Advertisment

ଅପହରଣର ପ୍ରତିଶୋଧ ! ଓକିଲ ହେଲେ, ୧୭ ବର୍ଷ ପରେ ଦୋଷୀଙ୍କୁ ଜେଲ୍ ପଠାଇଲେ

୧୭ବର୍ଷ ତଳେ ଅପହୃତ ହୋଇଥିବା ପିଲା ଏବେ ନିଜ କିଡନାପ କେସ୍ ଲଢି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ଅପରାଧ ପଛରେ ଥିବା କାହାଣୀ ଏବଂ ଏହା ପରେ ସେହି ପିଲାର ଓକିଲ ହେବା ନିଷ୍ପତ୍ତି ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ।

kidnaping

kidnaping

Advertisment

ପିଲାଦିନେ ଘଟିଥିବା ଘଟଣାର ପ୍ରତିଶୋଧ ନେବା ଅଥବା କିଛି ଅଧା ରହିଥିବା କାମକୁ ବଡ଼ ହୋଇ ପୂରା କରିବା ଆମେ ଫିଲ୍ମରେ ଦେଖୁ। ବାସ୍ତବ ଜୀବନରେ ଏପରି ଘଟଣା ଖୁବ କମ୍ ଘଟିଥାଏ। ମାତ୍ର ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଛି। ୧୭ବର୍ଷ ତଳେ ଅପହୃତ ହୋଇଥିବା ପିଲା ଏବେ ନିଜ କିଡନାପ କେସ୍ ଲଢି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ଅପରାଧ ପଛରେ ଥିବା କାହାଣୀ ଏବଂ ଏହା ପରେ ସେହି ପିଲାର ଓକିଲ ହେବା ନିଷ୍ପତ୍ତି ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ। ତେବେ କିଏ ସେହି ପିଲା ଜାଣିବା...

Advertisment

୧୭ବର୍ଷ ପୂର୍ବେ ଆଗ୍ରାରେ ଜଣେ ଶିଶୁକୁ ଅପହରଣ ଘଟଣା ସମଗ୍ର ଅଂଚଳରେ ହଇଚଇ ସୃଷ୍ଟି କରିଥିଲା । ୨୦୦୭ରେ ବ୍ୟବସାୟୀ ଅବିନାଶ ଗର୍ଗଙ୍କ ୭ବର୍ଷର ଭଣଜା ହର୍ଷ ଗର୍ଗକୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ଅପହରଣକାରୀମାନେ ହର୍ଷଙ୍କ ବାପା ତଥା ଆଡଭୋକେଟ ରବି କୁମାର ଗର୍ଗଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଅପହରଣକାରୀମାନେ ତାଙ୍କ ଉପରକୁ ଗୁଳି ବି ଚଳାଇଥିଲେ। ଅପହରଣକାରୀମାନେ ୫୫ ଲକ୍ଷ ଟଙ୍କା ମାଗିଥିଲେ, କିନ୍ତୁ ପୋଲିସ ୨୬ ଦିନ ପରେ ମଧ୍ୟପ୍ରଦେଶର ଶିବପୁରୀରୁ ହର୍ଷଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

ଏହି ମାମଲାରେ ପୋଲିସ ଗୁଡ୍ଡନ କାଚି, ରାଜେଶ ଶର୍ମା, ରାଜକୁମାର, ଫତେହ ସିଂ ଓରଫ ଛିଗା, ଅମର ସିଂ, ବଲଭୀର, ରାମପ୍ରକାଶ ଏବଂ ଭିକମ ଓରଫ ଭିକାରୀକୁ ଗିରଫ କରିଥିଲା। ତେବେ ପ୍ରମାଣ ଅଭାବରୁ ଅନ୍ୟ ଚାରିଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ମାତ୍ର ଏହି ଘଟଣାକୁ ଭୁଲି ନଥିଲେ ହର୍ଷ। ବଡ ହେବା ପରେ ଓକିଲ ହେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଆଇନ ଅଧ୍ୟୟନ ସମାପ୍ତ କରିବା ପରେ ହର୍ଷ ନିଜ ମାମଲା ଲଢିଥିଲେ ଓ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଯିଏ ତାଙ୍କ ପିଲାଦିନକୁ ନଷ୍ଟ କରିଦେଇଥିଲେ।

Advertisment

ଏହି ମାମଲାରେ ହର୍ଷ ୧୫ଜଣ ସାକ୍ଷୀଙ୍କୁ ଆଣି କୋର୍ଟରେ ହାଜର କରିଥିଲେ। ଯେଉଁଥିରେ ହର୍ଷ, ତାଙ୍କ ପିତା ରବି ଗର୍ଗ ଏବଂ ଅନ୍ୟ ସାକ୍ଷୀମାନେ ବିବୃତ୍ତି ଦେଇଥିଲେ। ହର୍ଷ ଗର୍ଗଙ୍କ ସାକ୍ଷ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ସେ ଏହି ମାମଲାକୁ ନିଜ ହାତକୁ ନେବାକୁ ଏବଂ ନିଜ ପାଇଁ ନ୍ୟାୟ ପାଇବାକୁ ସ୍ଥିର କରିଥିଲେ। ଏଥିରେ ହର୍ଷଙ୍କୁ ସଫଳତା ମଝ୍ୟ ମିଳିଲା। ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି।

ବର୍ତ୍ତମାନ ୨୪ ବର୍ଷୀୟ ହର୍ଷ ଗର୍ଗ କେବଳ ଜଣେ ସଫଳ ଓକିଲ ହୋଇପାରିଛନ୍ତି। ହର୍ଷ କହିଛନ୍ତି ଯେ ସେ କେବେ ସାହସ ହରାଇ ନାହାଁନ୍ତି ଏବଂ ଅଭିଯୁକ୍ତଙ୍କୁ ଦଣ୍ଡଦେବା ହିଁ ତାଙ୍କର ଲକ୍ଷ ଥିଲା ବୋଲି ସେ କହିଛନ୍ତି। ତେବେ ଏହି ଘଟଣା ତାଙ୍କୁ ଅଧିକ ଶକ୍ତିଶାଳୀ କରିଥିଲା ​​ଏବଂ ସେ ଏହି ମିଶନରେ ସଫଳ ହୋଇଥିଲେ ।

Advertisment
Kidnapping Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ