Advertisment

ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା

ଆଜି ମହାପ୍ରଭୁଙ୍କର ପବିତ୍ର ଭଉଁରୀ ଯାତ୍ରା । ଏହି ଦିନ କ’ଣ ହୁଏ? ଜଗନ୍ନାଥ ପରମ୍ପରାରେ କ’ଣ ରହିଛି ଏହାର ବିଧି ଆସନ୍ତୁ ଜାଣିବା…

Bhaunri Yatra in Puri

Bhaunri Yatra in Puri

Advertisment

ଆଜି ଶ୍ରୀଜୀଉଙ୍କ ପବିତ୍ର ଭଉଁରୀ ଯାତ୍ରା। ପୁରାଣ ଶାସ୍ତ୍ର ଅନୁସାରେ ଚନ୍ଦନ ହେଉଛି ଭଗବାନଙ୍କର ଅତି ପ୍ରିୟ। ପୂଜାପାର୍ବଣରେ ଦେବଦେବୀଙ୍କ ସୁବାସିତ ଚନ୍ଦନରେ ପୂଜା କରିଲେ ପୂର୍ଣ୍ଣ ଫଳ ପ୍ରାପ୍ତ ହୁଏ ବୋଲି ଧର୍ମ ବିଶ୍ୱାସ ରହିଛି। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ଶ୍ରୀଜୀୟୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଏକ ଦୀର୍ଘକାଳିନ ଯାତ୍ରା। ଏହା ପୁରୀ ଶ୍ରୀକ୍ଷେତ୍ରରେ ବୈଶାଖ ଶୁକ୍ଳ, ଅକ୍ଷୟା ତୃତୀୟା ଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦଶୀ ପର୍ଯ୍ୟନ୍ତ ଦୀର୍ଘ ୪୨ ଦିନି ବ୍ୟାପି ଅନୁଷ୍ଠିତ ହୋଇଥାଏ।

Advertisment

ଦେବ ବିଗ୍ରହମାନେ ଚନ୍ଦନ ଚକଡାରେ ପହଞ୍ଚିବା ପୂର୍ବରୁ ଚନ୍ଦନ ପୋଖରୀ ମଧ୍ୟରେ ୨ ,୨ ଥର ନାବ ଘୋଡାଯାଇ ୨ଟି ଭାସମାନ ବିମାନ ନିର୍ମିତ ହୋଇଥାଏ। ଦେବଯାନଗୁଡିକ ସେଠାରେ ପହଞ୍ଚିବା ପରେ କର୍ପୁର, ଜଳ, ମହୋଣି ହୋଇଥାଏ ଯାହା ଜଗନ୍ନାଥ ବଲ୍ଲଭରୁ ଆସି କର୍ପୁରଯୁକ୍ତ ହୋଇଥାଏ। ପରେ ରାମକୃଷ୍ଣ ବଡ ଚାପସ୍ତ ମଣିତ ଆସନକୁ ଓ ପଞ୍ଚୁପାଣ୍ଡବ ତାଙ୍କର ପଛଭାଗରେ ଅବସ୍ଥିତ ସିଂହାସନକୁ ବିଜେ କରିବା ପରେ ଶ୍ରୀମଦନମୋହନ ଓ ଲକ୍ଷ୍ମୀସରସ୍ୱତୀ ପଛ ଚାପରେ ସିଂହାସନରେ ବିଜେ ହୁଅନ୍ତି।

ଚାପ ଉପରେ ପ୍ରସାଦ ଲାଗି ଓ ବିଡିଆ ମଣୋହି ସରିବା ପରେ ଦିନ ଚାପ ଆରମ୍ଭ ହୁଏ ଏବଂ ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ଏକ ଘେରା ବୁଲିଆସେ। ରାତ୍ର ଚାପ ପୁଷ୍କରିଣୀ ମଧ୍ୟରେ ୩ ଘେରା ବୁଲି କୂଳରେ ଲାଗିଲେ ଦେବ ବିଗ୍ରହ ଯଥାରିତି ନିଜର ବିମାନ ଆରୋହଣ ପୂର୍ବକ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହି ଯାତ୍ରାକୁ ଭଉଁରୀ ଯାତ୍ରା କୁହାଯାଏ।

Advertisment

୨୧ ଦିନର ଯାତ୍ରା ପୂର୍ବ ବିଧିରେ ହେଲେ ମଧ୍ୟ ରାତ୍ର ଚାପ ହୁଏ ନାହିଁ। ଦିନ ଚାପ ମେଳନର ପରେ ଦେବ ମିଳନ ସମୟ୍ରେ ବନ୍ଦାପନା ଓ ହଳଦି ପାଣି ପିଚକାଳି ପରେ ବାହୁଡାବିଜେ ହୁଏ।

Rath Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ