପାଣି ସମସ୍ୟା ବିଷୟରେ ସଚେତନତାର ଅଭାବ ଥିଲା। ସେଗୁଡିକର ନିରାକରଣ ଆବଶ୍ୟକ ଥିଲା। କିନ୍ତୁ ଜଣେ ଡାକ୍ତର ଭାବରେ ଏହି ସମସ୍ୟାଗୁଡିକ ସମାଧାନ କରିବାକୁ ସେ ଅସମର୍ଥ ଥିଲେ। ଏନେଇ ସହିତ ସିଭିଲ୍‌ ସର୍ଭିସ୍‌ରେ ଯୋଗଦେବା ଆବଶ୍ୟକ ବୋଲି ସେ ନିଷ୍ପତ୍ତି ନେଇଥିଲେ।

ସାଙ୍ଗମାନଙ୍କ ସହିତ ମିଶି କମ୍ପାନୀ ପ୍ରତିଷ୍ଠା:

ରୋମନ ସୈନୀ ମଧ୍ୟ IAS ଚେୟାରରେ ଅଧିକ ଦିନ ରହିପାରିଲେ ନାହିଁ। ସେ ଖୁବ୍ ଶୀଘ୍ର ଏହି ପଦରୁ ଇସ୍ତଫା ଦେଇଥିଲେ ଏବଂ ନିଜ ସାଙ୍ଗମାନଙ୍କ ସହିତ ମିଶି ଅନଏକେଡମୀ ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କଲେ। ଏହାର ମୁଖ୍ୟାଳୟ ବାଙ୍ଗାଲୋରରେ ଅଛି।

ବର୍ତ୍ତମାନ ଏହି କମ୍ପାନୀର ବାର୍ଷିକ କାରବାର ୧୫,୦୦୦କୋଟିରୁ ଅଧିକ। ଅନ୍‌ଲାଇନ୍ ଶିକ୍ଷା ପ୍ଲାଟ୍‌ଫର୍ମ ଅନଏକାଡେମୀ ଯୁବକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଏହି ଷ୍ଟାର୍ଟଅପ୍ ଆରମ୍ଭ କରିବାର ଉଦ୍ଦେଶ୍ୟ ଥିଲା UPSC କୋଚିଂ ପାଇଁ ଛାତ୍ରମାନଙ୍କୁ ଏକ ପ୍ଲାଟ୍‌ଫର୍ମ ଯୋଗାଇବା, ଯେପରି ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ପଡିବ ନାହିଁ।

IAS Officer Success Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ