Advertisment

Chhada Khai 2023: ଛାଡଖାଇର ମାନେ କ’ଣ ଆମିଷ ଖାଇବା, ନା ଆଉ କିଛି…

ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ। ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ। ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କିନ୍ତୁ ଛାଡଖାଇ ଦିନ ଆମିଷ ବଜାରରେ ଦେଖାଦିଏ ଭିଡ। ତେବେ ଏହିଦିନ ଆମିଷ ଖାଇବା ଠିକ୍ କି…

ଅଦ୍ୟତନ ହୋଇଛି
What is the meaning of Chhada Khai

actual meaning of chadakhai after kartik purnima

Advertisment

ଆଜି କାର୍ତ୍ତିକ ମାସର ଶେଷ ଦିନ । ଆଉ ଆସନ୍ତାକାଲି ଛାଡ଼ ଖାଇ। ଧର୍ମ ମାସ କାର୍ତ୍ତିକର ଆଜି ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । ଆଜି ସକାଳୁ ଆମେ ସମସ୍ତେ ଡଙ୍ଗା ଭସାଇଛେ । ତେବେ ଏହି ଧର୍ମ ମାସରେ ଘରେ ଆମିଷ ହୁଏ ନାହିଁ । କେହି କେହି କେବଳ ପଞ୍ଚୁକ ପାଞ୍ଚ ଦିନ ମାନନ୍ତି। ତେବେ ଛାଡଖାଇ ନେଇ ଅନେକ ମତ ରହିଛି ।

Advertisment

ଚଳିତ ବର୍ଷର କାର୍ତ୍ତିକ ମାସ ଶେଷ ହୋଇଛି। ଆଜି ଛାଡ଼ ଖାଇ। ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ। ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ। ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କେହି କେହି କେବଳ ପଞ୍ଚୁକ ପାଞ୍ଚ ଦିନ ମାନନ୍ତି।

ତା’ ପରଦିନ କିନ୍ତୁ ପ୍ରାୟ ସମସ୍ତଙ୍କ ଘରେ ଆମିଷ ହୁଏ। ଆମିଷ ବଜାରରେ ଦେଖାଯାଏ ନାହିଁ ନଥିବା ଭିଡ। ଛାଡଖାଇ ବାହାନାରେ ହଜାର ହଜାର ନିରୀହ ଜୀବଙ୍କୁ ମାଂସ ପାଇଁ ହତ୍ୟା କରାଯାଏ। କିନ୍ତୁ ପ୍ରକୃତରେ ଛାଡଖାଇର ଅର୍ଥ କ’ଣ ଆମିଷ ଭକ୍ଷଣ, ନା ଆଉ କିଛି ଆସନ୍ତୁ ଜାଣିବା।

Advertisment

କାର୍ତ୍ତିକ ମାସରେ ହବିଷ କରୁଥିବା ହବିଷିଆଳିମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି। କାର୍ତ୍ତିକ ପୂର୍ଣ୍ଣମୀ ପରଦିନକୁ ଛାଡଖାଇ ଭାବରେ ପାଳନ କରନ୍ତି। ସେହିଦିନ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରିଥାଆନ୍ତି, ଯାହାକୁ ଛାଡଖାଇ କୁହାଯାଏ। ଯେହେତୁ ଖାଇବା ଛାଡି ଦିଆଯାଏ, ସେଥିପାଇଁ ଏହାକୁ ଛାଡଖାଇ କୁହାଯାଏ।

ଆମେ କିନ୍ତୁ ଛାଡଖାଇକୁ ଅଲଗା ଅର୍ଥରେ ନେଇ, ସେହି ପବିତ୍ର ଦିନରେ ଗୋଟେ ନିରୀହ ଜୀବକୁ କଲବଲ କରି ତା'ର ବିନା ଇଚ୍ଛାରେ ତାକୁ ମାରି, ତା'ର ଭୟ ଆଉ ରାଗରେ ଜର୍ଜରିତ ଶରୀରକୁ ଉଦରସ୍ଥ କରି ପାପ କରୁନେ କି? ଆମେ ଆମ ପରମ୍ପରାକୁ ମାରି ଦେଇନେ କି? ଆମେ ବାସ୍ତବତାକୁ ଜାଳିପୋଡି ନିଜ ଇଛାରେ ଜୀଉନେ କି?

Advertisment

ଅନ୍ୟ ଅର୍ଥରେ ଦେଖିଲେ ‘ଉପବାସ’ ଦୁଇଟି ଶବ୍ଦ, ‘ଉପ + ବାସ’ରୁ ସୃଷ୍ଟି। ‘ଉପ’ ଅର୍ଥ - ସହଯୋଗ, ‘ବାସ’ କହିଲେ - ସଦାଚାରକୁ ବୁଝାଏ। ସହଯୋଗ ପୂର୍ବକ ସଦାଚାର ଭାବରେ ଦିନଟିକୁ ପାଳନ କରିବାକୁ ଉପବାସ କୁହାଯାଏ। ଆମେ କ’ଣ ଆଜି ଏହି ବାସ୍ତବତାକୁ ବୁଝିଛେ? ଆମେ ହିନ୍ଦୁ ଧର୍ମର ସଂସ୍କୃତିକୁ କଳୁଷିତ କରି ଷଡ଼ଯନ୍ତ୍ରରେ ବୁଡି ରହୁନେ କି?

ଛାଡ଼ଖାଇର ଅନ୍ୟାନ୍ୟ ଅର୍ଥ:

ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି। ବ୍ରତୀମାନେ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣରୁ ନିଜକୁ ବଞ୍ଚେଇ ରଖିଥାନ୍ତି। ଛାଡ଼ଖାଇ ଶବ୍ଦଟି, 'ଛାଡ଼' ଓ 'ଖାଇ' ଦୁଇଟି ଶବ୍ଦର ସନ୍ଧିରୁ ସୃଷ୍ଟି। ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା। ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା। ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।

କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ ଏବଂ କୈବର୍ତ୍ତମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ। ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା। ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ ବୋଲି ଲୋକମତ ରହିଛି। ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ।

କିଛି ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ। ଶୀତ ଦିନରେ ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନେ ଆମିଷ ଖାଇବା ସବୁଠାରୁ ଭଲ।

Chadakhai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ