Advertisment

ରଥ ଦଉଡି ଛୁଇଁ ଧନ୍ୟ ହୁଅନ୍ତି ଲକ୍ଷ ଲକ୍ଷ ଭକ୍ତ

ରଥଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଆସନ୍ତୁ ଜାଣିବା ଏହି ଦଉଡିର ରହସ୍ୟ।

ଅଦ୍ୟତନ ହୋଇଛି
The secret behind the rope of 3 Chariot

The secret behind the rope of 3 Chariot

Advertisment

ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ତାଳ ଓ ନଡିଆ ଗଛ କାଠରେ ପ୍ରସ୍ତୁତ ଚାରମାର ଖୋଲାଯାଏ। ଏହାକୁ ଭୋଇ ସେବକମାନେ ଖୋଲନ୍ତି। ଏହାପରେ ସାରଥୀ ଓ ଅଶ୍ୱଙ୍କୁ ଆରୋହଣ ପୂର୍ବକ ରୂପକାର ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡିଦ୍ୱାରା ବାନ୍ଧିଥାନ୍ତି। ଏହା ପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଏ। ପ୍ରତି ରଥରେ ୪ଟି ଲେଖାଏଁ ଦଉଡି ବନ୍ଧା ଯାଇଥାଏ।

Advertisment

ରଥ ଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଗତ କିଛି ବର୍ଷ ଧରି ଏହି ଦଉଡ଼ି କେରଳର କଏର ନିଗମରୁ ଆଣାଯାଉଛି। ପୂର୍ବରୁ କଲିକତା କଏର ବୋର୍ଡ଼ ଏହି ଦଉଡି ଯୋଗାଉଥିଲା। ଜାଣନ୍ତୁ ଦଉଡ଼ିର ମାପ ଓ ସଂଖ୍ୟା ବିଷୟରେ।

  • ୮ ଇଞ୍ଚ ଗୋଲେଇ ବିଶିଷ୍ଟ ୨୨୦ ଫୁଟ ଲମ୍ବର ୧୨ଟି ଦଉଡ଼ି ତିନି ରଥ ପାଇଁ ଆବଶ୍ୟକ ପଡିଥାଏ।
  • ୩ ଇଞ୍ଚ ଗୋଲେଇ ବିଶିଷ୍ଟ ୪୫୦ ଫୁଟ ଲମ୍ବର ୩ଟି ଦଉଡି ରଥ ଘେର ପାଇଁ ଦରକାର ହୋଇଥାଏ।
  • ୨୨୦ ଫୁଟ ଲମ୍ବର ଗୋଟିଏ ଦଉଡି ଜରୁରୀ ଆବଶ୍ୟକତା ପାଇଁ ରଖାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ।
Advertisment

ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଏ। ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି। ଡାହୁକ ରଥ ଉପରେ ଠିଆହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କ ମନୋରଞ୍ଜନ କରିଥାନ୍ତି।

ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥ ଦଉଡ଼ି ଧରି ଆନନ୍ଦ ମନରେ ରଥକୁ ଟାଣିଥାନ୍ତି। ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ।

Advertisment

ଏହି ରଥ ଟଣା ସମୟରେ ବିଭିନ୍ନ ମଠ, ଜାଗା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ଏଥି ମଧ୍ୟରେ ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ମଧ୍ୟ ସାମିଲ ଥାଏ। ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଥିବା ମାଉସୀ ମା’ ମନ୍ଦିରରେ ଠାକୁରମାନଙ୍କୁ ପୋଡ଼ ପିଠା ଭୋଗ ଲାଗିହୁଏ।

ପ୍ରତି ରଥ ଉପରେ ଶ୍ରୀମନ୍ଦିର ପୋଲିସ କର୍ମଚାରୀ ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ ଦେବା ସହିତ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ ଓ ନାଲି ରଙ୍ଗର ଏକ ପତାକା ଧରି ରଥଟଣାର ନିୟନ୍ତ୍ରଣରେ ସହଯୋଗ କରନ୍ତି। ଯଦି ଗୋଟିଏ ଦିନରେ ୩ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ନ ପାରେ, ତେବେ ପରଦିନ ସକାଳେ ଏହି ରଥଟଣା ହୋଇ ଗୁଣ୍ଡିଚା ମନ୍ଦିରକୁ ନିଆଯାଏ।

Ratha Jatra Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ