ଜାନୁଆରୀ ୨୬ ତାରିଖକୁ ସାରା ଭାରତ ବର୍ଷ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରିଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇଥିଲା। ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେବାସହ ଏହିଦିନ ଲିଖିତ ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ସାଧାରଣତନ୍ତ୍ର ଦିବସରେ ଦେଶର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ କରାଯାଏ। ତେବେ ଜାତୀୟ ପତାକା ଉତ୍ତୋଳନ କଲାବେଳେ କିଛି ବିଶେଷ ନିୟମ ମାନିବା ଆବଶ୍ୟକ। ନିୟମରେ କୌଣସି ଉଲ୍ଲଙ୍ଘନ କରାଗଲେ ଉକ୍ତ ବ୍ୟକ୍ତି ବା ସଂସ୍ଥା ଦଣ୍ଡର ଅଧିକାରୀ ହୋଇଥାଏ ।
ଜାତୀୟ ପତାକା ଉଡ଼ାଇବା ବିଧି
- ତ୍ରିରଙ୍ଗା ପତାକା ସର୍ବଦା ଖଦି କିମ୍ବା ହସ୍ତତନ୍ତରେ ତିଆରି ହେବା ଆବଶ୍ୟକ ଅଟେ । ଯଦି କୌଣସି କାରଣରୁ ପତାକାଟି ଫାଟିଯାଏ ତେବେ ଏହାକୁ ଉଡ଼ାଇବା ଅନୁଚିତ୍ ଅଟେ। କୌଣସି ୟୁନିଫର୍ମ ବା ସାଜସଜ୍ଜା ପାଇଁ ତ୍ରିରଙ୍ଗା ପତାକାର ବ୍ୟବହାର ଦଣ୍ଡନୀୟ ଅଟେ । ତ୍ରିରଙ୍ଗା ପତାକା ଉପରେ କିଛି ଲେଖିବା ଅନୁଚିତ ଅଟେ ।
- ତ୍ରିରଙ୍ଗା ପତାକାକୁ କୌଣସି ପରଦା କିମ୍ବା ପୋଷାକ ଭାବରେ ବ୍ୟବହାର କରାଯିବ ନାହଁ। ପାଗ ଯେପରି ହେଉ ନା କାହିକି ସୂର୍ଯ୍ୟୋଦୟ ପରଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବା ବିଧି ରହିଛି ।
- ପତାକାର ଲମ୍ବ ଏବଂ ଓସାରର ଅନୁପାତ ୩:୨ ହେବା ଉଚିତ । ଏହାବ୍ୟତୀତ ନାରଙ୍ଗୀ ରଙ୍ଗକୁ ତଳକୁ କରି ପତାକା ରଖାଯିବ ନାହିଁ କିମ୍ବା ଉତ୍ତୋଳନ କରାଯିବ ନାହିଁ । ଏପରି କରିବା ଦଣ୍ଡନୀୟ ଅପରାଧ ।
- ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଯେକୌଣସି ଦିନ ପତାକା ଉତ୍ତୋଳନ କରିପାରିବେ । ପତାକାର ଗରିମା ଯେପରି କ୍ଷୁର୍ଣ୍ଣ ନହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।
- ଭୂମି ସ୍ପର୍ଶ କରିବା ଉଚିତ୍ ନୁହେଁ ପତାକା । ତ୍ରିରଙ୍ଗାକୁ ପାଣିରେ ବୁଡ଼ାଇବା ବେଆଇନ । କୌଣସି ଯାନବାହନରେ ତ୍ରିରଙ୍ଗା ପତାକାର ବ୍ୟବହାର ନିଷେଧ ଅଟେ । କୌଣସି ଗାଡି, ଟ୍ରେନ, ପାଣି ଜାହାଜ ଓ ଉଡ଼ାଜାହାଜରେ ଜାତୀୟ ପତାକା ଲଗାଇବା ଉଚିତ୍ ନୁହେଁ ।
- ବିଦେଶୀ ନାଗରିକମାନେ ମଧ୍ୟ ଭାରତ ମଧ୍ୟରେ ପତାକା ଉତ୍ତୋଳନ କରିପାରିବେ । ସେମାନଙ୍କ ଘର ବା କାର୍ଯ୍ୟାଳୟ ଉପରେ ପତାକା ଲଗାଇ ପାରିବେ ।
- ତ୍ରିରଙ୍ଗା ପତାକାର ରଙ୍ଗ ଉଡ଼ିଯାଇଥିଲେଏହାକୁ ଉଡ଼ାଇବା ଅନୁଚିତ୍ । କାରଣ ଏହାଦ୍ୱାରା ତ୍ରିରଙ୍ଗାର ଅସମ୍ମାନ ହୋଇଥାଏ ।
- କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପୃଥକ ଭାବରେ ଜାତୀୟ ପତାକା ବ୍ୟବହାର କରିପାରିବେ ନାହିଁ । ଏହା ବ୍ୟତୀତ ଜାତୀୟ ପତାକାରେ କୌଣସି ପୋଷାକ କିମ୍ୱା ଅନ୍ୟ ବ୍ୟବହୃତ ପରିଧାନ ସାମଗ୍ରୀ ପ୍ରସ୍ତୁତ କରିବା ଉଚ୍ଚିତ୍ ତଥା ଆଇନ ସମ୍ମତ ନୁହେଁ ।
- ପତାକାକୁ କୌଣସି ପ୍ରକାର ଅସମ୍ମାନ ପ୍ରଦର୍ଶନ କଲେ (ପ୍ରିଭେନ୍ସନ୍ ଅଫ୍ ଇନ୍ସଲ୍ଟ ଟୁ ନ୍ୟାସ୍ନାଲ୍ ଅନର୍ ଆକ୍ଟ ୧୯୭୭) ଅନୁଯାୟୀ ଦଣ୍ଡ ଦିଆଯାଇଥାଏ। ଏହି ଆଇନ୍ରେ ୨୦୦୩ରେ ସଂଶୋଧନ କରାଯାଇଛି । ପ୍ରଥମ ଥର ଅସମ୍ମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ସଜା ଓ ଜରିମାନା ହୋଇପାରେ । ଏବଂ ଦ୍ୱିତୀୟ ଥର କଲେ ଅତି କମ୍ରେ ୧ ବର୍ଷ ଜେଲ୍ଦଣ୍ଡ ମିଳିବ।