Advertisment

ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ : ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶବାସୀକୁ ସମ୍ବୋଧିତ କରିଛନ୍ତି । ଆଜି ଭାରତ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଏବଂ ଏହା ସହିତ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଉତ୍ସବ ଆରମ୍ଭ ହୋଇଛି । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ୭୫ ତମ ସ୍ୱାଧୀନତା ଦିବସରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

ଅଦ୍ୟତନ ହୋଇଛି
ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ : ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Independence Day

Advertisment

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶବାସୀକୁ ସମ୍ବୋଧିତ କରିଛନ୍ତି । ଆଜି ଭାରତ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଏବଂ ଏହା ସହିତ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଉତ୍ସବ ଆରମ୍ଭ ହୋଇଛି । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ୭୫ ତମ ସ୍ୱାଧୀନତା ଦିବସରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଆଜି ସ୍ୱାଧୀନତାର ଏହି ପର୍ବରେ ଦେଶ ନିଜର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରୁଛି ।

Advertisment

ଆଜିର ପବିତ୍ର ଦିବସରେ ପ୍ରଥମେ ଦେଶ ପାଇଁ ବଳିଦାନ ଦେଇଥିବା ମହାନାୟକଙ୍କୁ ସମ୍ମାନ ଜଣାଇଛନ୍ତି ନରେନ୍ଦ୍ର ମୋଦି । ଜାତିର ପିତା ମହାତ୍ମା ଗାନ୍ଧୀ, ନେତଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ରାମପ୍ରସାଦ ବିସ୍ମିଲ, ଶଫକଉଲ୍ଲା ଖାନ, ରାଣୀ ଲକ୍ଷ୍ମୀବାଇ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାବା ସାହେବ ଆମ୍ବେଦକର ଏବଂ ଅନ୍ୟ ସମସ୍ତଙ୍କୁ ଆଜି ସ୍ମରଣ କରୁଛି ଦେଶ । ବିଜୟ ଏବଂ ପରାଜୟ ଆସୁଛି, କିନ୍ତୁ ମନରେ ସ୍ୱାଧୀନତାର ଇଚ୍ଛା କେବେ ବି ଶେଷ ହୋଇନାହିଁ ।

ଏହାସହ କରୋନା ମୁକାବିଲାରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କରୋନା କାଳରେ ଦେଶର ଡାକ୍ତର, ବୈଜ୍ଞାନିକମାନେ ଲୋକଙ୍କ ସେବା ପାଇଁ କାର୍ଯ୍ୟ କରିଥିଲେ । କୋଟି କୋଟି ଲୋକ ମୁହୂର୍ତ୍ତରେ ଜନସେବା କରିଛନ୍ତି । ଆଜି ବନ୍ୟା, ଦେଶର ଅନେକ ଅଞ୍ଚଳରେ ଭୂସ୍ଖଳନ ହେତୁ ଅନେକ ଲୋକ ପ୍ରାଣ ହରାଇଛନ୍ତି, ଦେଶ ସେମାନଙ୍କୁ ମନେ ରଖିବ । ସେହିପରି ସମାରୋହରେ ଉପସ୍ଥିତ ଅଲିମ୍ପିଆନଙ୍କ ଉଚ୍ଚ ପ୍ରଶଂସା କରି ଟୋକିଓ ଅଲିମ୍ପିକ୍ସ ସଫଳତା ଯୁବ ପିଢ଼ିଙ୍କୁ ପ୍ରେରିତ କରିବ ବୋଲି କହିଛନ୍ତି ।

Advertisment

ସେପଟେ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ପାଇଁ ଆହ୍ୱାନ ଦେଇଛନ୍ତି । ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି । ଶତ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସମସ୍ତଙ୍କ ଘରେ ବିଜୁଳି ଓ ପାନୀୟ ଜଳ ପହଞ୍ଚାଇବା ପାଇଁ ମଧ୍ୟ ଲକ୍ଷ୍ୟ ରହିଛି । ଆଜି ସୁଦ୍ଧା ଦେଶରେ ୫୪ କୋଟି ଲୋକ କରୋନା ଟିକା ନେଇଛନ୍ତି । ଅସୁବିଧା କାଳରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି । ସେହିପରି ଅଗଷ୍ଟ ୧୪କୁ ବିଭାଜନ ବୀଭିଷିକା ଦିବସ ଭାବେ ପାଳିବାକୁ ଅପିଲ କରିଛନ୍ତି ମୋଦି ।

ଦେଶର ବିକାଶରେ ଭିତ୍ତିଭୂମିର ଗୁରୁତ୍ୱ ଅନେକ ରହିଛି । ଭାରତୀୟ ରେଲୱେ ଆଧୁନିକତାର ରାସ୍ତାରେ ଆଗକୁ ବଢ଼ୁଛି । ବନ୍ଦେ ଭାରତ ଯୋଜନାରେ ସାରା ଦେଶକୁ ଯୋଡ଼ାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅନେକ ସ୍ଥାନକୁ ବିମାନପଥ ଜରିଆରେ ଯୋଡ଼ା ଯାଇଛି । ବିକାଶ ପାଇଁ ଦେଶକୁ ଉତ୍ପାଦନ ଓ ରପ୍ତାନୀ ବଢ଼ାଇବାକୁ ପଡ଼ିବ । ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ମୋବାଇଲ ଫୋନ ଉତ୍ପାଦନରେ ଭାରତ ବହୁତ ସଫଳତା ପାଇଛି । ନିକଟ ଅତୀତରେ ୩ ବିଲିଅନ ସେଲ୍ ଫୋନ୍ ବିଦେଶକୁ ରପ୍ତାନୀ କରାଯାଇଛି । ମେଡ ଇନ୍ ଇଣ୍ଡିଆ ସ୍ୱପ୍ନ ଦେଖିବାକୁ ‌ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ସରକାର ସମସ୍ତଙ୍କ ପଛରେ ଛିଡ଼ା ହୋଇଛନ୍ତି ।

Advertisment

ମୋଦି କହିଛନ୍ତି, ବିକାଶ ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ବିଶ୍ୱ ଦେଖୁଛି ଭାରତରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନାହିଁ । ଲୋକଙ୍କ ହିତ ପାଇଁ ଅନେକ ପୁରୁଣା ଆଇନରେ ପରିବର୍ତ୍ତନ ଅଣାଯାଇଛି । ୨ ଶହ ବର୍ଷର ପୁରୁଣା ଆଇନକୁ ବଦଳାଇବାକୁ ସମୟ ଆସିଛି । ସେପଟେ କୃଷକଙ୍କ ବିକାଶ ପାଇଁ ପିଏମ କିଷାନ ଯୋଜନା ଲାଗୁ କରାଯାଇଛି ।  ପିଏମ କିଷାନରେ ୧୦ କୋଟି ଚାଷୀଙ୍କୁ ଦେଢ଼ ଲକ୍ଷ କୋଟି ମିଳିଛି । ଶ୍ରମିକ ଯୋଜନା ଜରିଆରେ ଗାଁର ବିକାଶ କରାଯାଉଛି । ଗାଁ ଜମିର ଡ୍ରୋନ ଜରିଆରେ ସର୍ଭେ କରାଯାଇ ଚିହ୍ନଟ କରାଯାଉଛି । ଯେଉଁଠି ଆଦୌ ଚାଷ ହେଉ ନ ଥିଲା ତାହା ଆଜି ଶସ୍ୟଶ୍ୟାମଳା ହୋଇଉଠିଛି ।

PM Modi Independence Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ