Advertisment

National Doctor's Day 2024: କିଏ ସେହି ମହାନ ବ୍ୟକ୍ତି ଯାହାଙ୍କ ଉଦ୍ଦେଶ୍ୟରେ ପାଳନ ହେଉଛି ‘ଜାତୀୟ ଡାକ୍ତର ଦିବସ’

ସେ ବଡ଼ ହେଉ କି ଛୋଟ ସମସ୍ତ ପ୍ରକାରର ରୋଗ ଡାକ୍ତରଙ୍କ ସାହାଯ୍ୟରେ ଭଲ ହୋଇପାରେ। ବୋଧହୁଏ ସେଥିପାଇଁ ଡାକ୍ତରଙ୍କୁ ମର୍ତ୍ତ୍ୟର ଈଶ୍ୱର ବୋଲି କୁହାଯାଏ। ତେଣୁ ଏହି ଈଶ୍ୱରଙ୍କୁ ସମ୍ମାନ ଜଣେଇ ପ୍ରତି ବର୍ଷ ଜୁଲାଇ ୦୧ରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଏ।

Why celebrated national doctors day on july 01

Why celebrated national doctors day on july 01

Advertisment

ସୁସ୍ଥ ଜୀବନ ସମସ୍ତଙ୍କ ପ୍ରାଥମିକ ତାଲିକାରେ ଥାଏ। ଏହା ମଧ୍ୟ କୁହାଯାଇଛି ଯେ, 'ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ ସମ୍ପତ୍ତି'। କେବଳ ଜଣେ ସୁସ୍ଥ ବ୍ୟକ୍ତି ହିଁ ଜୀବନକୁ ସଠିକ୍ ଭାବରେ ଉପଭୋଗ କରିପାରେ ଏବଂ ଏଥିରେ ଡାକ୍ତରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Advertisment

ଯେତେବେଳେ ବି ଆମେ ଶାରୀରିକ ଭାବେ ଅସୁସ୍ଥ ଅନୁଭବ କରୁ, ପ୍ରଥମେ ଡାକ୍ତରଙ୍କ ପାଖକୁ ଯିବାର ଚିନ୍ତା ମନକୁ ଆସେ। ଡାକ୍ତର ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ମାନବ ଶରୀରର ସମସ୍ତ ସମସ୍ୟାର ଚିକିତ୍ସା କରନ୍ତି। ଜରୁରୀକାଳୀନ ପରିସ୍ଥିତିରେ, ଡାକ୍ତରମାନେ ହିଁ ଜଣେ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତ କରିବାରେ ସାହାଯ୍ୟ କରନ୍ତି।

ସେ ବଡ଼ ହେଉ କି ଛୋଟ ସମସ୍ତ ପ୍ରକାରର ରୋଗ ଡାକ୍ତରଙ୍କ ସାହାଯ୍ୟରେ ଭଲ ହୋଇପାରେ। ବୋଧହୁଏ ସେଥିପାଇଁ ଡାକ୍ତରଙ୍କୁ ମର୍ତ୍ତ୍ୟର ଈଶ୍ୱର ବୋଲି କୁହାଯାଏ। ତେଣୁ ଏହି ଈଶ୍ୱରଙ୍କୁ ସମ୍ମାନ ଜଣେଇ ପ୍ରତି ବର୍ଷ ଜୁଲାଇ ୦୧ରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଏ। ବିଶେଷକରି ଏହାକୁ ପ୍ରସିଦ୍ଧ ଡାକ୍ତର ତଥା ବଙ୍ଗଳାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରୟଙ୍କ ସମ୍ମାନାର୍ଥେ ପାଳନ କରାଯାଏ।

Advertisment

ବିଧାନ ଚନ୍ଦ୍ର ରୟଙ୍କ ଜୀବନୀ:

ଭାରତରେ ଜୁଲାଇ ୦୧ରେ ‘ଡାକ୍ତର ଦିବସ’ ପାଳନ କରିବାର ଏକ ବିଶେଷ କାରଣ ହେଉଛି ମହାନ ଡାକ୍ତର ଡକ୍ଟର ବିଧାନ ଚନ୍ଦ୍ର ରାୟ ୦୧ ଜୁଲାଇ ୧୮୮୨ରେ ବିହାରର ପାଟନାର ବାଙ୍କିପୁରରେ ଜନ୍ମ ଗ୍ରହଣ କରିଥିଲେ। କେବଳ ଏତିକି ନୁହେଁ ୦୧ ଜୁଲାଇ ୧୯୬୨ରେ ତାଙ୍କର ନିଧନ ମଧ୍ୟ ହୋଇଥିଲା। ତାଙ୍କ ବାପା ପ୍ରକାଶ ଚନ୍ଦ୍ର ରୟ ଜଣେ ଏକ୍ସାଇଜ୍ ଇନ୍ସପେକ୍ଟର ଥିଲେ। ତାଙ୍କ ମା’ ଜଣେ ସାମାଜିକ କର୍ମୀ ଥିଲେ।

ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ଡକ୍ଟର ରୟ ସବୁଠାରୁ କନିଷ୍ଠ ଥିଲେ। ତାଙ୍କର ପ୍ରାରମ୍ଭିକ ଜୀବନ ଦାରିଦ୍ରରେ ଅତିବାହିତ ହୋଇଥିଲା। ସେ ପାଟନା କଲେଜିଏଟ୍ ସ୍କୁଲରୁ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେ କୋଲକାତା ଠାରୁ ମଧ୍ୟବର୍ତ୍ତୀ ଅଧ୍ୟୟନ ସମାପ୍ତ କରି ପାଟନା ବିଶ୍ୱବିଦ୍ୟାଳୟରୁ ଗଣିତରେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ଦେଇଥିଲେ। ଡିଗ୍ରୀ ହାସଲ କରିବା ପରେ ସେ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଲିକତା ମେଡିକାଲ କଲେଜରେ ଆଡ୍‌ମିଶନ କରିଥିଲେ।

Advertisment

ଏମ୍‌ବିବିଏସ୍ ଡିଗ୍ରୀ ହାସଲ କରିବା ପରେ ଡକ୍ଟର ରୟ ଇଂଲଣ୍ଡର ସେଣ୍ଟ ବାର୍ଥୋଲୋମି ହସ୍ପିଟାଲରୁ ମେଡିସିନ୍ ଡିଗ୍ରୀ ହାସଲ କରିବାକୁ ଚାହୁଁଥିଲେ। ଏସିଆୟୀ ମୂଳ ହେବା କାରଣରୁ ତାଙ୍କ ଆବେଦନକୁ ତିନି ଥର ରିଜେକ୍ଟ କରାଯାଇଥିଲା। ବହୁ କଷ୍ଟରେ ସେ ନା କେବଳ ସେଣ୍ଟ୍‌ ବାର୍ଥୋଲୋମି ହସ୍ପିଟାଲରେ ଆଡମିଶନ ନେଇଥିଲେ, ବରଂ ଦୁଇ ବର୍ଷ ତିନି ମାସ ମଧ୍ୟରେ ସ୍ନାତକୋତ୍ତର ଅଧ୍ୟୟନ ମଧ୍ୟ କରିଥିଲେ।

ଇଂଲଣ୍ଡରୁ ଫେରିବା ପରେ ସେ ପ୍ରଥମେ କଲିକତା ମେଡିକାଲ କଲେଜରେ, ପରେ କ୍ୟାମ୍ପବେଲ୍‌ ମେଡିକାଲ ସ୍କୁଲ୍‌ରେ ଏବଂ ପରେ କାର୍ମାଇକେଲ୍‌ ମେଡିକାଲ କଲେଜ୍‌ରେ ଶିକ୍ଷାଦାନ କରିଥିଲେ। ସେ ଏହି କଲେଜର ସଭାପତି ଏବଂ ଜୀବନସାରା ମେଡିସିନ୍ ପ୍ରଫେସର ରହିଲେ। କଲିକତା ଏବଂ ଆହ୍ଲାବାଦ ବିଶ୍ୱବିଦ୍ୟାଳୟଗୁଡ଼ିକ ଡକ୍ଟର ରୟଙ୍କୁ ଡିଏସ୍-ସି ଡିଗ୍ରୀ ପ୍ରଦାନ କରିଥିଲେ। ଚିକିତ୍ସା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟ ଏହି ଦିବସ ପାଳନ କରାଯାଉଛି।

ଚଳିତ ବର୍ଷ ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ‘ଡାକ୍ତର ଦିବସ’ ପାଳନ କରାଯାଏ। ଚଳିତ ବର୍ଷ ପାଇଁ ଏହାର ଥିମ୍ ହେଉଛି - “ଆରୋଗ୍ୟକାରୀ ହାତ, ଯତ୍ନଶୀଳ ହୃଦୟ”

Doctors Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ