Advertisment

ଆଜି 'ସମ୍ବଲପୁରୀ ଦିନ' ପାଳୁଛି ପଶ୍ଚିମ ଓଡ଼ିଶା

ସୁବର୍ଣ୍ଣପୁର ଜନ୍ମିତ ଗୁରୁ ବହିଦାରଙ୍କୁ ସମ୍ବଲୁପରୀ ଭାଷା ସାହିତ୍ୟର ଗୁରୁ ବୋଲି କୁହାଯାଏ । ତାଙ୍କରି ଜନ୍ମଦିନକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି ।

ଅଦ୍ୟତନ ହୋଇଛି
Sambalpuri Day 2023

Sambalpuri Day

Advertisment

ଆଜି ହେଉଛି ସମ୍ବଲପୁରୀ ଦିନ । ପ୍ରତି ବର୍ଷ ଆଜିର ଦିନକୁ ପଶ୍ଚିମ ଓଡିଶାର ବିଶିଷ୍ଟ ଲେଖକ ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ହିସାବରେ ପାଳନ କରାଯାଏ । ସମ୍ବଲପୁରୀ ଭାଷା ସାହିତ୍ୟ, କଳା ସଂସ୍କୃତି ପାଇଁ ତାଙ୍କ ଅବଦାନକୁ ସମ୍ମାନ ଦେଇ ଆଜି ପଶ୍ଚିମ ଓଡିଶାରେ ବେଶ୍ ଧୂମଧାମରେ ପାଳନ ହେଉଛି ସମ୍ବଲପୁରୀ ଦିନ।

Advertisment

ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ସମ୍ବଲପୁରର ତଂଭେ ବାବୁ, ତଂଭର ସଂବଲପୁର, ଅବ୍ଦଲ ସଂବଲପୁରୀ ଲେଖ୍ , ସଂବଲପୁରୀ ସୁର୍ , ଇ ବୁଲିନୁ ନାଇନ ବୁଲି, ଇ ଧୂଲିନୁ ନାଇନ ଧୁଲି, ଅଜବ୍ ରକମ୍ ଲାଗସି ଇନୁ, ଭାରତ୍ ମାଆର୍ ଲିଲା, ଜଏ ଜଏ ମା ସମଲେଇ ଗୋ, ଧଏନ୍ ଧଏନ୍ ତୋର୍ ଲିଲା ଆଦି ଗୀତ ହିଁ ବଦଳେଇ ଦେଇଥିଲା ସମ୍ବଲପୁରୀ ଭାଷା ଆଉ ସାହିତ୍ୟକୁ।

ଏଇ ଗୀତ ପରେ ପରେ କେତେ କବି କେତେ ଲେଖନ ନିଜ କଥିତ ଭାଷାରେ ମନର ଭାବ ଓ ଆବେଗକୁ ଲେଖିବା ଆରମ୍ଭ  କରିଥିଲେ, ଗଳ୍ପ ଓ କବିତା ଆକାରରେ । ସମ୍ବଲପୁରୀ ଯେ ଓଡିଆ ଭାଷା ଠାରୁ ଅଲଗା ଆଉ ତାର୍ ଗୋଟେ ନିଜର ବ୍ୟାକରଣ ଅଛି, ଏଇ କଥାଟା କହିଥିଲେ ସତ୍ୟନାରାୟଣ ବହିଦାର।

Advertisment

ପ୍ରଥମ କରି ସେ ସମ୍ବଲପୁରୀ ଶବ୍ଦକୋଷ ଆଉ ବ୍ୟାକରଣ ଲେଖି ସମ୍ବଲପୁରୀ ଭାଷା ସାହିତ୍ୟକୁ ଗୋଟେ ନୂଆ ବାଟ ଦେଖାଇଥିଲେ। ସେଥି ପାଇଁ ତାଙ୍କୁ ଏଇ ଭାଷା ଓ ସାହିତ୍ୟର ସ୍ରଷ୍ଟା ବୋଲି କୁହାଯାଏ। ୧୯୧୩ ମସିହା ଆଜିର୍ ଦିନରେ ସୋନପୁରରେ ଜନ୍ମଗ୍ରହଣ କରିଥିଲେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର । ବାପା ମିତ୍ରଭାନୁ ବହିଦାର ସରାକାରୀ କ୍ଲାର୍କ ଥିଲେ। ବହିଦାର ଆଜ୍ଞାକୁଁ ୬ ବର୍ଷ   ହେଇଥିଲା ବେଳେ ମାଆ ବିଲାସବତୀକଁର୍ ଦେହାନ୍ତ ହେଇଥିଲା ।

ସୋନପୁରରେ ପ୍ରାଇମେରି ପାଠ ପଢଲା ପରେ ଉଚ୍ଚଶିକ୍ଷା ପାଇଁ ସେ ସମ୍ବଲପୁର ଆସିଥିଲେ।  ଆଉ ଏଇ ସମ୍ବଲପୁର ମାଟି ତାଙ୍କ କର୍ମଭୂମି ପାଲଟି ଯାଇଥିଲା ସମ୍ବଲପୁର ଜିଲ୍ଲା ସ୍କୁଲରେ ପଢିଲା ଦିନୁ ସମ୍ବଲପୁର ଭାଷାରେ ସେ ବହୁତ୍ ସୁନ୍ଦର ଲେଖାମାନେ ଲେଖିବା ଆରମ୍ଭ କରିଥିଲେ। 

Advertisment

ଖାଲି ସେତିକି ନୁହେଁ, ଯେଉଁ ଜିଲ୍ଲା ସ୍କୁଲରେ ସେ ପାଠ ପଢ଼ୁଥିଲେ ପରବର୍ତ୍ତୀ ସମୟରେ ସେହିଠାରେ ହିଁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଆଉ ସେ ସମୟରେ ତାଙ୍କ ଲେକାଲେଖି ପାଇଁ ବେଶ୍ ସୁନାମ ଅର୍ଜନ କରିଥିଲେ। ଅନ୍ୟମାନଙ୍କୁ ବି ନିଜର ଭାଷାରେ ଲେଖିବା ପାଇଁ ପ୍ରୋତ୍ସାହିତ କରୁଥିଲେ ।

ସମ୍ବଲପୁରୀ ବ୍ୟାକରଣ ସହିତ ଫୁଲ୍ ଚାଙ୍ଗୀର୍, ଘୁବକୁଡ୍, ଘାବଘାବୋ, ଟିକ୍ ଚହଁରା, ସମ୍ବଲପୁରୀ ଚଉକିଆ ଭଳି ଆହୁରି ଅନେକ ଲେଖା ଲେଖିଥିଲେ । ସମ୍ବଲପୁରୀ ଭାଷାର୍ ପ୍ରଚାର୍, ପ୍ରସାର୍ ଲାଗି ତାକଁର୍ ଜୀବନର ଅଧିଂକାଶ ସମୟ ଦେଇଥିଲେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର। ଆଉ ତାକଁର୍ ଇ ତ୍ୟାଗ ପାଇଁ ସାରା ପଶ୍ଚିମ ଓଡ଼ିଶା ଅଗଷ୍ଟ ୧କୁ ସମ୍ବଲପୁରୀ ଦିନ୍ ହିସାବେ ପାଳି ଆସୁଛି। ଭାଷା, ସାହିତ୍ୟ ଆଉ ସଂସ୍କୃତି ସାଙ୍ଗେ ସମ୍ବଲପୁରୀ ପୋଷାକ ପରିପାଟିର ପ୍ରଚାର ପ୍ରସାର ଏଇ ଦିନର ମୁଖ୍ୟ ଉଦ୍ଦେଶ୍ୟ ।

ଆଜି ଦିନରେ ସମସ୍ତେ ସମ୍ବଲପୁରୀ ଡ୍ରେସ୍ ପିନ୍ଧିବା ସହିତ ପାରମ୍ପରିକ ଦୁଲଦୁଲି ବାଜାର ତାଲେ ତାଲେ ନାଚିଗାଇ ଉତ୍ସବ ପାଳନ କରୁଛନ୍ତି । ଆଜି ସମ୍ବଲପୁରୀ ପୋଷାକ ପିନ୍ଧିବେ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ । ଏଥିପାଇଁ ଜିଲ୍ଲାପାଳ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲାର ସବୁ ବିଡିଓ, ତହସିଲଦାର ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି ।

Sambalpuri Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ