ସମଗ୍ର ବିଶ୍ୱରେ ଭାଷା ହେଉଛି ଏକ ସାଧନ ଯାହା ଲୋକଙ୍କୁ ପରସ୍ପର ସହିତ ଯୋଡିଥାଏ ଏବଂ ସେମାନଙ୍କର ସଂସ୍କୃତିକୁ ପ୍ରତିଫଳିତ କରିଥାଏ। ତେଣୁ ମାତୃଭାଷାକୁ ନେଇ ସଚେତନ ଓ ମାତୃଭାଷା ପ୍ରୀତି ଭରିନେବା ନେଇ ପ୍ରତି ବର୍ଷ ୨୧ ଫେବୃଆରୀରେ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ପାଳନ କରାଯାଏ।
ଗୋଟିଏ ଦେଶରେ ଅନେକ ମାତୃଭାଷା ଥାଇପାରେ। ଭାରତ କଥା ଦେଖିଲେ ଏଠାରେ ୧୨୨ଟି ଭାଷା ଅଛି। ଏମିତି ଭାଷା ଅଛି, ଯାହାକୁ ୧୦ ହଜାରରୁ ଅଧିକ କହୁଥିବା ବେଳେ, ଏଠାରେ ଏମିତି ୨୯ ଟି ଭାଷା ମଧ୍ୟ ଅଛି ଯାହାକୁ ୧୦ ଲକ୍ଷ ଲୋକ କହିଥାନ୍ତି।
ଅଧିକ ପଢ଼ନ୍ତୁ: ହଜାର ହଜାର ଲୋକଙ୍କୁ ଇଂରାଜୀ ଶିକ୍ଷା ଦେବା ହେଉଛି ସେମାନଙ୍କୁ ଦାସ କରିବା; ମହାତ୍ମା ଗାନ୍ଧି
Also Read
କଥିତ ଭାଷାଗୁଡ଼ିକରେ ହିନ୍ଦୀ, ଇଂରାଜୀ, ଓଡ଼ିଆ, ବଙ୍ଗାଳୀ, ପଞ୍ଜାବୀ, ଆରବୀ, ଜାପାନିଜ, ଋଷୀ, ପର୍ତ୍ତୁଗୀଜ୍, ମନ୍ଦାରିନ୍, ସ୍ପେନିଶ୍ ଆଦି ରହିଛି। ବିଶ୍ୱରେ ଭାଷା ଏବଂ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଅନେକ ମାତୃଭାଷାରେ ସଚେତନତା ଆଣିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ।
ଇତିହାସ:
୧୯୯୯ ମସିହାରେ, ୟୁନେସ୍କୋ ୨୧ ଫେବୃଆରୀକୁ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ଭାବରେ ପାଳନ କରିବାକୁ ଘୋଷଣା କରିଥିଲା। ବାଂଲାଦେଶ ପ୍ରଥମ ଥର ପାଇଁ ଏହି ଦିନ ପାଳନ କରିବା ଆରମ୍ଭ କଲା। ପରେ, ୨୦୦୦ ମସିହାରୁ, ଏହି ଦିନ ସାରା ବିଶ୍ୱରେ ପାଳନ କରାଯିବା ଆରମ୍ଭ ହେଲା।
ମାତୃଭାଷା ଦିବସ ଏବଂ ବାଂଲାଦେଶ ସମ୍ପର୍କ:
୧୯୪୭ ମସିହାରେ ଯେତେବେଳେ ପାକିସ୍ତାନ ଭାରତରୁ ଅଲଗା ହୋଇଥିଲା, ଏହାକୁ ଭୌଗୋଳିକ ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ପ୍ରଥମ-ପୂର୍ବ ପାକିସ୍ତାନ ଏବଂ ଦ୍ୱିତୀୟ-ପଶ୍ଚିମ ପାକିସ୍ତାନ। ପାକିସ୍ତାନ ଉର୍ଦ୍ଦୁକୁ ଦେଶର ମାତୃଭାଷା ଭାବରେ ଘୋଷଣା କଲା। କିନ୍ତୁ ପୂର୍ବ ପାକିସ୍ତାନରେ ବଙ୍ଗାଳୀ ଭାଷା ପ୍ରଚଳିତ ଥିବାରୁ ସେମାନେ ବଙ୍ଗଳାକୁ ମାତୃଭାଷା କରିବା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ। ପରେ ପୂର୍ବ ପାକିସ୍ତାନ ବାଂଲାଦେଶ ହେଲା। ସେମାନଙ୍କର ସଂଗ୍ରାମ ୨୧ ଫେବୃଆରୀରେ ଶେଷ ହୋଇଥିଲା ଏବଂ ବାଂଲାଦେଶର ବାର୍ଷିକୀ ମଧ୍ୟ ଏହି ଦିନଠାରୁ ପାଳନ କରାଯିବା ଆରମ୍ଭ ହେଲା।
ବହୁଭାଷୀ ଭାରତ:
ଭାରତ ହେଉଛି ବିଭିନ୍ନ ସଂସ୍କୃତି ଏବଂ ବିଭିନ୍ନ ଭାଷାର ଦେଶ। ୧୯୬୧ ଜନଗଣନା ଅନୁଯାୟୀ, ଭାରତରେ ୧୬୫୨ଟି ଭାଷା କୁହାଯାଉଥିଲା। ତେବେ, ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଭାରତରେ ୧୩୬୫ ମାତୃଭାଷା ଅଛି, ଯାହାର ଭିନ୍ନ ଆଞ୍ଚଳିକ ଭିତ୍ତି ରହିଛି। ହିନ୍ଦୀ ହେଉଛି ପ୍ରଥମ ଲୋକପ୍ରିୟ ମାତୃଭାଷା। ଦେଶର ପ୍ରାୟ ୫୨ କୋଟି ଲୋକ ହିନ୍ଦୀ କୁହନ୍ତି, ସେଥିମଧ୍ୟରୁ ୧୨ ପ୍ରତିଶତ ଦ୍ୱିଭାଷୀ ଅଟନ୍ତି।