Astrospeak
  • Live TV
  • Read In English

କିଏ ଭଗବାନ ବିଶ୍ୱକର୍ମା; ୮ ପଏଣ୍ଟରେ ଆସନ୍ତୁ ଜାଣିବା

ଆଜି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ। ଦେବତାଙ୍କ ଶିଳ୍ପୀ, ସଂସାରର ପ୍ରଥମ ଇଂଜିନିୟର, ବାସ୍ତୁଦେବଙ୍କ ସନ୍ତାନ ଭଗବାନ ବିଶ୍ୱକର୍ମା ବାସ୍ତୁଶାସ୍ତ୍ରର ପ୍ରଚଣ୍ଡ ବିଦ୍ୱାନ ଥିଲେ। ଏ ସୃଷ୍ଟି ପାଇଁ ତାଙ୍କର ରହିଛି ଅନେକ ଅବଦାନ। ତେବେ ଆସନ୍ତୁ ଜାଣିବା ଏ ବିଶାଳ ସୃଷ୍ଟି ପାଇଁ ସେ କ’ଣ କରିଛନ୍ତି?

Who is lord vishwakarma know all about him
କିଏ ଭଗବାନ ବିଶ୍ୱକର୍ମା; ୮ ପଏଣ୍ଟରେ ଆସନ୍ତୁ ଜାଣିବା

ଆଜି ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅର୍ଥାତ ଆଜି ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ। ବିଶ୍ୱାସ କରାଯାଏ ଯେ ଏହି ପୃଥିବୀରେ ଯାହା କିଛି ବି ଅଛି ତାହା ଭଗବାନ ବିଶ୍ୱକର୍ମାଙ୍କ ସୃଷ୍ଟି। ଶାସ୍ତ୍ର ଅନୁଯାୟୀ ଭଗବାନ ବ୍ରହ୍ମା ସମସ୍ତ ସୃଷ୍ଟିକୁ ରଚନା କରିଛନ୍ତି ଏବଂ ଭଗବାନ ବିଶ୍ୱକର୍ମା ବ୍ରହ୍ମାଣ୍ଡକୁ ସୁନ୍ଦର ଭାବରେ ସଜାଇଛନ୍ତି। ଭଗବାନ ବିଶ୍ୱକର୍ମାଙ୍କୁ ଏହି ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ଇଞ୍ଜିନିୟର ଭାବରେ ପରିଗଣିତ କରାଯାଏ।

କୁହାଯାଏ ଭଗବାନ ବିଶ୍ୱକର୍ମା ବାସ୍ତୁର ସନ୍ତାନ ଏବଂ ବାସ୍ତୁର ଜନକ ହେଲେ ଭଗବାନ ବ୍ରହ୍ମା। ଏହି କାରଣରୁ ଭଗବାନ ବିଶ୍ୱକର୍ମାଙ୍କୁ ବାସ୍ତୁଶାସ୍ତ୍ରୀଙ୍କ ପିତା ଭାବରେ ବିବେଚନା କରାଯାଏ। ମହାଭାରତ ସମୟରେ ଭଗବାନ ବିଶ୍ୱକର୍ମା ରାବଣର ଲଙ୍କା, ଦେବଲୋକ, ଭଗବାନ କୃଷ୍ଣଙ୍କ ଦ୍ୱାରକା ଏବଂ ଇନ୍ଦ୍ରପ୍ରସ୍ଥ ନିର୍ମାଣ କରିଥିଲେ। ବିଶେଷକରି ବିଶ୍ୱକର୍ମା ଜୟନ୍ତୀ ଉପରେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଏବଂ ଉପକରଣଗୁଡ଼ିକୁ ପୂଜା କରିବାର ନିୟମ ରହିଛି। ଏହି ଦିନ ପୂଜା ପରେ ସମସ୍ତ ନିର୍ମାଣ ଅନୁଷ୍ଠାନ ବନ୍ଦ ରଖାଯାଇଥାଏ।

ତେବେ ଏହି ବିଶ୍ୱକର୍ମା କିଏ ଓ ଏ ସୃଷ୍ଟି ପାଇଁ ତାଙ୍କର କି ଅବଦାନ ରହିଛି ଏହାକୁ ନେଇ ଆସନ୍ତୁ ୮ଟି ରୋଚକ କଥା ଜାଣିନେବା।