National Bird Day 2025: ପକ୍ଷୀମାନଙ୍କ ଯୋଗୁଁ ପୃଥିବୀ ହୁଏ ସବୁଜିମାରେ ପରିପୂର୍ଣ୍ଣ; ଜାଣନ୍ତୁ କିପରି…

ଭାରତରେ ଅନେକ ପ୍ରକାରର ପକ୍ଷୀ ପ୍ରଜାତି ବର୍ତ୍ତମାନ ମଧ୍ୟ ବଞ୍ଚି ରହିଛନ୍ତି। ଦେଶରେ ପ୍ରାୟ ୧୩୦୦ ପ୍ରଜାତିର ପକ୍ଷୀ ବାସ କରନ୍ତି, ଯାହା ବିଶ୍ୱର ପକ୍ଷୀ ସଂଖ୍ୟାର ପ୍ରାୟ ୧୩%। ଭାରତରେ ଅନେକ ପକ୍ଷୀ ଅଭୟାରଣ୍ୟ ମଧ୍ୟ ରହିଛି। ଆସନ୍ତି ଭାରତରରେ ଥିବା କେତେକ ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ବିଷୟରେ ଜାଣିବା।

ପକ୍ଷୀମାନଙ୍କ ଯୋଗୁଁ ପୃଥିବୀ ହୁଏ ସବୁଜୀମାରେ ପରିପୂର୍ଣ୍ଣ

ପରିବେଶ ସୁରକ୍ଷା ଏବଂ ପକ୍ଷୀମାନଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ଅଛି। ଯେଉଁଠାରେ ଅଧିକ ସଂଖ୍ୟକ ପକ୍ଷୀ ମିଳନ୍ତି ସେଠାକାର ପରିବେଶ ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଛର ମଞ୍ଜି ନେବାରେ ପକ୍ଷୀମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଯାହା ପରିବେଶକୁ ସବୁଜୀମାରେ ପରିପୂର୍ଣ୍ଣ କରିବାରେ ସାହାଯ୍ୟ କରେ।

ସେହିପରି ଶାଗୁଣା, କାଉ, ଚିଲ ଆଦି ପକ୍ଷୀ ମଲା ଜୀବ ଜନ୍ତୁଙ୍କୁ ଖାଇ ଆମ ପରିବେଶକୁ ପରିଷ୍କାର କରନ୍ତି। ତେଣୁ ଆମ ଚାରିପାଖରେ ପକ୍ଷୀ ବଂଶ ବଢିବାର ଆବଶ୍ୟକତା ରହିଛି। ଏହି ସବୁ କାରଣକୁ ପକ୍ଷୀମାନଙ୍କୁ ମାନବ ସମାଜର ବନ୍ଧୁ ମଧ୍ୟ କୁହାଯାଏ।

ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୦୫ ଜାନୁଆରୀକୁ ‘ଜାତୀୟ ପକ୍ଷୀ ଦିବସ’ ଭାବରେ ପାଳନ କରାଯାଏ। ପ୍ରକୃତିପ୍ରେମୀ, ପରିବେଶବିତ୍, ପକ୍ଷୀପ୍ରେମୀମାନେ ଉତ୍ସାହର ସହିତ ଏହି ଦିନ ପାଳନ କରନ୍ତି। ପକ୍ଷୀମାନଙ୍କ ପ୍ରତି ସଚେତନତା ବୃଦ୍ଧି ଏବଂ ପ୍ରେମ ପ୍ରକାଶ କରିବା ପାଇଁ ପକ୍ଷୀ ଦିବସକୁ ସ୍ୱତନ୍ତ୍ର ବିବେଚନା କରାଯାଏ।

ଇତିହାସ:

କୁହାଯାଏ ଯେ ପ୍ରଥମ ଥର ପାଇଁ ବର୍ନ ଫ୍ରି ୟୁଏସ୍‌ଏ ଏବଂ ଏଭିଆନ୍ସ ୱେଲ୍‌ଫେୟାର୍ ୨୦୦୨ ରେ ପକ୍ଷୀ ଦିବସ ପାଳନ କରିଥିଲେ। ଏହା ପରେ ଭାରତ ସମେତ ସମସ୍ତ ଦେଶ ପକ୍ଷୀ ଦିବସ ପାଳନ କରନ୍ତି। ୨୦୨୩ ମସିହାରେ, କେବଳ ଗୋଟିଏ ଦେଶରେ ନୁହେଁ, ଅନେକ ଦେଶରେ ‘ଜାତୀୟ ପକ୍ଷୀ ଦିବସ’ ପାଳନ ଆରମ୍ଭ ହୋଇଥିଲା। ଆଜି ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶ ୫ ଜାନୁଆରୀରେ ‘ଜାତୀୟ ପକ୍ଷୀ ଦିବସ’ ପାଳନ କରନ୍ତି।

ମହତ୍ତ୍ୱ:

ଆଜିର ସମୟରେ, ‘ଜାତୀୟ ପକ୍ଷୀ ଦିବସ’ ପାଳନ କରିବା ଅତ୍ୟନ୍ତ ପ୍ରାସଙ୍ଗିକ। କାରଣ ବର୍ତ୍ତମାନ ସମୟରେ ଅନେକ ପକ୍ଷୀ ପ୍ରଜାତି ଲୁପ୍ତ ପ୍ରାୟ ହେବାକୁ ବସିଲେଣି। ପକ୍ଷୀ ବଂଶକୁ ରକ୍ଷା କରିବାକୁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ପକ୍ଷୀମାନଙ୍କ ବିଷୟରେ ସଚେତନତା ବୃଦ୍ଧି ଏବଂ ସଂରକ୍ଷଣ ପାଇଁ ‘ଜାତୀୟ ପକ୍ଷୀ ଦିବସ’ ଏକ ଗୁରୁତ୍ୱପୂର୍ଣ୍ଣ ଦିନ।

ଭାରତରେ ଅନେକ ପ୍ରକାରର ପକ୍ଷୀ ପ୍ରଜାତି ବର୍ତ୍ତମାନ ମଧ୍ୟ ବଞ୍ଚି ରହିଛନ୍ତି। ଦେଶରେ ପ୍ରାୟ ୧୩୦୦ ପ୍ରଜାତିର ପକ୍ଷୀ ବାସ କରନ୍ତି, ଯାହା ବିଶ୍ୱର ପକ୍ଷୀ ସଂଖ୍ୟାର ପ୍ରାୟ ୧୩%।

ଭାରତରେ ପକ୍ଷୀ ଅଭୟାରଣ୍ୟ:

ଭାରତରେ ଅନେକ ପକ୍ଷୀ ଅଭୟାରଣ୍ୟ ମଧ୍ୟ ରହିଛି। ଏହି ଅଭୟାରଣ୍ୟଗୁଡ଼ିକ ବିଭିନ୍ନ ପକ୍ଷୀ ପ୍ରଜାତି ପାଇଁ ଏକ ନିରାପଦ ପରିବେଶ ପ୍ରଦାନ କରେ। ଭାରତର କେତେକ ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ହେଲା –

ପରିବେଶ ପାଇଁ ପକ୍ଷୀଙ୍କ ଅବଦାନ: