Advertisment

ଗନ୍ଧମାର୍ଦ୍ଦନର ବୃକ୍ଷକୁ ନେଇ ଗବେଷଣା : ଗଛର କେମିକାଲକୁ ନେଇ ଗୁରୁତର ରୋଗର ଔଷଧ ପାଇଁ ଚେଷ୍ଟା

ପୁରାଣରେ ବର୍ଣ୍ଣିତ ଅଛି ବିଶଲ୍ୟକରଣୀ ପାଇଁ ପବନ ପୁତ୍ର ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ଆଣିଥିଲେ । କାରଣ ଏହି ପର୍ବତରେ ରହିଥିଲା ନାନାଦି ଔଷଧୀୟ ଗୁଣଯୁକ୍ତ ବୃକ୍ଷ, ଯାହାକି ବର୍ତ୍ତମାନ ଯାଏଁ ତାର ଅସ୍ତିତ୍ୱ ବଂଚାଇ ରଖିଛି । ଆଉ ଏବେ ସେହି ଗନ୍ଧମାର୍ଦ୍ଦନ ବୃକ୍ଷର ବିଭିନ୍ନ ରାସାୟନିକ ଗୁଣକୁ ବୈଷୟିକ ପଦ୍ଧତିରେ ବ୍ୟବହାର କରି କ୍ୟାନସର ଭଳି ଗୁରୁତକ ରୋଗକୁ ପ୍ରତିହତ କରିବା ପାଇଁ ଚାଲିଛି ଚେଷ୍ଟା

Researches In Search Of Wonder Herbs On Gandhamardan

Researches In Search Of Wonder Herbs On Gandhamardan

Advertisment

ସମ୍ବଲପୁର( ସଞ୍ଜୟ ଜେନା) : ପୁରାଣରେ ବର୍ଣ୍ଣିତ ଅଛି ବିଶଲ୍ୟକରଣୀ ପାଇଁ ପବନ ପୁତ୍ର ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ଆଣିଥିଲେ । କାରଣ ଏହି ପର୍ବତରେ ରହିଥିଲା ନାନାଦି ଔଷଧୀୟ ଗୁଣଯୁକ୍ତ ବୃକ୍ଷ, ଯାହାକି ବର୍ତ୍ତମାନ ଯାଏଁ ତାର ଅସ୍ତିତ୍ୱ ବଂଚାଇ ରଖିଛି । ଆଉ ଏବେ ସେହି ଗନ୍ଧମାର୍ଦ୍ଦନ ବୃକ୍ଷର ବିଭିନ୍ନ ରାସାୟନିକ ଗୁଣକୁ ବୈଷୟିକ ପଦ୍ଧତିରେ ବ୍ୟବହାର କରି କ୍ୟାନସର ଭଳି ଗୁରୁତକ ରୋଗକୁ ପ୍ରତିହତ କରିବା ପାଇଁ ଚାଲିଛି ଚେଷ୍ଟା । ଖାଲି ସେତିକି ନୁହଁ ବିନା ପାର୍ଶ୍ୱ ପ୍ରତିକ୍ରିୟାରେ କିପରି ଏହା ସଫଳ ଭାବରେ ମନୁଷ୍ୟ ଦେହରେ କାର୍ଯ୍ୟକ୍ଷମ ହୋଇପାରିବ, ସେଥିପାଇଁ ଦିନରାତି ଗବେଷଣା ଚଳାଇଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କିଛି ରିସର୍ଚ୍ଚ ଫେଲୋ ଏବଂ ଗବେଷକ ।

Advertisment

ବରଗଡ଼ ଜିଲ୍ଲାର ସୀମାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ । ଆଉ ସେହି ସବୁ ପ୍ରଜାତିର ଗଛକୁ ଆଣି ସୃଷ୍ଟି କରାହୋଇଛି ଏହି ନର୍ସରୀ । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଭିତରେ ତିଆରି ହୋଇଥିବା ଏହି ନର୍ସରୀରେ ଗନ୍ଧମାର୍ଦ୍ଦନ ପର୍ବତରୁ ଅଣା ହୋଇଥିବା ୭୫ ପ୍ରଜାତିର ଗଛକୁ ଯତ୍ନର ସହ ବଡ କରାହେଉଛି । ଏହାକୁ ନେଇ ସମ୍ବଲପୁର ୟୁନିଭର୍ସିଟିର biotechnology, bio informatics ଆଣ୍ଡ chemistry ବିଭାଗ ପକ୍ଷରୁ ଚାଲିଛି ଗବେଷଣା । ଟିସୁ କଲଚର ଲ୍ୟାବରେ ଟିସୁ କଲଚର ଜରିଆରେ ସ୍ୱଳ୍ପ ସମୟ ଭିତରେ ଗଛମାନଙ୍କ ସଂଖ୍ୟା ବଢାଯାଉଛି ଏବଂ ଏ ପୁରା କାମରେ ସହଯୋଗ କରୁଛନ୍ତି ୨୫୦ ଜଣ ବୈଦ୍ୟରାଜ ।

ଗନ୍ଧମାର୍ଦ୍ଦନ ପର୍ବତରୁ ଅଣାଯାଇଥିବା ବୃକ୍ଷକୁ ନେଇ ଚାଲିଥିବା ଏହି ଗବେଷଣାକ ‌ଆଧୁନିକ ବୈଷୟିକ ଜ୍ଞାନକୌଶଳ ସାଙ୍ଗକୁ ଯନ୍ତ୍ରପାତିର ବ୍ୟବହାର ମଧ୍ୟ କରାଯାଉଛି । ପ୍ରଥମେ ଔଷଧ ଗଛରେ ଥିବା ବିଭିନ୍ନ କେମିକାଲକୁ ବାହାର କରାଯାଏ॥ ପରେ ତାକୁ ପୃଥକ୍ କରାଯାଏ କ୍ୟାନସର ରୋଗୀଠୁ ବାୟୋପ୍ସି ଜରିଆରେ କଢା ହେଇଥିବା ଟିସୁରୁ କ୍ୟାନସର ହୋଇଥିବା ସେଲ ଗୁଡିକୁ ଆଣି ଇନକ୍ୟୁବେଟରରେ ରଖାଯାଏ । ଜୀବନ୍ତ ସେଲରେ ଗଛରୁ ଅଣାହୋଇଥିବା କେମିକାଲ୍କୁ ଲଗାଯାଏ ପରବର୍ତ୍ତୀ ପର୍ଯ୍ୟାୟରେ କେତେ ପ୍ରତିଶତ କ୍ୟାନସର ସେଲ ମରୁଛନ୍ତି ଏହାକୁ ଷ୍ଟଡି କରାଯାଇଥାଏ ।

Advertisment

ଏହି ପରୀକ୍ଷାର ସଫଳତା ଧୀରେ ଧୀରେ ଦେଖିବାକୁ ମିଳୁଥିବା ରିସର୍ଚ୍ଚ ଫୋଲାମାନେ କହିଛନ୍ତି । ଏଲୋପେଥିକ୍ ଔଷଧ ଦେହରେ ଥିବା କ୍ୟାନସର ସେଲ ସହ ଭଲ ସେଲକୁ ମାରିଦେଇଥାଏ । ହେଲେ ଗନ୍ଧାମାର୍ଦ୍ଦନ ପର୍ବତର ଗଛମାନଙ୍କରୁ କଢାହୋଇଥିବା ଏହି କେମିକାଲ୍ କେବଳ କ୍ୟାନସର ସେଲକୁ ମାରିଦେଉଥିବା ଦେଖିବାକୁ ମିଳିଛି । କେବଳ କ୍ୟାନସର ନୁହଁ ଫେଲେରିଆ , ମେଲେରିଆ ,ବ୍ୟାକ୍ଚେରିଆ ସଂକ୍ରମଣ ଏବଂ ଡାଇବେଟିସ୍ ଉପରେ ମଧ୍ୟ ଚାଲିଛି ଗବେଷଣା ।

Advertisment

ବିଶ୍ୱ ବ୍ୟାଙ୍କର ୪ କୋଟି ଟଙ୍କା ସହଯୋଗରେ centre of Excellency ଦ୍ୱାରା ଗତ ୨୦୧୯ ଡିସେମ୍ବର ମାସରେ ଏହି ଗବେଷଣା ଆରମ୍ଭ ହୋଇଥିଲାବେଳେ ଏହି ପ୍ରୋଜେକ୍ଟର ଅବଧି ରିହିଛି ୫ ବର୍ଷ । ଆଉ ଏହାକୁ ସଫଳ କରିବା ପାଇଁ ଦିନରାତି ଲାଗିଛନ୍ତି ୨ ଟି ବିଭାଗର ୯ ଜଣା ବୈଜ୍ଞାନିକ ଏବଂ ୧୫ ଜଣ research scholar ।

Gandhamardan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ