Astrospeak
  • Live TV
  • Read In English

National Consumer Rights Day 2024: ଅଧିକ ସୁରକ୍ଷିତ ହେବ ଡିଜିଟାଲ ବଜାର ବ୍ୟବସ୍ଥା; ଜାଣନ୍ତୁ ସରକାରୀ ପଦକ୍ଷେପ

ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହି ଅବସରରେ ଡିଜିଟାଲ ବଜାର ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ନେଇ ସରକାରୀ ସ୍ତରରେ ନିଆଯାଇଛି ଏହିସବୁ ପଦକ୍ଷେପ।

National Consumer Rights Day 2024
ଅଧିକ ସୁରକ୍ଷିତ ହେବ ଡିଜିଟାଲ ବଜାର ବ୍ୟବସ୍ଥା

ଆଜିକାଲି ଅନେକ ଗ୍ରାହକ ବିଭିନ୍ନ କ୍ଷେତ୍ରରେ ଠକାମୀର ଶିକାର ହୁଅନ୍ତି। ତେବେ ଗ୍ରାହକମାନେ କିଛି ବି ଜିନିଷ କିଣିବା ପୂର୍ବରୁ ଏବଂ ପରେ ସେମାନଙ୍କର ଅଧିକାର ବିଷୟରେ ଅବଗତ ହେବା ଉଚିତ। ଯାହାଫଳରେ ସେମାନେ ଠକାମୀର ଶିକାର ହେବାରୁ ବଞ୍ଚିତ ହୋଇପାରିବେ। ସରକାର ମଧ୍ୟ ଗ୍ରାହକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାନ୍ତି ଏବଂ ଏଥିପାଇଁ ସମସ୍ତ ଉଦ୍ୟମ କରନ୍ତି।

ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ୧୯୮୬ରେ ଏହିଦିନ, ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କଲା ଏବଂ କାର୍ଯ୍ୟକାରୀ ହେଲା। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ ଅଭାବ ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଗ୍ରାହକମାନଙ୍କୁ ସୁରକ୍ଷା ଯୋଗାଇବା।

ଉଦ୍ଦେଶ୍ୟ:

ଗ୍ରାହକଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି। ଏହି ଅଧିନିୟମ ଅନୁଯାୟୀ, ଯେକୌଣସି ଗ୍ରାହକ ଅନ୍ୟାୟ ବାଣିଜ୍ୟ ଉପରେ ଅଭିଯୋଗ କରିପାରିବେ। ଏଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦିଆଯାଇଛି। ପୂର୍ବରୁ ବ୍ୟବସାୟ କାରବାରରେ ଅନେକ ହେର୍‌ଫେର୍‌ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ଅଧିନିୟମ ପ୍ରସ୍ତୁତ କରାଯାଇଛି।

ମହତ୍ତ୍ୱ:

ମାର୍ଚ୍ଚ ୧୫ରେ ‘ବିଶ୍ୱ ଉପଭୋକ୍ତା ଅଧିକାର ଦିବସ’ ପାଳନ ହେଉଥିବା ବେଳେ ଭାରତରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ୨୪ ଡିସେମ୍ବରରେ ପାଳନ କରାଯାଏ। କାରଣ ଭାରତର ରାଷ୍ଟ୍ରପତି ସେହିଦିନ ଐତିହାସିକ ଉପଭୋକ୍ତା ସୁରକ୍ଷା ଆଇନ, ୧୯୪୯କୁ ଗ୍ରହଣ କରିଥିଲେ।

ଇତିହାସ:

‘ବିଶ୍ୱ ଉପଭୋକ୍ତା ଅଧିକାର ଦିବସ’ର ଇତିହାସ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କଠାରୁ ଆରମ୍ଭ ହୋଇଛି। ୧୫ ମାର୍ଚ୍ଚ ୧୯୬୨ରେ, ସେ ଆମେରିକାର କଂଗ୍ରେସକୁ ଏକ ବିଶେଷ ବାର୍ତ୍ତା ପଠାଇ ଉପଭୋକ୍ତା ଅଧିକାର ସମସ୍ୟାର ସମାଧାନ କରିଥିଲେ। ୧୯୮୩ ମସିହାରେ ଉପଭୋକ୍ତା ଆନ୍ଦୋଳନ ଆରମ୍ଭ ହେଲା ଏବଂ ପ୍ରତିବର୍ଷ ଏହି ଦିନ ସଂଗଠନ ଉପଭୋକ୍ତା ଅଧିକାର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ତଥା ଅଭିଯାନ ଉପରେ ପଦକ୍ଷେପ ନେବାକୁ ଚେଷ୍ଟା କରେ।

ଉପଭୋକ୍ତାଙ୍କ ୬ ଅଧିକାର:

ଡିଜିଟାଲ ବଜାର ବ୍ୟବସ୍ଥା ଅଧିକ ସୁରକ୍ଷିତ:

‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ଅବସରରେ ଗ୍ରାହକଙ୍କ ପାଇଁ ଡିଜିଟାଲ ବଜାର ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ପାଇଁ ସରକାରୀ ସ୍ତରରେ 'ଜାଗୋ ଗ୍ରାହକ୍ ଜାଗୋ ଆପ୍', 'ଜାଗୃତି ଆପ୍' ଏବଂ ' ଜାଗୃତି ଡ୍ୟାସବୋର୍ଡ' ଆପ୍ ଲଞ୍ଚ୍‌ କରିବାର ଯୋଜନା ହୋଇଛି।

ନିକଟରେ ଖାଦ୍ୟ ଏବଂ ସାର୍ବଜନିକ ବଣ୍ଟନ ମନ୍ତ୍ରଣାଳୟର ଉପଭୋକ୍ତା ବ୍ୟାପାର ବିଭାଗ କହିଛି ଯେ ଏକ ସ୍ୱଚ୍ଛ ଏବଂ ନିରପେକ୍ଷ ଡିଜିଟାଲ ବଜାର ସୃଷ୍ଟି କରିବା ଏହି ବିଭାଗର ଉଦ୍ଦେଶ୍ୟ। ଯେଉଁଠାରେ ଗ୍ରାହକମାନେ କୌଣସି ପ୍ରକାର ଠକାମୀ କିମ୍ବା ଚାପ ବିନା ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ। ଏହା ବ୍ୟତୀତ ଗ୍ରାହକମାନଙ୍କୁ ମଧ୍ୟ ସେମାନଙ୍କର ଅଧିକାର ବିଷୟରେ ଜଣାଇ ଦିଆଯିବ।

ବିଭାଗର ନିମ୍ନଲିଖିତ ପ୍ରୟାସ: