Advertisment

ବଜ୍ରାସନ: ମନକୁ ଶାନ୍ତ ଓ ସ୍ଥିର ରଖିବା ସହ ପାଚନ ଶକ୍ତି ବଢାଏ, ଆଣ୍ଠୁ ଯନ୍ତ୍ରଣା ଦୂର କରେ

ଶରୀରକୁ ମଜବୁତ କରିବା ସହ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିବା ନେଇ ବଜ୍ରାସନ ଏକ ଲାଭଦାୟକ ଅଭ୍ୟାସ। ତେବେ ଆସନ୍ତୁ ଏହାକୁ କିପରି କରାଯାଏ, ଏହା କରିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ଓ ଏହି ଆସନକୁ କେଉଁମାନେ ନ କରିବେ ଜାଣିନେବା।

ଅଦ୍ୟତନ ହୋଇଛି
Vajrasana yoga steps and benefits

Vajrasana yoga steps and benefits

Advertisment

ଶରୀରକୁ ସୁସ୍ଥ ରଖିବା ନେଇ ସୁସ୍ଥା ଆହର ସାଙ୍ଗକୁ ନିୟମିତ ଯୋଗ ବ୍ୟାୟାମ ଜରୁରୀ ହୋଇଥାଏ। ଯୋଗାସନ ଉଭୟ ଶାରିରୀକ ଓ ମାନସିକ ସ୍ତରକୁ ସନ୍ତୁଳନ କରିଥାଏ। ଯୋଗ ଏହାକୁ ସୁତ୍ସ୍ଥ ରଖିବାରେ ସାହାଯ୍ୟ କରିଥାଏ।

Advertisment

ଭାରତୀୟ ଯୋଗ ପରମ୍ପରା ବହୁ ପ୍ରାଚୀନ ହୋଇଥିବା ବେଳେ ଏଥିରେ ଅନେକ ଆସନ ରହିଛି। ସେଥିମଧ୍ୟରୁ ବଜ୍ରାସନ ଏମିତି ଏକ ଯୋଗାସନ ଯେଉଁଥିରେ ସ୍ୱାସ୍ଥ୍ୟକୁ ନେଇ ରହିଛି ଅନେକ ଲାଭ। ବଜ୍ରାସନ ସାଧାରଣ ଭାବେ ବସିବାର ଏକ ଅଭ୍ୟାସ। ଏହା ସଂସ୍କୃତ ଶବ୍ଦ ‘ବଜ୍ର’ରୁ ଆସିଛି। ଏହାର ଅର୍ଥ ଟାଣ ବା ଦମ୍ଭ। ଏହାକୁ କରିବାକୁ ହେଲେ ଆଣ୍ଠୁରେ ବସିବାକୁ ହୁଏ ଓ ଶ୍ୱାସ ଉପରେ ନିୟନ୍ତ୍ରଣ ରଖାଯାଏ।
ଯୋଗ ବିଶେଷଜ୍ଞର ଅନୁସାରେ ଶରୀରକୁ ମଜବୁତ କରିବା ସହ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିବା ନେଇ ବଜ୍ରାସନ ଏକ ଲାଭଦାୟକ ଅଭ୍ୟାସ। ତେବେ ଆସନ୍ତୁ ଏହାକୁ କିପରି କରାଯାଏ, ଏହା କରିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ଓ ଏହି ଆସନକୁ କେଉଁମାନେ ନ କରିବେ ଜାଣିନେବା।

କିପରି କରିବେ:

ଯୋଗାସନରୁ ଅଧିକ ଲାଭ ପାଇବାକୁ ହେଲେ ଏହାକୁ ସଠିକ ଭାବେ ଅଭ୍ୟାସ କରିବାର ଅଛି। ଏ ଦିଗରେ ଦକ୍ଷ ପ୍ରଶିକ୍ଷକଙ୍କ ସହଯୋଗ ନେବା ନିହାତି ଜରୁରୀ।

Advertisment

- ବଜ୍ରାସନ କରିବାକୁ ହେଲେ ପ୍ରଥମେ ଆଣ୍ଠୁକୁ ମୋଡି ପିଚାକୁ ଗୋଇଠି ଉପରେ ରଖି ବସନ୍ତୁ

- ଦୁଇ ଆଣ୍ଠୁକୁ ଯୋଡି ରଖନ୍ତୁ ଓ ପାଦକୁ ଛାଡି ରଖନ୍ତୁ

- ବେକ, ମୁଣ୍ଡ, ମେରୁଦଣ୍ଡକୁ ସଂପୂର୍ଣ୍ଣ ସିଧା ରଖନ୍ତୁ

- ହାତକୁ ମୁଦ୍ରା ଆକାରରେ ଜଙ୍ଘ ଉପରେ ରଖନ୍ତୁ

- ଧିରେ ଧିରେ ଗଭୀର ଶ୍ୱାସ ନିଅନ୍ତୁ ଓ ଛାଡନ୍ତୁ

- ଏଭଳି କିଛି ସମୟ କରନ୍ତୁ

ଏହି ଆସନର ଉପକାରିତା:

ଯୋଗ ବିଶେଷଜ୍ଞଙ୍କ ମତରେ ଉଭୟ ଶରୀର ଓ ମନକୁ ସୁସ୍ଥ ରଖିବା ନେଇ ବଜ୍ରାସନ ଅଭ୍ୟାସ ବହୁତ ଲାଭ ଦେଇଥାଏ।

Advertisment

- ମନକୁ ଶାନ୍ତ ଓ ସ୍ଥିର ରଖେ

- ଶରୀରର ପାଚନ ଶକ୍ତିକୁ ସଜାଡି ଦେବା ସହ ଅମ୍ଳତା ଓ ଗ୍ୟାସ କମ କରିଦିଏ

- ଆଣ୍ଠୁରେ ଯନ୍ତ୍ରଣା ଥିଲେ ଏହା ଦୂର କରିଦିଏ

- ଜଙ୍ଗର ମାସପେଶୀକୁ ମଜବୁତ କରେ

- ପିଠି ଯନ୍ତ୍ରଣାକୁ ଦୂର କରିବାରେ ଏହା ରାମବାଣ ପରି କାମ କରେ

- ମୂତ୍ର ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ

କେଉଁମାନେ କରିବେ ନାହିଁ:

ଏମିତି କିଛି ସ୍ଥିତି ମଧ୍ୟ ରହିଛି ଯେଉଁ କ୍ଷେତ୍ରରେ ଏହି ଆସନ ନ କରିବା ନେଇ ଯୋଗ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି।

- ଆଣ୍ଠୁ ସମସ୍ୟା ବା ଆଣ୍ଠୁରେ ସର୍ଜରୀ ହୋଇଥିଲେ ଏହି ଆସନ କରିବେ ନାହିଁ

- ମେରୁଦଣ୍ଡର ନିମ୍ନଭାଗରେ ସମସ୍ୟା ଥିଲେ ମଧ୍ୟ ଏହି ଆସନ ମନା

- ଅଲ୍ସର, ହାର୍ନିଆ, ପେଟର ଅନ୍ୟାନ୍ୟ ଗମ୍ଭୀର ସମସ୍ୟା ଥିଲେ ଏହି ଅଭ୍ୟାସ କରିବା ଉଚିତ ନୁହେଁ

Yogasana Health
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ