Advertisment

World Student Day: ଅବଦୁଲ କଲାମଙ୍କ ଏହି ୧୦ ବାଣୀ ଆଣିଦେବ ସଫଳତା

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀକୁ ‘ବିଶ୍ୱ ଛାତ୍ର ଦିବସ’ ଭାବେ ପାଳନ କରାଯାଏ। ଆଜି ହେଉଛି ସେହି ଦିନ। ଏହି ଅବସରରେ ଆସନ୍ତୁ ସେ କହିଥିବା ୧୦ଟି କଥା ଉପରେ ନଜର ପକେଇବା ଯାହା ଜଣକୁ ସଫଳତାର ସିଡି ଚଢିବାରେ ସାହାଯ୍ୟ କରିବ।

ଅଦ୍ୟତନ ହୋଇଛି
Know why ‘World Students Day’ is celebrated

Know why ‘World Students Day’ is celebrated

Advertisment

ପ୍ରତିବର୍ଷ ୧୫ ଅକ୍ଟୋବରରେ ସମଗ୍ର ବିଶ୍ୱରେ ‘ବିଶ୍ୱ ଛାତ୍ର ଦିବସ’ ପାଳନ କରାଯାଏ। ଏହି ଦିନ ଭାରତ ରତ୍ନ ଏବଂ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀ ଭାବରେ ପାଳନ କରାଯାଏ। ଛାତ୍ର ତଥା ଶିକ୍ଷା ପ୍ରତି କଲାମଙ୍କ ଉଦ୍ୟମକୁ ସମ୍ମାନ ଜଣାଇବା ପାଇଁ ଭାରତରେ ଜାତୀୟ ସ୍ତରରେ ପ୍ରତିବର୍ଷ ‘ବିଶ୍ୱ ଛାତ୍ର ଦିବସ’ ପାଳନ କରାଯାଏ। କଲାମଙ୍କୁ “ପିପୁଲ୍ସ ରାଷ୍ଟ୍ରପତି” ଭାବରେ ସ୍ମରଣ କରାଯାଏ ଏବଂ ତାଙ୍କ ଜନ୍ମଦିନକୁ ‘ଛାତ୍ର ଦିବସ’ ଭାବରେ ପାଳନ କରାଯାଏ।

Advertisment

ଉଦ୍ଦେଶ୍ୟ:

ଛାତ୍ରମାନେ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ ଏହି ଦିନ ପାଳନ କରିବା ଏବଂ ଛାତ୍ରମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ, ଛାତ୍ରମାନଙ୍କୁ ଡକ୍ଟର ଏପିଜେ ଅବଦୁଲ କଲାମ ଏବଂ ତାଙ୍କ ଜୀବନ ସହ ଜଡିତ ପ୍ରେରଣାଦାୟକ କାହାଣୀ ସହିତ ପରିଚିତ କରାଯାଏ ଏବଂ ସେମାନେ ଜୀବନରେ ଆଗକୁ ବଢିବାକୁ ଅନୁପ୍ରାଣିତ ହୁଅନ୍ତି।| ‘ବିଶ୍ୱ ଛାତ୍ର ଦିବସ’ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ଗୁରୁତ୍ୱ ଦେବା ଏବଂ ସମାଜରେ ସେମାନଙ୍କର ମହତ୍ତ୍ୱ କ’ଣ ବୁଝେଇବା।

ଇତିହାସ:

୧୫ ଅକ୍ଟୋବର ୨୦୧୦ରେ, ମିଳିତ ଜାତିସଂଘ ସଂଗଠନ (UNO) ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୭୯ତମ ଜନ୍ମଦିନକୁ ‘ବିଶ୍ୱ ଛାତ୍ର ଦିବସ’ ବା ‘ବିଶ୍ୱ ବିଦ୍ୟାର୍ଥୀ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କଲା। ଏହା ପରେ ପ୍ରତିବର୍ଷ ତାଙ୍କର ଜନ୍ମ ବାର୍ଷିକୀକୁ ‘ବିଶ୍ୱ ଛାତ୍ର ଦିବସ’ ଭାବରେ ପାଳନ କରାଯାଏ।

Advertisment

ଏପିଜେ ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ ରେ ତାମିଲନାଡୁର ରାମେଶ୍ୱର ଧନୁଶକୋଡିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଅବୁଲ ପକିର ଜୈନୁଲାବ୍ଦୀନ୍ ଅବଦୁଲ କଲାମ। ୨୦୦୨ ମସିହାରେ ସେ ଭାରତର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ଏହାପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରେ ଏରୋସ୍ପେସ୍ ଇଞ୍ଜିନିୟର ଭାବରେ କାମ କରିଥିଲେ।

ଏହି ଅବସରରେ ଆସନ୍ତୁ କଲାମଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ବିଚାର ଉପରେ ନଜର ପକେଇ ନେବା।

Advertisment
  • “ସ୍ୱପ୍ନ, ସ୍ୱପ୍ନ, ସ୍ୱପ୍ନ। ସ୍ୱପ୍ନ ଚିନ୍ତାଧାରାରେ ପରିଣତ ହୁଏ ଏବଂ ଚିନ୍ତାଧାରା କାର୍ଯ୍ୟରେ ପରିଣତ ହୁଏ।”
  • “ସଙ୍କଳ୍ପ ହେଉଛି ସେହି ଶକ୍ତି ଯାହା ଆମକୁ ଆମର ସମସ୍ତ ନିରାଶା ଏବଂ ବାଧାବିଘ୍ନକୁ ଦୂର କରିଥାଏ। ଏହା ଆମର ଇଚ୍ଛାଶକ୍ତି ନିର୍ମାଣରେ ସାହାଯ୍ୟ କରେ ଯାହା ସଫଳତାର ଆଧାର ଅଟେ।”
  • “ଯଦି ସଫଳତା ପାଇବାକୁ ମୋର ସଂକଳ୍ପ ଯଥେଷ୍ଟ ଶକ୍ତିଶାଳୀ ତେବେ ବିଫଳତା କଦାପି ମୋ ଉପରେ ଭାରି ପଡିବ ନାହିଁ।”
  • "ସକ୍ରିୟ ରୁହ! ଦାୟିତ୍ୱ ନିଅ! ତୁମେ ବିଶ୍ୱାସ କରୁଥିବା ଜିନିଷ ଉପରେ କାମ କର। ଯଦି ତୁମେ ତାହା ନ କର, ତେବେ ତୁମେ ନିଜ ଭାଗ୍ୟକୁ ଅନ୍ୟମାନଙ୍କୁ ଦେଉଛ।"
  • “ଦେଶର ସର୍ବୋତ୍ତମ ମସ୍ତିଷ୍କ ଶ୍ରେଣୀଗୃହର ଶେଷ ବେଞ୍ଚରେ ମିଳିପାରିବ।”‌
  • “ସ୍ୱପ୍ନ ତାହା ନୁହେଁ ଯାହା ଶୋଇବା ସମୟ ଦେଖାଯାଏ, ବରଂ ତାହା ଯାହା ଆପଣଙ୍କୁ ଶୋଇବାକୁ ଦିଏ ନାହିଁ।”
  • “କାହାକୁ ପରାସ୍ତ କରିବା ଅତ୍ୟନ୍ତ ସହଜ, କିନ୍ତୁ କାହାକୁ ଜିତିବା କଷ୍ଟକର।”
  • "ତୁମର ପ୍ରଥମ ବିଜୟ ପରେ ବିଶ୍ରାମ କର ନାହିଁ କାରଣ ଯଦି ତୁମେ ଦ୍ୱିତୀୟ ଥର ବିଫଳ ହୁଅ, ତେବେ ଅନେକ ଲୋକ ଏହା କହିବକୁ ଅନେଇ ବସିଥିବେ ଯେ ତୁମର ପ୍ରଥମ ବିଜୟ କେବଳ ଭାଗ୍ୟ ଥିଲା।"
  • "ଚିନ୍ତା ହେଉଛି ପୁଞ୍ଜି, ଉଦ୍ୟୋଗ ହେଉଛି ବାଟ, କଠିନ ପରିଶ୍ରମ ହେଉଛି ସମାଧାନ।"
  • “ଯଦି ତୁମେ ସୂର୍ଯ୍ୟଙ୍କ ପରି ଚମକିବାକୁ ଚାହଁ, ତେବେ ପ୍ରଥମେ ସୂର୍ଯ୍ୟଙ୍କ ପରି ଜଳ।”
Student Abdul Kalam Dr APJ Abdul Kalam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ