Health Tips how to reduce salt in daily food
ଲୁଣକୁ ନେଇ ନିକଟରେ ICMR-NCDIR ଏକ ଅଧ୍ୟୟନ ଆଲୋଡ଼ନ ସୃଷ୍ଟି କରିଛି। ଏହି ଅଧ୍ୟୟନ ଅନୁଯାୟୀ, ଭାରତୀୟ ଲୋକମାନେ WHO ଦ୍ୱାରା ଠିକ କରାଯାଇଥିବା ପରିମାଣ ଅପେକ୍ଷା ଦୈନନ୍ଦିନ ଜୀବନରେ ଅଧିକ ଲୁଣ ଖାଉଛନ୍ତି, ଯାହା ସାଂଘାତିକ ହୋଇପାରେ।
ଲୁଣ ଯୋଗୁଁ ଉଚ୍ଚ ରକ୍ତଚାପ ଏବଂ ଷ୍ଟ୍ରୋକ୍ ସମସ୍ୟା ବଢିପାରେ। ଅଧ୍ୟୟନରେ ଏହା କୁହାଯାଇଛି ଯେ ଜଣେ ସାଧାରଣ ବ୍ୟକ୍ତି ଦୈନିକ ସର୍ବାଧିକ ୫ ଗ୍ରାମ ଲୁଣ ଖାଇବା ଉଚିତ। ଭାରତରେ କିନ୍ତୁ ଅଧିକାଂଶ ଲୋକ ୮ ଗ୍ରାମରୁ ଅଧିକ ଲୁଣ ଖାଉଛନ୍ତି। ଏଥି ସହିତ, ମୋଟାପଣରେ ପୀଡିତ ଲୋକମାନେ ପ୍ରତିଦିନ ୯ ଗ୍ରାମରୁ ଅଧିକ ଲୁଣ ଖାଉଛନ୍ତି, ଯାହା ଅତ୍ୟନ୍ତ ବିପଜ୍ଜନକ। ଏପରି ପରିସ୍ଥିତିରେ, ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି ତେବେ ଲୁଣର ପରିମାଣ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏବେ ପ୍ରଶ୍ନ ହେଉଛି ଯାହା ଖାଦ୍ୟରେ ସ୍ୱାଦ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଯାହା ଉଭୟ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଜରୁରୀ ସେହି ଲୁଣର ପରିମାଣକୁ କିପରି ହ୍ରାସ କରାଯିବ। ତେବେ ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ନାହିଁ। ଆପଣଙ୍କୁ କେବଳ କିଛି ଜିନିଷ ଛାଡିବାକୁ ପଡିବ ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୁହେଁ କିମ୍ବା ଆପଣଙ୍କ ସକାଳ ଏବଂ ସନ୍ଧ୍ୟା ଖାଦ୍ୟର ସ୍ୱାଦ ସହିତ କୌଣସି ବିଶେଷ ସମ୍ପର୍କ ନାହିଁ।
ଯଦି ଆପଣ ଦୈନିକ ଲୁଣକୁ ହ୍ରାସ କରିବାକୁ ଚାହାଁନ୍ତି, ତେବେ କେବଳ ଯେ ତରକାରୀ, ଡାଲି କିମ୍ବା ଅଟାରେ କମ୍ ଲୁଣ ପକେଇଦେଲେ ହେଇ ଯିବନି। ଡାଇନିଂ ଟେବୁଲ୍ରେ ମଧ୍ୟ ସାଧାରଣ ଧଳା ଲୁଣ ବଦଳରେ ସୈନ୍ଧବ ଲବଣ ବ୍ୟବହାର ସବୁଠରୁ ଭଲ। ଏହା ସହିତ ଆପଣଙ୍କୁ ୫ଟି ‘P’ କୁ ମଧ୍ୟ ଛାଡିବାକୁ ପଡିବ।
କ’ଣ ଏହି ୫ ‘P’:
- ପିକଲ ବା ଆଚାର
- ପାପଡ
- ପକୋଡା
- ପିଜା
- ପଟାଟୋ ଚିପ୍ସ
ପାଞ୍ଚ ‘P’ ବ୍ୟତୀତ ତିନୋଟି ‘K’ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ସେଥିମଧ୍ୟରୁ ଦୁଇଟି ହେଉଛି ପନିପରିବା ଏବଂ ଗୋଟିଏ ହେଉଛି ପଦାର୍ଥ। ଏହି ପନିପରିବାରେ ଲୁଣ ନ ଥାଏ କିନ୍ତୁ ଏହି ସବୁ ପନିପରିବା ତିଆରି କରିବାକୁ ହେଲେ ଅଧିକ ତେଲ ଏବଂ ଲୁଣ ଆବଶ୍ୟକ ହୋଇଥାଏ।
କ’ଣ ଏହି ୩ ‘K’:
- କାଣ୍ଟାଲ ବା ପଣସ
- କଲରା
- କ୍ୟାଚ୍ଅପ୍ ବା ସସ୍
ଖାଦ୍ୟରେ ଲୁଣର ପରିମାଣ ହ୍ରାସ କରିବା ପାଇଁ ସୋଡିୟମ୍ ଲେଟ୍ରିସ୍ ମଧ୍ୟ ଜରୁରୀ। ଯେତେବେଳେ ଆପଣ ଯେକୌଣସି ପ୍ୟାକେଜ୍ ଖାଦ୍ୟ କିଣୁଛନ୍ତି, ନିଶ୍ଚିତ ଭାବରେ ଏଥିରେ ସୋଡିୟମ୍ ପରିମାଣ ଯାଞ୍ଚ କରନ୍ତୁ, ଯାହା ଦ୍ୱାରା ଆପଣ କେତେ ଲୁଣ ଖାଉଛନ୍ତି ସେ ବିଷୟରେ ଆପଣଙ୍କର ଧାରଣା ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696005455.jpg)